ରାଜ୍ୟରେ ଆଉ ୩୪୯୦ କରୋନା ପଜିଟିଭ୍: ଏସବୁ ଜିଲ୍ଲାରେ ସ୍ଥିତି ସଙ୍ଗିନ

ରାଜ୍ୟରେ ଆଉ ୩୪୯୦ କରୋନା ପଜିଟିଭ୍: ଏସବୁ ଜିଲ୍ଲାରେ ସ୍ଥିତି ସଙ୍ଗିନ

ଭୁବନେଶ୍ୱର: ରାଜ୍ୟରେ ଥମିବାର ନାଁ ନେଉନି କରୋନା ସଂକ୍ରମଣ। ହୁ ହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି ମହାମାରୀ। ଗତ ୨୪ ଘଣ୍ଟାରେ ରାଜ୍ୟର ୩୦ଟି ଜିଲ୍ଲାରୁ ୩,୪୯୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୦୯୪ ଜଣ କ୍ୱାରାଣ୍ଟାଇନ୍‌ରେ ଥିବାବେଳେ ୧୩୯୬ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୩୧ ହଜାର ୩୮୨କୁ ବୃଦ୍ଧି ପାଇଛି। ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୫୩୫, କଟକରୁ ୩୭୬, ପୁରୀ ୨୧୭, ମୟୂରଭଞ୍ଜରୁ ୨୦୭, ରାୟଗଡ଼ାରୁ ୨୦୬, ଯାଜପୁରରୁ ୧୭୮, ବଲାଙ୍ଗିରରୁ ୧୧୦, ସୋନପୁରରୁ ୧୦୭, ଝାରସୁଗୁଡାରୁ ୧୦୩, କୋରାପୁଟରୁ ୯୩, ବାଲୋଶ୍ବରରୁ ୯୨, ଜଗତସିଂହପୁରରୁ ୯୧, ଭଦ୍ରକରୁ ୮୯, କେନ୍ଦ୍ରାପଡ଼ାରୁ ୮୫, ସମ୍ବଲପୁରରୁ ୮୫, କନ୍ଧମାଳରୁ ୮୪, ବରଗଡ଼ରୁ ୮୧, ଢ଼େଙ୍କାନାଳରୁ ୮୧, ଗଞ୍ଜାମରୁ ୬୯, ସୁନ୍ଦରଗଡ଼ରୁ ୬୪, କେନ୍ଦୁଝରୁ ୫୫, ଗଜପତିରୁ ୫୩, ନବରଙ୍ଗପୁରରୁ ୪୦, କଳାହାଣ୍ଡିରୁ ୩୯, ଅନୁଗୁଳରୁ ୩୮, ନୟାଗଡ଼ରୁ ୩୪, ଦେବଗଡ଼ରୁ ୨୭, ବୌଦ୍ଧରୁ ୨୫, ମାଲକାନଗିରିରୁ ୨୨ ଏବଂ ଷ୍ଟେଟ୍ ପୋଲରୁ ୧୦୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଅଦ୍ୟାବଧି ରାଜ୍ୟରେ ମୋଟ୍ ୧ଲକ୍ଷ ୩୧ ହଜାର ୩୮୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୩୧,୩୬୨ଟି ଆକ୍ଟିଭ୍‌ କେସ୍‌ ରହିଛି। ୯୯ ହଜାର ୩୯୮ ଜଣ ସୁସ୍ଥ ହୋଇଛନ୍ତି। ୫୫୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି। ରାଜ୍ୟରେ ମୋଟ ୨୧,୮୪,୮୪୧ ସାମ୍ପୁଲ ଟେଷ୍ଟ୍ ହୋଇଛି।

Share this story