୩୧ ବର୍ଷ ତଳେ ରାଜୀବ ଗାନ୍ଧୀଙ୍କୁ କିଭଳି ଓ କାହିଁକି ମାରିଥିଲା ଏ ଜହ୍ଲାଦ ?

Rajeeb gandhi

୩୧ ବର୍ଷ ପରେ ଜେଲରୁ ଆଜି ଜେଲରୁ ମୁକୁଳିବେ ଏଜି ପେରାଇ ଭଲନ୍ନ। ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ହତ୍ୟାକାରୀ ଏଜି ପେରାରିଭାଲାନଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ଥି ମିଳିଛି। ରାଜୀବ ଗାନ୍ଧିଙ୍କୁ ହତ୍ୟା କରିବା ମାମଲାରେ ଦୋଷୀ ସାବ୍ୟସ୍ତ ହେବାପରେ ପେରାରିଭାଲାନ୍ ୩୧ ବର୍ଷରୁ ଅଧିକ ଜେଲରେ ସଜା କାଟିଥିଲେ। ଦୀର୍ଘ ବର୍ଷ ଜେଲରେ ସଜା କାଟିବା ପରେ ବୁଧବାର ସୁପ୍ରିମକୋର୍ଟ ତାଙ୍କୁ ମୁକ୍ତ କରିବା ନେଇ ନିର୍ଦ୍ଦେଶ ଦେଇଛନ୍ତି। ଜେଲ୍‌ରେ ତାଙ୍କର ଭଲ ଆଚରଣ, ଚିକିତ୍ସା ସ୍ଥିତି, ଶିକ୍ଷାଗତ ଯୋଗ୍ୟତାକୁ ଦେଖି ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।

ଉଲ୍ଲେଖନୀୟ ଯେ, ୨୧ ମଇ ୧୯୯୧ ରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କୁ ତାମିଲନାଡୁର ଶ୍ରୀପେରୁମ୍ବୁଦୁରରେ ଏକ ଜନସଭା ସମୟରେ ହତ୍ୟା କରାଯାଇଥିଲା। ଏହାପରେ ୧୧ ଜୁନ୍ ୧୯୯୧ ରେ ପେରାରିଭାଲାନଙ୍କୁ ଗିରଫ କରାଯାଇଥିଲା। ୧୯୯୮ ରେ ଟାଡା କୋର୍ଟ ତାଙ୍କୁ ମୃତ୍ୟୁଦଣ୍ଡାଦେଶ ଶୁଣାଇ ଥିଲେ,ପରେ ଏହି ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ ଦିଆଯାଇଥିଲା। ୧୯୯୯ ରେ ସୁପ୍ରିମକୋର୍ଟ ସଜା ବଳବତ୍ତର ରଖିବାର ନିର୍ଦ୍ଦେଶ ଦେଇଥିଲେ। ତେବେ ପରେ ୨୦୧୪ ରେ ମୃତ୍ୟୁଦଣ୍ଡାଦେଶକୁ ଆଜୀବନ କାରାବାସରେ ପରିବର୍ତ୍ତନ କରାଯାଇଥିଲା।

bhalin

ଚଳିତ ବର୍ଷ ମାର୍ଚ୍ଚରେ ସୁପ୍ରିମକୋର୍ଟ ପେରାରିଭାଲାନଙ୍କୁ ଜାମିନ୍ ଦେଇଥିଲେ, କିନ୍ତୁ କେନ୍ଦ୍ର ସରକାର ତାଙ୍କ ଆବେଦନକୁ ବିରୋଧ କରିଥିଲେ। ତାମିଲନାଡୁର ରାଜ୍ୟପାଳ ଏହି ମାମଲାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପାଖକୁ ପଠାଇଥିଲେ। ରାଜକ୍ଷମା ଆବେଦନ କରାଯାଇଥିଲେ ମଧ୍ୟ ରାଷ୍ଟ୍ରପତି ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇ ନାହାନ୍ତି।

Share this story