ସିଦ୍ଧୁଙ୍କ ହତ୍ୟା ପଛରେ ଅଛି କି ଗ୍ୟାଙ୍ଗଷ୍ଟାର ଲିଙ୍କ ?

sidhhu mudder - larens goldi

ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ମାମଲାର ବଡ଼ ଖୁଲାସା । ହତ୍ୟା କରିବା ପାଇଁ ଗ୍ୟାଙ୍ଗଷ୍ଟର ଗୋଲଡି ଏବଂ ଲରେନ୍ସ ବିଷ୍ଣୋୟୀ ସୁପାରୀ ଦେଇଥିଲେ । ବଲିଉଡ ଷ୍ଟାର ସଲମାନ ଖାନଙ୍କୁ ହତ୍ୟା କରିବାକୁ ମଧ୍ୟ ଧମକ ଦେଇଥିଲେ ।  ପୋଷ୍ଟମଟମ ରିପୋର୍ଟରୁ ବଡ଼ ଖୁଲାସା ହୋଇଛି। ସିଦ୍ଧୁଙ୍କ ଦେହରେ ୨୪ଟି ଗୁଳି ବାଜିଛି, କାନାଡ଼ାରେ ବସି ଏବେ ଗ୍ୟାଙ୍ଗଷ୍ଟାରକୁ ଅପରେଟ କରୁଛି ଗ୍ୟାଙ୍ଗ । ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟା ଷଡଯନ୍ତ୍ର କିଏ ଆଉ କାହଁକି ରଚିଥିଲା । ଏହା ପଛରେ ଗ୍ୟାଙ୍ଗଷ୍ଟର ଗୋଲଡି ଏବଂ ଲରେନ୍ସ  ବିଷ୍ଣୋୟୀର ହାତ ଥିବା ଜଣାପଡିଛି । ଉଭୟ ହିଁ ମାରିବାକୁ ସୁପାରୀ ଦେଇଥିଲେ । ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତ ବୟାନରୁ ଏହା ଜଣାପଡିଛି । ତେବେ ଏ ଗୋଲଡି ବ୍ରାର କିଏ ?  ପ୍ରକୃତରେ ତାର ନାଁ କଣ ?  

ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ମାମଲାର ମାଷ୍ଟର ମାଇଣ୍ଡ ଗୋଲଡି ବ୍ରାରର ପ୍ରକୃତ ନାମ ସତ୍ବିନ୍ଦେରଜିତ ସିଂ ୧୯୯୪ ମସିହାରେ ଜନ୍ମିତ ସତ୍ବିନ୍ଦେରଜିତ ସିଂ ଓରଫ ଗୋଲଡି ବିଏ ରେ ଡିଗ୍ରୀ ହାସଲ କରିଛନ୍ତି । ତାର ପାଞ୍ଚଟି ଅଲଗା ଅଲଗା ଫୋଟୋ ପଞ୍ଜାବ ପୋଲିସ ପାଖରେ ଅଛି । ଗୋଲଡି ବିଭିନ୍ନ ସମୟରେ ରୂପ ବଦଳାଇ ଲୁଚୁଛି । ସେ A + କାଟାଗୋରୀର ଗ୍ୟାଙ୍ଗଷ୍ଟାର ଥିବାବେଳେ କୋର୍ଟ ତାକୁ ପଳାତକ ଘୋଷଣା କରିଛନ୍ତି । ଗୋଲଡିର ୧୨ ସହଯୋଗୀଙ୍କ ମଧ୍ୟରେ ପଞ୍ଜବର କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋୟୀର ନାଁ ରହିଛି ।

