ସୁଶାନ୍ତ ସିଂ ରାଜପୁତ ଘଟଣାରେ ବଡ଼ ଖୁଲାସା : ଏଭଳି ବୟାନ ରଖିଲେ ପୋଷ୍ଟମର୍ଟମ କରିଥିବା ହସ୍ପିଟାଲ କର୍ମଚାରୀ

ଦିନ ପରେ ଦିନ ସୁଶାନ୍ତ ସିଂଙ୍କ ମୃତ୍ୟ କୁ ନେଇ ଗୋଟିଏ ପରେ ଗୋଟିଏ ସତ୍ୟ ସାମ୍ନାକୁ ଆସୁଛି । ତେବେ ସୁଶାନ୍ତ ଆତ୍ମହତ୍ୟା ନୁହେଁ ବରଂ ତାଙ୍କୁ ହତ୍ୟା କରାଯାଇଥିଲା ବୋଲି ଏବେ ଏହି ଘଟଣାରେ ଆଉ ଜଣେ ଦାବୀ କରିଛନ୍ତି । ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଦୁଇ ବର୍ଷ ବିତିଗଲାଣି। ହେଲେ ଏପର୍ଯ୍ୟନ୍ତ ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟ କରିଥିବା ନେଇ ପୁଲିସ କହୁଥିବା ବେଳେ, ତାଙ୍କ ପ୍ରଶଂସକ ଏବଂ ସୁଶାନ୍ତଙ୍କୁ ଜାଣିଥିବା ଲୋକ ଏହାକୁ ବିଶ୍ବାସ କରିପାରୁନାହାନ୍ତି। ଏହାରି ମଧ୍ୟରେ ସୁଶାନ୍ତଙ୍କ ବ୍ୟବଚ୍ଛେଦ କରିଥିବା ମୁମ୍ବାଇର କପୁର୍ ହସ୍ପିଟାଲର କର୍ମଚାରୀ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି। ନିକଟରେ ନ୍ୟୁଜ୍ ଏଜେନ୍ସି ଏନ୍ଆଇକୁ ଏକ ସାକ୍ଷାତକାରରେ ସୁଶାନ୍ତଙ୍କ ବ୍ୟବଚ୍ଛେଦ କରିଥିବା ରୂପକୁମାର ଶାହା ଦାବି କରିଛନ୍ତି ଯେ ଅଭିନେତା ଆତ୍ମହତ୍ୟା କରିନଥିଲେ ବରଂ ତାଙ୍କୁ ହତ୍ୟା କରାଯାଇଥିଲା। ଅଭିନେତାଙ୍କ ଶରୀର ଏବଂ ବେକରେ ଅନେକ ଚିହ୍ନ ଥିବା କହିଛନ୍ତି।
ମୁମ୍ବାଇର କପୁର୍ ହସ୍ପିଟାଲର ଶବ ବ୍ୟବଚ୍ଛେଦ କର୍ମଚାରୀ ରୂପକୁମାର ଶାହା କହିଛନ୍ତି ଯେ ଯେତେବେଳେ ସୁଶାନ୍ତଙ୍କ ପୋଷ୍ଟମର୍ଟମ ହୋଇଥିଲା ସେତେବେଳେ ସେ ସେଠାରେ ଉପସ୍ଥିତ ଥିଲେ। ସେ କହିଛନ୍ତି, ମୁଁ ୨୦୨୦ ମସିହା ୧୪ ଏବଂ ୧୫ ଜୁନ୍ ରେ ଡ୍ୟୁଟିରେ ଥିଲି। ଏହି ସମୟରେ ଏକ ଭିଆଇପି ଶରୀର ଆସିଲା। ଯେଉଁଦିନ ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ହେଲା, ବ୍ୟବଚ୍ଛେଦ ପାଇଁ କୁପର୍ ହସ୍ପିଟାଲକୁ ପାଞ୍ଚଟି ମୃତଦେହ ଆସିଥିଲା। ପୁଲିସ ସହିତ ବହୁ ଲୋକ ହସ୍ପିଟାଲରେ ରହିଥିଲେ। ସେଠାରେ ଏକ ଭିଆଇପି ଶରୀର ଥିଲା, ତେଣୁ ଅଧିକ ଲୋକ ଆସିଥିଲେ ବୋଲି ଆମେ ଶୁଣିବାକୁ ପାଇଲୁ. କିନ୍ତୁ ତାହା ସୁଶାନ୍ତ ସିଂଙ୍କ ମୃତଦେହ ବୋଲି ଜାଣିନଥଲୁ।
ଆମେ ଆମ କାମ ଚାଲିଥାଉ। ରାତି ପ୍ରାୟ ୧୧ କି ୧୨ରେ ସୁଶାନ୍ତଙ୍କ ଶରୀରର ପୋଷ୍ଟମର୍ଟମ ନମ୍ବର ଆସିଥିଲା।ଯେତେବେଳେ ଆମେ ବ୍ୟବଚ୍ଛେଦ କରିବାକୁ ଯାଇଥିଲୁ, ମୃତଦେହଟି ସୁଶାନ୍ତଙ୍କର ବୋଲି ଜାଣିଥିଲୁ। ବ୍ୟବଚ୍ଛେଦ ସମୟରେ ତାଙ୍କ ଦେହରେ ଅନେକ ଚିହ୍ନ ଏବଂ ବେକରେ ଦୁଇରୁ ତିନୋଟି ଚିହ୍ନ ଥିବା ଦେଖାଯାଇଥିଲା। ତାଙ୍କ ଶରୀର ଆତ୍ମହତ୍ୟା ଭଳି ଦେଖାଯାଉ ନଥିଲା। ମୁଁ ସଙ୍ଗେ ସଙ୍ଗେ ମୋ ସିନିୟରଙ୍କ ସହ କଥାବାର୍ତ୍ତା କରିବାକୁ ଯାଇ କହିଲି, ସାର୍, ଏହା ଏକ ଭିନ୍ନ ମାମଲା । କାରଣ ମୋର ୨୮ ବର୍ଷର ଅଭିଜ୍ଞତା ଅଛି। ସାହେବ କହିଲେ, ଆମେ ପରେ ଏହା ବିଷୟରେ ଆଲୋଚନା କରିବା।
ଶାହା ଆହୁରି କହିଛନ୍ତି ନିୟମ ଅନୁଯାୟୀ ବ୍ୟବଚ୍ଛେଦ ସମୟରେ ଏହାର ଭିଡିଓ ରେକର୍ଡ ହେବା ଆବଶ୍ୟକ। କିନ୍ତୁ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକ୍ରମେ ଆମେ କେବଳ ଫଟୋ ଉଠାଇ ପୁଲିସକୁ ମୃତଦେହ ହସ୍ତାନ୍ତର କରିଥିଲୁ।’ ମୁଁ ଦେଖିଲି ଯେ ଆତ୍ମହତ୍ୟାର ମୃତ ଦେହ ଝୁଲିବା ପରେ ଗଳାରେ ଥିବା ଚିହ୍ନ ଆତ୍ମହତ୍ୟା ଭଳି ନୁହେଁ। ତାହା କିଛି ଅଲଗା ଥିଲା । ଶାହ ଏହା ମଧ୍ୟ କହିଛନ୍ତି ଯେ ସୁଶାନ୍ତଙ୍କ ଶରୀର ଏବଂ ବେକରେ ଗଭୀର ଆଘାତ ଚିହ୍ନ ଦେଖିବା ପାଇଁ ମିଳିଥିଲା ।ସେ ସମ୍ପୂର୍ଣ୍ଣ ଭିନ୍ନ ଥିଲେ।