ଓଡ଼ିଶା ମୁହାଁ ପଙ୍ଗପାଳ

ଓଡ଼ିଶା ମୁହାଁ ପଙ୍ଗପାଳ

ଭୁବନେଶ୍ୱର: ଓଡ଼ିଶା ମୁହାଁ ଏବେ ପଙ୍ଗପାଳ। ଛତିଶଗଡ଼ରେ ପହଞ୍ଚିବା ପରେ ପଙ୍ଗପାଳ ଓଡିଶାରେ ପ୍ରବେଶ କରିବାର ଆଶଙ୍କା କରାଯାଉଛି। ଏହା ଗୁରୁବାର ସୁଦ୍ଧା ପଶ୍ଚିମ ଓଡ଼ିଶାକୁ ପ୍ରବେଶ କରିବାର ସମ୍ଭାବନା ରହିଛି ବୋଲି ଜଣାପଡିଛି। ଓଡ଼ିଶାର ସୁନ୍ଦରଗଡ଼, ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ା ଆଦି ଜିଲ୍ଲାକୁ ପ୍ରବେଶ କରିବାର ଆଶଙ୍କା କରାଯାଉଛି। ତେବେ ଏମାନେ ଫସଲ, ପନିପରିବା, ଫଳମୂଳ ଧ୍ୱଂସ କରି ପାରନ୍ତି। ସେପଟେ ଛତିଶଗଡ଼ରେ ପଙ୍ଗପାଳ ଆତଙ୍କ ସୃଷ୍ଟି କରିଛି। ଏଥିସହିତ ଓଡ଼ିଶା ଠାରୁ ମାତ୍ର ୫୧୦ କିଲୋମିଟର ଦୂରରେ ରହିଛନ୍ତି। ସେହିପରି କ୍ଷମତା ଅନୁସାରେ ଦିନକୁ ୧୦୦ ରୁ ୧୫୦ କିଲୋମିଟର ବେଗରେ ଏମାନେ ଉଡ଼ିଲେ ଗୁରୁବାର ସୁଦ୍ଧା ଓଡ଼ିଶା ସୀମାରେ ପ୍ରବେଶ କରିବେ। ଅନ୍ୟପଟେ ପଙ୍ଗପାଳଙ୍କୁ ନେଇ ରାଜ୍ୟ ସରକାରଙ୍କ ଆଗୁଆ ସତର୍କତା ଗ୍ରହଣ କରିଛନ୍ତି।

Share this story