ସର୍ବତ୍ର ଗାଇଲେ ‘ବନ୍ଦେ ଉତ୍କଳ ଜନନୀ’

ସର୍ବତ୍ର ଗାଇଲେ ‘ବନ୍ଦେ ଉତ୍କଳ ଜନନୀ’

ଭୁବନେଶ୍ୱର: ସମସ୍ତେ ଗାଇଲେ ବନ୍ଦେ ଉତ୍କଳ ଜନନୀ।ମୁଖ୍ୟମନ୍ତ୍ରୀଙ୍କ ଅପିଲ ପରେ ସାରା ଓଡିଶାରେ ଶନିବାର ସନ୍ଧ୍ୟା ୫ଟା ୩୦ରେ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିଛନ୍ତି। କରୋନା ଯୋଦ୍ଧାଙ୍କୁ ଉତ୍ସାହିତ ତଥା ସମ୍ମାନିତ କରିବା ପାଇଁ ସମସ୍ତ ଓଡିଶାବାସୀ ବନ୍ଦେ ଉତ୍କଳ ସଙ୍ଗୀତ ଗାନ କରିବାରେ ଲାଗିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ଆରମ୍ଭ କରି ଓଡିଶାର ପୁରପଲ୍ଲୀର ସମସ୍ତ ଜନତା ଏକା ସାଙ୍ଗରେ ଏକା ଧ୍ୱନୀରେ ଏହି ଗୀତକୁ ଗାନ କରଥିଲେ। ସେହିପରି କମିଶନରେଟ ପୋଲିସ କାର୍ଯ୍ୟାଳୟ, ସଚିବାଳୟ, ବିଧାନସଭାରେ ଗାନ କରାଯାଇଥିଲା। ରାଜ୍ୟ ବାହାରେ ଥିବା ଓଡ଼ିଆ ବି ଏକାଠି ହୋଇ ଗାଇଛନ୍ତି ବନ୍ଦେ ଉତ୍କଳ ଜନନୀ। ଏହାସହ ବିଭିନ୍ନ ରାଜନୈତିକ ଦଳର ନେତା କର୍ମୀ ମଧ୍ୟ ଏହି ଦେଶାତ୍ମକ ବୋଧ ଗୀତ ଗାନ ଗାଇଛନ୍ତି।

Share this story