ଭାଇଜାନଙ୍କ ପାଉଣା : ୧୦ ମିନିଟକୁ କୋଟିଏ ନବେ
Nov 29, 2018, 16:02 IST

ଭୁବନେଶ୍ୱର : ୧୦ ମିନିଟ ପାଇଁ ଏକ କୋଟି ଅଣାନବେ ଲକ୍ଷ ଟଙ୍କା । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ଗତକାଲି କଟକ ବାରବାଟୀ ଷ୍ଟାଡିୟମ ରେ ହୋଇଥିବା ହକି ଉଦ୍ଘାଟନୀ ସମାରୋହ ରେ ଯୋଗ ଦେବା ପାଇଁ ଆସିଥିବା ଭାଇଜାନ ସଲମନ ଖାନ ଙ୍କର ଏହା ହେଉଛି ପାଉଣା । ସଲମନ ଙ୍କ ନାମ ଲେଖାଥିବା ଏଭଳି ଏକ ଚେକ ର ଫଟୋ ସୋସିଆଲ ମିଡ଼ିଆ ରେ ବେଶ ଭାଇରାଲ ହୋଇଛି । ତେବେ ଏହା ସତ ବୋଲି ଜଣାପଡିଛି । ସେହିପରି ଗୋଟିଏ ଦିନ ପୂର୍ବରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଯୋଗ ଦେଇଥିବା ସାହାରୁଖ ଖାନ ମଧ୍ୟ ଏକ କୋଟି ସତୁରି ଲକ୍ଷ ଟଙ୍କା ନେଇଥିବା ଜଣାପଡିଛି । ସୂଚନାଯୋଗ୍ୟ ସଲମାନ ଙ୍କ ସୋ ପାଇଁ କଟକ ବାରବାଟୀ ଷ୍ଟାଡିୟମରେ ପ୍ରବଳ ଜନ ସମାଗମ ହୋଇଥିଲା । ଷ୍ଟେଜ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କର ଭରପୁର ପ୍ରଶଂସା କରିଥିଲେ ଭାଇଜାନ ।