ଉତ୍ତରା ରେ ମର୍ମନ୍ତୁଦ ସଡକ ଦୁର୍ଘଟଣା : ୬ ମୃତ

ଉତ୍ତରା ରେ ମର୍ମନ୍ତୁଦ ସଡକ ଦୁର୍ଘଟଣା : ୬ ମୃତ

ଭୁବନେଶ୍ୱର ( ବ୍ୟୁରୋ ) : ଦଶହରା ଉତ୍ସବରେ ସାରା ରାଜ୍ୟ ମସଗୁଲ ଥିବା ବେଳେ ଉତ୍ତରାରୁ ଆସିଛି ଏକ ଦୁଃଖଦ ଖବର । ଭୁବନେଶ୍ୱର ଉପକଣ୍ଠ ଉତ୍ତରା ଛକର ସିଫା ନିକଟରେ ବଡ ଧରଣର ସଡକ ଦୁର୍ଘଟଣା ହୋଇଥିବା ଜଣାପଡିଛି । ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକଙ୍କ ମଧ୍ୟରେ ୨ଜଣ ବାଇକ ଆରୋହୀ ଥିବା ବେଳେ ୪ ଜଣ କାର ଆରୋହୀ ରହିଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ୩ ଜଣ ମହିଳା, ୨ ଜଣ ପୁରୁଷ ଏବଂ ଜଣେ ଛୋଟ ପିଲା ରହିଥିବା ଜଣାପଡିଛି । ବାଇକ ଆରୋହି ଦମ୍ପତ୍ତି ହୋଇଥିବା ସୂଚନା ମିଳିଛି ।

Share this story