ନିଶିତା ଏଣ୍ଟରଟେନମେଣ୍ଟର ଓଡ଼ିଆ ବର୍ଣ୍ଣମାଳା, ନାଚ ଗୀତ ମାଧ୍ୟମରେ ପିଲା ଶିଖିବେ ଅ ଠୁ କ୍ଷ

ନିଶିତା ଏଣ୍ଟରଟେନମେଣ୍ଟର ଓଡ଼ିଆ ବର୍ଣ୍ଣମାଳା, ନାଚ ଗୀତ ମାଧ୍ୟମରେ ପିଲା ଶିଖିବେ ଅ ଠୁ କ୍ଷ

ଭୁବନେଶ୍ୱର : ଛୋଟ ପିଲାଙ୍କ ପାଇଁ ଏକ ଭିନ୍ନ ଅନ୍ଦାଜରେ ନିଶିତା ଏଣ୍ଟରଟେନମେଣ୍ଟ ନେଇ ଆସିଛି ଓଡ଼ିଆ ବର୍ଣ୍ଣମାଳା । ଗୀତ ଓ ନାଚ ମାଧ୍ୟମରେ କୁନି କୁନି ପିଲାମାନେ ଓଡ଼ିଆ ବର୍ଣ୍ଣମାଳା ଅ ଠାରୁ କ୍ଷ ପର୍ଯ୍ୟନ୍ତ ଖୁବ ସୁନ୍ଦର ଭାବେ ଉପସ୍ଥାପନ କରିଛନ୍ତି । ଯାହାକୁ ଖୁବ ପସନ୍ଦ କରିଛନ୍ତି ସଭିଏଁ ।

ସଂଗୀତ ରଚନା ବଳୟକ୍ରିଷ୍ଣା ପଣ୍ଡା କରିଥିବା ବେଳେ କଣ୍ଠ ଦାନ କରିଛନ୍ତି ସୁଦୀପ୍ତା ପଣ୍ଡା । ଭିଡିଓ ଏଡିଟିଙ୍ଗ କରିଛନ୍ତି ଦାମୋଦର ପ୍ରଧାନ । ତେବେ ଆଜିର ଡିଜିଟାଲ ଦୁନିଆରେ ଏକ ଭିନ୍ନ ପ୍ରୟାସ କରିଛି ନିଶିତା ଏଣ୍ଟରଟେନମେଣ୍ଟ । ପିଲାମାନେ କିଭଳି ସହଜ ଆଉ ସରଳ ମାଧ୍ୟମରେ ଓଡ଼ିଆ ବର୍ଣ୍ଣମାଳାକୁ ବୁଝିପାରିବେ ସେନେଇ ନାଚ ଆଉ ଗୀତ ମାଧ୍ୟମରେ ଉପସ୍ଥାପନା କରିଛି ।କେବଳ ଏତିକି ନୁହେଁ ଆଗାମୀ ଦିନରେ ମଧ୍ୟ୍ୟ ନିଶିତା ଏଣ୍ଟରଟେନମେଣ୍ଟ କୁନି କୁନି ପିଲାଙ୍କ ପାଇଁ ଅନେକ ଶିକ୍ଷଣୀୟ କାର୍ଯ୍ୟକ୍ରମ ପରିବେଷଣ କରିବା ନେଇ ଉଦ୍ୟମ ଜାରି ରଖିଛି ।

Share this story