ସୁଜାତା ମୁର୍ମୁଙ୍କୁ କଡ଼ା ଭାଷାରେ ନିନ୍ଦା କଲେ ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ

ସୁଜାତା ମୁର୍ମୁଙ୍କୁ କଡ଼ା ଭାଷାରେ ନିନ୍ଦା କଲେ ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ

ଆଜି ବାରିପଦା ର ଏକ ସଭାରେ ବିଜୁ ବାବୁ ଙ୍କୁ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଜାତା ମୁର୍ମୁ କଟାକ୍ଷ କରିଥିବା ଅଭିଯୋଗ ରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ତାଙ୍କୁ କଡ଼ା ଭାଷା ରେ ନିନ୍ଦା କରିଛନ୍ତି। ପ୍ରଣବ କହିଛନ୍ତି ଯେ ଦିଶା ବୈଠକରେ ମହାନ ଜନନାୟକ ତଥା ପ୍ରବାଦ ପୁରୁଷ ବିଜୁବାବୁଙ୍କୁ ଅସମ୍ମାନ କରିଥିବା ଘଟଣାକୁ ମୁଁ ଘୋର ନିନ୍ଦା କରୁଛି। ସ୍ବାଧୀନତା ସଂଗ୍ରାମ ସହ ଓଡ଼ିଆ ଜାତିର ହକ ଅଧିକାର ପାଇଁ ବହୁମୂଲ୍ୟ ଅବଦାନ ରଖିଥିବା ବିଜୁବାବୁଙ୍କ ଅପମାନ ଓଡ଼ିଆ ଜାତି ପାଇଁ ମଧ୍ୟ ଅପମାନର ବିଷୟ।

ସୂଚନା ଅନୁସାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଜାତା ମୁର୍ମୁ ଦିଶା ବୈଠକରେ ମହାନ ଜନନାୟକ ତଥା ପ୍ରବାଦ ପୁରୁଷ ବିଜୁବାବୁଙ୍କୁ ଅସମ୍ମାନ କରିଥିଲେ। ଏନେଇ ବୈଠକସ୍ତଳ ବାହାରେ ବିଜେଡି କର୍ମୀ ମାନେ ପ୍ରତିବାଦ କରିଥିଲେ। ଏନେଇ ସୁଜାତା କ୍ଷମା ପ୍ରାଥନା କରନ୍ତୁ ବୋଲି ବିଜେଡି କର୍ମୀ ମାନେ ଦାବି ରଖିଥିଲେ। ଘଟଣାସ୍ତଳ ରେ ରାଜ୍ଵସ ମନ୍ତ୍ରୀ ସୁଦାମ ମାରାଣ୍ଡି ପହଞ୍ଚିଥିଲେ।

Share this story