ଦାରୁଣ ଦୁଃଖ ଆଣିଦେଲା ରାବଣ ପୋଡି : ୫୦ ମୃତ

ଦାରୁଣ ଦୁଃଖ ଆଣିଦେଲା ରାବଣ ପୋଡି : ୫୦ ମୃତ

ଭୁବନେଶ୍ୱର ( ବ୍ୟୁରୋ ) : ଦୁର୍ଗା ପୂଜା ଆଣିଦେଲା ଦାରୁଣ ଦୁଃଖ । ଛଡ଼ାଇନେଲା ଖୁସିର ଆସର । ଏଭଳି ଏକ ଲୋମଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି ଅମୃତସରରେ । ରାବଣପୋଡି ଦେଖୁଥିବା ବେଳେ ଟ୍ରେନ ଚଢିଯିବାରୁ ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଅନେକ  ଲୋକ ଅାହତ  ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ ଏହି ଦୁର୍ଘଟଣା ଅମୃତସର ଓ ମନାଓ୍ଵାଲ ମଧ୍ୟରେ ସ୍ଥିତ ଫାଟକ ନମ୍ବର ୨୭ ନିକଟରେ ଘଟିଛି। ଏହି ଦୁର୍ଘଟଣା ଘଟିବା ସମୟରେ ରାବଣପୋଡ଼ି ଦେଖିବା ପାଇଁ ସେଠାରେ ଲୋକଙ୍କ ପ୍ରବଳ ଭିଡ଼ ଜମିଥିଲା।  ଲୋକେ ରେଳ ଧାରଣା ଉପରେ ଛିଡ଼ା ହୋଇ ରାବଣ ପୋଡି ଲୋକେ ଦେଖୁଥିଲେ। ଏହି ସମୟରେ ଡିଏମୟୁ ଟ୍ରେନ ନମ୍ବର ୭୪୯୪୩ ଯାତ୍ରା କରୁଥିଲା। ରାବଣ ଦହନ ସମୟରେ ବାଣର ଜୋର ଶବ୍ଦ କାରଣରୁ ଲୋକଙ୍କୁ ଟ୍ରେନର ହର୍ଣ୍ଣ ଶୁଭିନଥିଲା। ଏହି କାରଣରୁ ଏତେ ବଡ଼ ଦୁର୍ଘଟଣା ଘଟିଗଲା। ଘଟଣା ପରେ ପୋଲିସ, ଜିଆରପିର ଦଳ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଉଦ୍ଧାରକାର୍ଯ୍ୟ ଚଳାଇଛନ୍ତି। ଘଟଣା ପରେ ପଞ୍ଜାବ ସରକାରଙ୍କ ପକ୍ଷରୁ ମୃତକଙ୍କ ପରିଜନ ପ୍ରତି ପାଞ୍ଚ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା କରାଯାଇଛି। ପ୍ରଧାନମନ୍ତ୍ରୀ ମଧ୍ୟ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହିତ ମୃତାହତଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।

Share this story