ରିଲିଜ ହେଲା ‘ମନେ ତୁ ପଡୁଛୁ ଆଲୋ ପାଗେଳି’

ରିଲିଜ ହେଲା ‘ମନେ ତୁ ପଡୁଛୁ ଆଲୋ ପାଗେଳି’

ପୁଣି ଦର୍ଶକଙ୍କୁ କନ୍ଦାଇବା ପାଇଁ ରିଲିଜ ହୋଇଯାଇଛି ଜଣାଶୁଣା ଗାୟକ ହ୍ୟୁମାନ ସାଗରଙ୍କ ଦୁଃଖଭରା ଗୀତ ‘ମନେ ତୁ ପଡୁଛୁ ଆଲୋ ପାଗେଳି’ । ପୁଣି ଦମଦାର ଅନ୍ଦାଜରେ ଫେରିଛନ୍ତି ହ୍ୟୁମାନ । ଶୁକ୍ରବାର ଡି ଫିଲ୍ମସ୍ ଦ୍ବାରା ନିର୍ମିତ ଏହି ଗୀତକୁ ୟୁଟ୍ୟୁବରେ ରିଲିଜ କରାଯାଇଛି ।

ରିଲିଜ ହେବାର କିଛି ଘଣ୍ଟା ମଧ୍ୟରେ ୧ଲକ୍ଷ ରୁ ଅଧିକ ଭ୍ୟୁ ମିଳି ସାରିଲାଣି । ସେହିପରି ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି ଓମ୍, ପ୍ରଜ୍ୟୋତି, ପପୁ । ଗୀତରେ ନିର୍ଦ୍ଦେଶନା ଦେଇଛନ୍ତି ସ୍ମୃତି ଆର୍ ।ଏହି ମ୍ୟୁଜିକ ଭିଡିଓର କାହାଣୀ ପ୍ରେମରେ ଧୋକାକୁ ନେଇ ଆଧାରିତ । ଏପରି ଅନେକ ସୁପରହିଟ୍ ଗୀତ ଓଲିଉଡକୁ ଦେଇସାରିଲେଣଇ ହ୍ୟୁମାନ ସାଗର ।

Share this story