ଅଦ୍ୟାବଧି ରାଜ୍ୟର ୧୪ ବିଧାୟକ ଓ ୨ ସାଂସଦ ହୋଇଛନ୍ତି କରୋନା ଆକ୍ରାନ୍ତ

ଅଦ୍ୟାବଧି ରାଜ୍ୟର ୧୪ ବିଧାୟକ ଓ ୨ ସାଂସଦ ହୋଇଛନ୍ତି କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ନିୟନ୍ତ୍ରଣ ବାହାରେ ମହାମାରୀ କରୋନା। ଦିନକୁ ଦିନ କାୟା ମେଲି ଚାଲିଛି ଏହି ଅଦୃଶ୍ୟ ରାକ୍ଷସ। ଇତିମଧ୍ୟରେ ରାଜ୍ୟର ଡଜନେରୁ ଊର୍ଦ୍ଧ୍ୱ ବିଧାୟକ ଏବଂ ୨ ସାଂସଦ କରୋନା ଆକ୍ରାନ୍ତ ହୋଇଛନ୍ତି।

କରୋନା ଆକ୍ରାନ୍ତ ହୋଇଥିବା ବିଧାୟକମାନେ ହେଲେ ସୁକାନ୍ତ ନାୟକ(ନୀଳଗିରି), ପ୍ରଶାନ୍ତ ବେହେରା (ସାଲେପୁର), ସୁଧାଂଶୁ ପରିଡ଼ା(ରେମୁଣା), ଶ୍ରୀକାନ୍ତ ସାହୁ(ପୋଲସରା), ସୌମ୍ୟରଞ୍ଜନ ପଟ୍ଟନାୟକ(ଖଣ୍ଡପଡା), ଅନନ୍ତ ଜେନା(ମଧ୍ୟ ଭୁବନେଶ୍ୱର), ସଞ୍ଜୀବ ମଲ୍ଲିକ(ଭଦ୍ରକ), ସୁଶାନ୍ତ ସିଂହ(ମନ୍ତ୍ରୀ), ପ୍ରୀତମ ପାଢ଼ୀ (ପଟାଙ୍ଗି), ଦେବୀ ମିଶ୍ର(ନରସିଂହପୁର), ବ୍ୟମକେଶ ରାଏ(ଚାନ୍ଦବାଲି), ଅରୁଣ ସାହୁ(ମନ୍ତ୍ରୀ), ସୁଶାନ୍ତ ରାଉତ(ଉତ୍ତର ଭୁବନେଶ୍ୱର) ଏବଂ ସୁନନ୍ଦା ଦାସ (ବରି)।

ସେହିଭଳି ୨ ସାଂସଦ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେ ହେଲେ ସୁରେଶ ପୂଜାରୀ(ବରଗଡ) ଏବଂ ମଞ୍ଜୁଲତା ମଣ୍ଡଳ (ଭଦ୍ରକ)।

Share this story