ଗୋଲଡି ବିରୋଧରେ ହତ୍ୟା, ହତ୍ୟା ଉଦ୍ୟମ, ଜୋରଜବରଦସ୍ତ ବଟି ଆଦାୟ କରିବା ଭଳି ସଙ୍ଗୀନ ମାମଲା ରହିଛି । କେବଳ ପଞ୍ଜାବରେ ଗୋଲଡି ବିରୋଧରେ ୧୬ଟି ଅପରାଧିକ ମାମଲା ଥିବାବେଳେ ୪ଟିରେ ସେ ନିର୍ଦ୍ଦୋଷରେ ଖଲାସ ହୋଇଛି । ସହଯୋଗୀ ଲରେନ୍ସ ଜେଲ ଯିବା ପରେ ଗୋଲଡି କାନାଡ଼ାରେ ବସି ତାର ଗ୍ୟାଙ୍ଗକୁ ଅପରେଟ କରୁଛି । ଆଉ ଲରେନ୍ସ ଜେଲରେ ଥାଇ ମଧ୍ୟ ଷଡଯନ୍ତ୍ର ରଚୁଛି । ଗୋଲଡି ପଞ୍ଜାବ, ହରିୟାଣା, ଦିଲ୍ଲୀ, ରାଜସ୍ଥାନ ଓ ହିମାଂଚଳ ପ୍ରଦେଶରେ ଥିବା ସୁଟରଙ୍କ ସହ ଯୋଗାଯୋଗ କରିବା ସହ ଅପରାଧିକ କାର୍ଯ୍ୟକଳାପ ପାଇଁ ପ୍ଲାନ ସବୁ ପ୍ରସ୍ତୁତ କରୁଛି । 

୨୦୧୮ ମସିହାରେ ବଲିଉଡ ଭାଇଜାନ ସଲମାନ ଖାନଙ୍କୁ ହତ୍ୟା କରିବାର ଧମକ ଦେଇଥିଲା ହିଁ ଗ୍ୟାଙ୍ଗ । ଗ୍ୟାଙ୍ଗଷ୍ଟାର ଲରେନ୍ସ ତାର ପୁରା ଗ୍ୟାଙ୍ଗସହ ଅଭିନେତା ସଲମାନ ଖାନଙ୍କୁ ମାରିବା ପାଇଁ ସମ୍ପୂର୍ଣ ଯୋଜନା କରିଥିଲା । ଯୋଜନା ପ୍ରସ୍ତୁତ କରିବା ସମୟରେ ଲରେନ୍ସ ଯେଉଁ ଅସ୍ତ୍ର ଶସ୍ତ୍ର ବିଷୟରେ କହିଥିଲେ ତାହା ଯୋଗାଡ଼ ହୋଇପାରିନଥିଲା, ଯେଉଁଥିପାଇଁ ଗ୍ୟାଙ୍ଗଷ୍ଟାରର ଯୋଜନା ବିଫଳ ହୋଇଥିଲା । କେବଳ ପଞ୍ଜାବ ନୁହେଁ ଆଖପାଖରୁ ୪ରାଜ୍ୟ ଓ କାନାଡ଼ା ଯାଏଁ ରହିଛି ଲରେନ୍ସର ଲିଙ୍କ । ଲରେନ୍ସ ଏବେ ତିହାର ଜେଲରେ ବନ୍ଦୀ ଜୀବନ ବିତାଉଛି । ଦେଶର ସବୁଠୁ ହାଇ ସିକ୍ୟୁରିଟି ଜେଲରେ ରହିବି କ୍ରାଇମ ନେଟୱାର୍କ ଚଳାଇଛି । ୩୦ବର୍ଷୀୟ ଏହି ଲ ଗ୍ରାଜୁଏଟ ଖାଲି ପଞ୍ଜାବରେ ନୁହେଁ ୪ରାଜ୍ୟର ଡନ । ସବୁଠୁ ବଡ଼ କ୍ରିମିନାଲ। ପଞ୍ଜାବ ରାଜସ୍ଥାନ ହରିୟାଣା ଦିଲ୍ଲୀ ସମେତ ହିମାଚଳ, ୟୁପିରେ ବି ଏହାର କ୍ରାଇମ ସିଣ୍ଡିକେଟ ରହିଛି । ସେପଟେ ପୋଷ୍ଟମଟମ ରିପୋର୍ଟ କହୁଛି ସିଦ୍ଧୁଙ୍କୁ ମଦର ପାଇଁ ଅତ୍ୟାଧୁନିକ ବନ୍ଧୁକର ବ୍ୟବହାର କରାଯାଇଥିଲା । ଆକ୍ରମଣକାରୀ ୩୦ରାଉଣ୍ଡ ଗୁଳି ସିଦ୍ଧୁଙ୍କ ଉପରକୁ ଚାଇଥିବାବେଳେ ସେଥିରୁ ୨୪ରାଉଣ୍ଡ ଗୁଳି ତାଙ୍କ ଶରୀରରେ ବାଜିଥିଲା ।  ଏଠି ମଧ୍ୟରୁ ଗୋଟିଏ ରାଉଣ୍ଡ ଗୁଳି ମୁଣ୍ଡ ଭିତରେ ପଶି ବାହାରିଯାଇଥିଲା ।

Share this story