ଆସନ୍ତାକାଲି ବିବାହ କରିବେ ସବ୍ୟ-ଅର୍ଚ୍ଚିତା

ଆସନ୍ତାକାଲି ବିବାହ କରିବେ ସବ୍ୟ-ଅର୍ଚ୍ଚିତା

ଆସନ୍ତା କାଲି ବିବାହ ବନ୍ଧନରେ ବାନ୍ଧି ହେବେ ଓଲିଉଡ ର ଚର୍ତ୍ତିଚ ଯୋଡ଼ି ସବ୍ୟସାଚୀ ଓ ଅର୍ଚ୍ଚିତା। ଆସନ୍ତାକାଲି ଅର୍ଥାତ ମାର୍ଚ୍ଚ ୧ ( ସୋମବାର ) ଉଭୟ ଙ୍କ ର ବିବାହ ହେବାକୁ ଯାଉଛି। ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ ହେବାକୁ ଯାଉଛି। ଏନେଇ ନିଜେ ସବ୍ୟସାଚୀ ନିଜେ ନିଜ ସୋସିଆଲ ମିଡ଼ିଆରେ ଏକ ଇ-କାର୍ଡ ପୋଷ୍ଟ କରି ସୂଚନା ଦେଇଛନ୍ତି।

ତେବେ ଏ ସୂଚନା ମିଳିବା ପରେ ବହୁ ଦିନରୁ ଲାଗିରହିଥିବା ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡ଼ିଛି। ଉଭୟ ଙ୍କ ପ୍ରଶଂସକ ଙ୍କ ମନରେ ଏବେ ଖୁସି ର ଲହଡି ଖେଳି ଯାଇଛି। ଉଭୟ ଅନେକ ସିନେମା ରେ ଏକାଠି ଅଭିନୟ କରିଛନ୍ତି। କେବଳ ସିନେମା ନୁହେଁ ଦୁହେଁ ବହୁ ସରକାରୀ ଓ ବେସରକାରୀ କାର୍ଯ୍ୟକ୍ରମ ରେ ଏକା ସଙ୍ଗେ ମଞ୍ଚ ମଧ୍ୟ ପରିଚାଳନା କରିଛନ୍ତି। ଉଭୟଙ୍କ ମଧ୍ୟ ରେ କିଛି ରହିଛି ବୋଲି ବହୁ ଦିନ ରୁ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ଲାଗି ରହିଥିଲା।

ସବ୍ୟସାଚୀ ପୋଷ୍ଟ କରିଥିବା ସେହି ଇ କାର୍ଡ ଏବେ ସୋସିଆଲ ମିଡ଼ିଆ ରେ ଜୋରଦାର ଭାଇରାଲ ହେବାରେ ଲାଗିଛି। ସେ କାର୍ଡରେ ଲେଖାଯାଇଛି ଆମେ ଆପଣଙ୍କ ମାନଙ୍କ ସହ ବହୁ ଭଲ ଦିନ ଓ ଖରାପ ଦିନର ସମ୍ମୁଖିନ କରିଛୁ ତେବେ ଏଭଳି ଏକ ବଡ଼ ଦିନକୁ କିପରି ଭୁଲିଯିବୁ। ତେଣୁ ଏହି ଦିନରେ ଆପଣ ମାନଙ୍କ ର ଭଲ ପାଇବା ଓ ଆଶୀର୍ବାଦ ନିହାତି ଆବଶ୍ୟକ। ସୂଚନା ଅନୁଯାୟୀ ରାଜସ୍ତାନ ର ଏକ ବିଳାସପୂର୍ଣ ହୋଟେଲ ରେ ବିବାହ ଉତ୍ସବ ହେବା ନେଇ ସବ୍ୟସାଚୀ ଙ୍କ ନିକଟତମ ମହଲ ରୁ ସୂଚନା ମିଳିଛି।

ଆସନ୍ତାକାଲି ବିବାହ କରିବେ ସବ୍ୟ-ଅର୍ଚ୍ଚିତା
ଇ କାର୍ଡ଼

ସବ୍ୟସାଚୀ ଓଡ଼ିଆ ଫିଲ୍ମ ଦୁନିଆ ର ଜଣେ ନାମୀ ଦାମୀ କଳାକାର। ମହାମାରୀ ସମୟରେ ସବ୍ୟସାଚୀ ବହୁ ପ୍ରଭାସି ଙ୍କୁ ବାହାର ରାଜ୍ୟ ରୁ ଆଣିବାରେ ସାହାର୍ଯ୍ୟ କରିଥିଲେ। ସେଥିପାଇଁ ରାଜ୍ୟ ତଥା ଜାତୀୟ ସ୍ତରରେ ମଧ୍ୟ ପ୍ରଶଂସା ପାଇଥିଲେ। ତାଙ୍କର ଏହି ମହତ କାମ ପାଇଁ ଫେବୃଆରୀ ମାସ ଜାତି ନନ୍ଦିଘୋଷ କନକ୍ଲେଭ ରେ ମଧ୍ୟ ତାଙ୍କୁ ସଂମ୍ମାନୀତ କରାଯାଇଥିଲା।

ତାଙ୍କର ଏହି ନୂତନ ଜୀବନ ପାଇଁ କ୍ରାଇମ କ୍ୟାପିଟାଲ ପରିବାର ପକ୍ଷରୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜଣାଯାଉଛି।

Share this story