ଖୁବ୍ଶୀଘ୍ର ବାହୁବଳୀର ଭଲ୍ଲାଲ୍ଦେବ ଫ୍ୟାନ୍ସଙ୍କୁ ଦେବେ ଗୁଡ୍ ନ୍ୟୁଜ୍
ବାହୁବଳୀରେ ଭଲ୍ଲାଲ୍ଦେବ ଭୂମିକାରେ ଅଭିନୟ କରୁଥିବା ଅଭିନେତା ରାଣା ଡଗଗୁବତୀଙ୍କୁ ନେଇ ଖୁସି ଖବର ଆସିଛି। ରିପୋର୍ଟ ଅନୁଯାୟୀ କୁହାଯାଉଛି କି ଦୁହେଁ ଏବେ ପିତାମାତା ହେବାକୁ ଯାଉଛନ୍ତି। ହେଲେ ଏହାକୁ ନେଇ ବର୍ତ୍ତମାନ ଦୁହେଁ କୌଣସି ଅଫିସିଆଲ ଆନାଉନ୍ସ କରି ନାହାନ୍ତି। ଏହି ଷ୍ଟାର ଦମ୍ପତିଙ୍କ ବିବାହକୁ ଦୁଇ ବର୍ଷ ବିତିଗଲାଣି। ପୂର୍ବରୁ ମଧ୍ୟ ଏହି ପ୍ରକାରର କଳ୍ପନାଜଳ୍ପନା କରାଯାଇ ସାରିଛି। ସୂଚନାନୁସାରେ, ଏହି ଦମ୍ପତି ଖୁବ୍ ଶୀଘ୍ର ପ୍ରଶଂସକଙ୍କ ସହ ଏହି ଖୁସି ଖବର ବାଣ୍ଟିପାରନ୍ତି।
ରାଣା ୨୦୨୦ ମସିହାରେ ମିହିକା ବଜାଜଙ୍କୁ ବିବାହ କରିଥିଲେ। କରୋନା ଯୋଗୁ ତାଙ୍କ ବିବାହରେ କେବଳ ପରିବାର ଏବଂ ଘନିଷ୍ଠ ବ୍ୟକ୍ତି ଉପସ୍ଥିତ ଥିଲେ। ଦୁହେଁ ଦୀର୍ଘ ସମୟ ଧରି ପରସ୍ପରକୁ ଡେଟ୍ କରିଥିଲେ। ପରେ ବିବାହ କରିଥିଲେ। ବର୍ତ୍ତମାନ ପ୍ରଶଂସକମାନେ ଉତ୍ସାହର ସହିତ ମିହିକା ଏବଂ ରାଣାଙ୍କ ଅଫିସିଆଲ୍ ଷ୍ଟେଟମେଣ୍ଟକୁ ଅପେକ୍ଷା କରି ରହିଛନ୍ତି ।
ରାଣା ଦଗୁବତୀ ଉଭୟ ବଲିଉଡ ଓ ସାଉଥ ଇଣ୍ଡଷ୍ଟ୍ରିରେ ସକ୍ରିୟ ଅଛନ୍ତି। ଅଧିକାଂଶ ତାଙ୍କୁ ସାଉଥ ଫିଲ୍ମରେ ଦେଖିବାକୁ ମିଳେ। ଆଗକୁ ତାଙ୍କ ହାତରେ ଅନେକ ପ୍ରୋଜେକ୍ଟ ରହିଛି। ସେ ଏବେ ଦୁଇଟି ଫିଲ୍ମରେ କାମ କରୁଛନ୍ତି। ଏହା ବ୍ୟତୀତ ରାଣାଙ୍କୁ ଡକ୍ୟୁମେଣ୍ଟାରୀ ସିରିଜ ‘ଦି ଜର୍ନି ଅଫ୍ ଇଣ୍ଡିଆ’ର ପାର୍ଟ-୨ରେ ଦେଖିବାକୁ ମିଳିବେ।