ଏକାମ୍ରକ୍ଷେତ୍ର ପ୍ରକଳ୍ପ ପରିଦର୍ଶନ କଲେ 5ଟି ସଚିବ

ଏକାମ୍ର କ୍ଷେତ୍ର ବୁଲିଦେଖିଲେ ୫ଟି ସଚିବ ଭି.କେ ପାଣ୍ଡିଆନ । ଶ୍ରୀମନ୍ଦିର ପରେ ଫୋକସରେ ରହିଛି ଏକାମ୍ର କ୍ଷେତ୍ର । ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଏକାମ୍ର କ୍ଷେତ୍ରର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ । ଆଜି ଭୋରରୁ ଲିଙ୍ଗରାଜ ମନ୍ଦିରରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏକାମ୍ର କ୍ଷେତ୍ର ପରିଦର୍ଶନ କରି ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି ୫ଟି ସଚିବ । ବରିଷ୍ଠ ଅଧିକାରୀଙ୍କ ସହ ସେ ପ୍ରକଳ୍ପ ଅଗ୍ରଗତି ନେଇ ଅନୁଧ୍ୟାନ କରିଛନ୍ତି । ଦୋକାନୀଙ୍କ ଥଇଥାନ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ମଧ୍ୟ ୫ଟି ସଚିବ ନିର୍ଦ୍ଦେଶ ଦେଇଛନ୍ତି ।ଭଙ୍ଗା ଯାଇଥିବା ରାସ୍ତାଘାଟ ସଫା କରିବା ସହ ବିକଳ୍ପ ରାସ୍ତା ବ୍ୟବସ୍ଥା କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି । ଗତ ସପ୍ତାହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାମ୍ର କ୍ଷେତ୍ର ପରିଦର୍ଶନ କରିଥିଲେ । ଲିଙ୍ଗରାଜ ମନ୍ଦିରର ରୂପାନ୍ତର କାର୍ଯ୍ୟରେ ସନ୍ତୋଷ ପ୍ରକାଶ କରିଥିଲେ ମୁଖ୍ୟମନ୍ତ୍ରୀ ।

ଏକାମ୍ରକ୍ଷେତ୍ର ପ୍ରକଳ୍ପ ପରିଦର୍ଶନ କଲେ 5ଟି ସଚିବ
ଏକାମ୍ରକ୍ଷେତ୍ର ପ୍ରକଳ୍ପ ପରିଦର୍ଶନ କଲେ 5ଟି ସଚିବ
ଏକାମ୍ରକ୍ଷେତ୍ର ପ୍ରକଳ୍ପ ପରିଦର୍ଶନ କଲେ 5ଟି ସଚିବ
ଏକାମ୍ରକ୍ଷେତ୍ର ପ୍ରକଳ୍ପ ପରିଦର୍ଶନ କଲେ 5ଟି ସଚିବ
ଏକାମ୍ରକ୍ଷେତ୍ର ପ୍ରକଳ୍ପ ପରିଦର୍ଶନ କଲେ 5ଟି ସଚିବ
ଏକାମ୍ରକ୍ଷେତ୍ର ପ୍ରକଳ୍ପ ପରିଦର୍ଶନ କଲେ 5ଟି ସଚିବ
ଏକାମ୍ରକ୍ଷେତ୍ର ପ୍ରକଳ୍ପ ପରିଦର୍ଶନ କଲେ 5ଟି ସଚିବ

Share this story