ଟ୍ୟୁସନ୍‌ ସାର୍ ଙ୍କ ଅଦ୍ଭୁତ କାଣ୍ଡ, ଛାତ୍ରୀଙ୍କୁ ଗର୍ଭବତୀ ପରେ ଗର୍ଭପାତ ମେଡିସିନ୍‌ ଖାଇବାକୁ ଦେଇ ମାରିବାକୁ ଉଦ୍ୟମ

ଟ୍ୟୁସନ୍‌ ସାର୍ ଙ୍କ ଅଦ୍ଭୁତ କାଣ୍ଡ, ଛାତ୍ରୀଙ୍କୁ ଗର୍ଭବତୀ ପରେ ଗର୍ଭପାତ ମେଡିସିନ୍‌ ଖାଇବାକୁ ଦେଇ ମାରିବାକୁ ଉଦ୍ୟମ

ଶିକ୍ଷକ ଦେବତାଙ୍କ ପରୀ ପୂଜ୍ୟ ହୋଇଥାନ୍ତି,ଆମ ଜୀବନ ଗଢିବାରେ ତାଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଥାଏ। ହେଲେ ବିହାରର ସହରସା ଜିଲ୍ଲାରେ ଏମିତି ଏକ ଘଟଣା ଘଟିଛି ଯାହାକି ଛାତ୍ର ଶିକ୍ଷକଙ୍କ ସମ୍ପର୍କ ରେ କଳଙ୍କ ଲଗେଇ ଦେଇଛି । ଜଣେ ଶିକ୍ଷକ ସପ୍ତମ ଶ୍ରେଣୀରେ ପଢୁଥିବା ଛାତ୍ରୀଙ୍କୁ ପ୍ରାୟ ବର୍ଷେ ହେଲା ଦୁଷ୍କର୍ମ କରିଆସୁଥିବା ଅଭିଯୋଗ ହୋଇଛି । ନାବାଳିକା ଛାତ୍ରୀଜଣକ ୪ ମାସର ଗର୍ଭବତୀ ମଧ୍ୟ ହୋଇଥିଲେ । ମାମଲାର ଖୁଲାସା ହେବା ପରେ ଗାଁରେ ପଞ୍ଚାୟତ ବସିଥିଲା ଏବଂ ଅଭିଯୁକ୍ତ ଶିକ୍ଷକ ପୀଡିତାଙ୍କୁ ବିବାହ କରିବାକୁ ରାଜି ମଧ୍ୟ ହୋଇଥିଲେ । କିନ୍ତୁ ଗାଁରେ ପଞ୍ଚାୟତ ବସିବାର ୪ ଦିନ ପରେ ଅଭିଯୁକ୍ତ ଶିକ୍ଷକ ସୁବଲେଶ କୁମାର ଯାଦବ ନାବାଳିକା ଛାତ୍ରୀଙ୍କୁ ଉତ୍ତେଜକ ମେଡିସିନ୍‌ ଦେବାକୁ କହି ଗର୍ଭପାତ ମେଡିସିନ୍‌ ଖାଇବାକୁ ଦେଇଦେଇଥିଲା । ଯାହାଫଳରେ ଛାତ୍ରୀଜଣକ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଏହି ଘଟଣାଟି ସହରସା ଜିଲ୍ଲା ସୋର ବଜାର ଥାନା ଅନ୍ତର୍ଗତ ସମଦା-ବଖରୀ ଗାଁରେ ଘଟିଛି । ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି । ମହିଳା ଥାନା ଅଧ୍ୟକ୍ଷା ପ୍ରେମଲତା ଭୁପା କହିଛନ୍ତି, ପୀଡିତା ନାବାଳିକାଜଣକ ଟ୍ୟୁସନ୍‌ ପଢିବା ପାଇଁ ସଂପୃକ୍ତ ଶିକ୍ଷକଙ୍କ ପାଖକୁ ଯାଉଥିଲେ । ସେଠାରେ ଅଭିଯୁକ୍ତଜଣକ ନାବାଳିକା ଛାତ୍ରୀଙ୍କୁ ଡରାଇଧମକାଇ ଗତ ବର୍ଷେ ହେବ ବାରମ୍ବାର ଦୁଷ୍କର୍ମ କରୁଥିଲେ, ଛାତ୍ରୀ ଜଣକ ଗର୍ଭବତୀ ହେବାରୁ ଘଟଣାଟି ସର୍ବ ସମ୍ମୁଖକୁ ଆସିଥିଲା। ଘଟଣା ପରଠାରୁ ଅଭିଯୁକ୍ତ ଶିକ୍ଷକ ଜଣକ ଫେରାର ଥିବା ବେଳେ ପୋଲିସ ପକ୍ଷରୁ ଅନୁସନ୍ଧାନ ଜାରି ରହିଛି।

Share this story