ତିର୍ତ୍ତୋଲ ଉପନିର୍ବାଚନ ପୂର୍ବରୁ ବଦଳିଲେ ଜଗତସିଂହପୁର ଜିଲ୍ଲାପାଳ
Sun, 4 Oct 2020

ଭୁବନେଶ୍ୱର: ତିର୍ତ୍ତୋଲ ଉପନିର୍ବାଚନ ପୂର୍ବରୁ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର। ତାଙ୍କୁ ନେଇ ଜିଲ୍ଲାରେ ଅନେକ ଅସନ୍ତୋଷ ମୁଣ୍ଡ ଟେକିଥିବା ଅଭିଯୋଗ ହୋଇଛି। ଏବେ ସେ ସାଧାରଣ ପ୍ରଶାସନ ବିଭାଗରେ ଓଏସଡି ଭାବେ ନିଯୁକ୍ତ ହୋଇଛନ୍ତି। ଜିଲ୍ଲାପାଳଙ୍କ ବଦଳି ପାଇଁ କଂଗ୍ରେସ ପକ୍ଷରୁ ଜୋରଦାର ଦାବି ହେଉଥିଲା।

କଂଗ୍ରେସ ବିଧାୟକ ସୁର ରାଉତରାୟ ଏନେଇ ବାରମ୍ବାର ଦାବି କରୁଥିଲେ। ଏମିତିକି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ମଧ୍ୟ ଫେରାଦ ହୋଇଥିଲା ଦଳ। ନିଜ ଜିଲ୍ଲା ହୋଇଥିବାରୁ ଅବାଧ ନିର୍ବାଚନ ନେଇ ଦଳ ଆଶଙ୍କା ବ୍ୟକ୍ତ କରିଥିଲେ। ଏବେ ଗୃହ ବିଭାଗର ଅତିରିକ୍ତ ସଚିବ ସରୋଜ କୁମାର ମିଶ୍ରଙ୍କୁ ଜଗତସିଂହପୁର ଜିଲ୍ଲାପାଳ ଦାୟିତ୍ୱ ଦିଆଯାଇଛି।