ଜରୁରୀକାଳୀନ ସମୟରେ କାହିଁକି ଗିରଫ ହୋଇଥିଲେ ଅଶୋକ ଦାସ ?

ashoka


ଯାଜପୁର ମାଟିର ଲଢୁଆ ନେତା ତଥା ସ୍ୱାଭିମାନୀ ମୁକୁଟ ବିହୀନ ସମ୍ରାଟ ଅଶୋକ ଦାସ l ତାଙ୍କ ସୁପୁତ୍ର ହେଉଛନ୍ତି ବିଜୁ ଜନତା ଦଳର ସଂଗଠନ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ l ପାଞ୍ଚ ପାଞ୍ଚ ଥରର ବିଧାୟକ ହୋଇଥିଲେ ଅଶୋକ ଦାସ, ଲୋକଙ୍କ ନେତା, ଲୋକଙ୍କ ସ୍ୱର ଏବଂ ଜନତାଙ୍କ ସାଥି ଥିଲେ ଅଶୋକ ଦାସ l ଯାଜପୁର କୋରେଇ ନିର୍ବାଚନମଣ୍ଡଳୀରୁ ୧୯୭୪, ୧୯୭୭, ୧୯୯୦, ୧୯୯୫, ୨୦୦୦ରେ ସେ ଜିତିଥିଲେ ବିଧାୟକ ପଦ l ୧୯୯୬ରୁ ୧୯୯୭ ପର୍ଯ୍ୟନ୍ତ ଓଡିଶା ବିଧାନସଭାରେ ସେ ଥିଲେ ବିରୋଧୀ ଦଳ ନେତା l ୧୯୭୪ରେ ଜୟପ୍ରକାଶ ମୁଭମେଣ୍ଟରେ ଯୋଗଦେଇ ଜରୁରୀକାଳୀନ ସମୟରେ ମିସା ଆଇନରେ ଗିରଫ ହୋଇ ବନ୍ଦୀ ଜୀବନ କାଟିଥିଲେ ଅଶୋକ ଦାସ l ଜରୁରୀ କାଳୀନ ସମୟରେ ଗିରଫ ହେବାରେ ସେ ଥିଲେ ପ୍ରଥମ ଭାରତୀୟ ରାଜନେତା l କଂଗ୍ରେସ ବିରୋଧୀ ନେତା ତଥା ବିଜୁ ବାବୁଙ୍କ ଘନିଷ୍ଠ ସହଯୋଗୀ ଥିଲେ ଅଶୋକ l ଜନତା ପାର୍ଟି, ଜନତା ଦଳ ଓ ବିଜୁ ଜନତା ଦଳର ସେ ଥିଲେ ସକ୍ରିୟ ସଦସ୍ୟ l ୧୯୭୧ରେ ରାଜନୈତିକ କ୍ୟାରିଅର ଆରମ୍ଭ କରିଥିବା ଯାଜପୁର ମାଟିର ବାଦସା ଥିଲେ ଅଶୋକ ଦାସ l ବିଜୁ ପଟନାୟକଙ୍କ ପର ଲୋକ ପରେ ନବୀନ ପଟନାୟକଙ୍କୁ ରାଜନୀତିକୁ ଆଣିବାରେ ସେ ନେଇଥିଲେ ପ୍ରମୁଖ ଭୂମିକା l

ତାଙ୍କରି କଥାରେ ଭରସା କରି ନବୀନ କେବଳ ରାଜନୀତିକୁ ଆସିନଥିଲେ ବରଂ ଆଜି ପର୍ଯ୍ୟନ୍ତ ରାଜନୀତିର ଅନେକ ରେକଡ଼ ମଧ୍ୟ ଭାଙ୍ଗି ଚାଲିଛନ୍ତି l ୨୦୦୮ ଡିସେମ୍ବର ୨୯ରେ ହୃଦ୍ଘାତରେ ଆଖି ବୁଝିଦେଇଥିଲେ ଅଶୋକ l ମୃତ୍ୟୁ ବେଳେକୁ ତାଙ୍କୁ ୬୬ବର୍ଷ ବୟସ ହୋଇଥିଲା ସେ ଜଣେ ଏମିତି ନେତା ଥିଲେ ଯେ ତାଙ୍କ ପର ଲୋକରେ ବିରୋଧିବି ଆଖିରୁ ଲୁହ ଗଡାଇଥିଲେ l ତାଙ୍କ ନୀତିକୁ ଅନୁସରଣ କରି ଅଧୁରା କାମକୁ ପୁରା କରୁଛନ୍ତି ତାଙ୍କ ପୁଅ ପ୍ରଣବ ପ୍ରକାଶ ଦାସ l 

ଦିନେ ବିଜୁ ବାବୁଙ୍କ ସମୟରେ କାର୍ଯ୍ୟକାରୀ ସଭାପତି ଥିଲେ ବାପା ଅଶୋକ ଏବେ କିନ୍ତୁ ପୁଅ ମାନଙ୍କ ସମୟ l ଅଶୋକ ନନ୍ଦନଙ୍କ ଉପରେ ଭରଷା କରି ସଙ୍ଗଠନ ସମ୍ପାଦକର ଗୁରୁ ଦାୟିତ୍ୱ ସମର୍ପି ଦେଇଛନ୍ତି ବିଜୁ ନନ୍ଦନ l ସାଧାରଣ ନିର୍ବାଚନ ହେଉ କିମ୍ବା ବିଭିନ୍ନ ଉପନିର୍ବାଚନରେ ପ୍ରଣବ ପ୍ରକାଶଙ୍କ ବିଚକ୍ଷଣ ପରିଚାଳନା ଦଳ ପାଇଁ ଆଣି ଦେଇଛି ଗୋଟିଏ ପରେ ଗୋଟିଏ ସଫଳତା l ଏବେ ଦଳରେ ସେ ହେଇଛନ୍ତି କ୍ରାଇସିସ ମ୍ୟାନେଜର l ବବି ପରିଶ୍ରମ ଉପରେ ବଢିଛି ନବୀନଙ୍କ ଭରଷା । ସଙ୍ଗଠନ ପାଇଁ ମନ୍ତ୍ରୀ ପଦ ଫେରାଇ ଦେଇଥିବା ବବି ମୁଖ୍ୟମନ୍ତ୍ରୀ ନବୀନଙ୍କ ପ୍ରତ୍ୟେକ ଜନହିତକର କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ନେଇଛନ୍ତି ସଂକଳ୍ପ l କଥା ଅଛି ପରା "ବାପ ସେ ବେଟା ଜ୍ୟାଦା" । ଯାହା ଦେଖିବାକୁ ମିଳିଛି ଉଭୟ ନବୀନ ଓ ବବିଙ୍କ କ୍ଷେତ୍ରରେ l                  

Share this story