ଯୁବକଙ୍କୁ ଅପହରଣ ପରେ ଦୁଷ୍କର୍ମ କଲେ ୪ ଯୁବତୀ, କଥାଟି ଅଡ଼ୁଆ ଲାଗୁଥିଲେ ମଧ୍ୟ ସତ
girls ref boy

ଆପଣ ସବୁବେଳେ ମହିଳାଙ୍କ ସୁରକ୍ଷା କଥା ଶୁଣୁଥିବେ।  ମହିଳା ସୁରକ୍ଷାକୁ ନେଇ ସରକାର ଓ ପ୍ରଶାସନ ପ୍ରଶ୍ନ ଘେରରେ ରହିଥାନ୍ତି। କିନ୍ତୁ ଏହା ଭିତରେ ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ପଞ୍ଜାବର ଜଳନ୍ଧରରୁ ସାମନାକୁ ଆସିଛି। ଜଣେ ଯୁବକଙ୍କୁ ଚାରି ଜଣ ଯୁବତୀ କରିଛନ୍ତି ଗଣ ଦୁଷ୍କର୍ମ। ଯୁବତୀମାନେ ଠିକଣା ପଚାରିବା ବାହାନାରେ ଯୁବକ ଜଣକୁ ଅପହରଣ କରିନେଇଥିଲେ। ତା ପରେ ଜଣ ଜଣ କରି ତାଙ୍କୁ ଦୁଷ୍କର୍ମ କରିଥିଲେ। କେବଳ ସେତିକି ନୁହେଁ ନିଶାରେ ଚୁର୍ ଥିବା ଏହି ଝିଅମାନେ ଯୁବକଙ୍କୁ ଜବରଦସ୍ତି ମଦ ମଧ୍ୟ ପିଆଇଥିଲେ।

ଯୁବକ ଜଣ ଅଭିଯୋଗ କରିଛନ୍ତି, କାରରେ ଆସିଥିବା ଏହି ୪ ଝିଅ ଠିକଣା ପଚାରିବା ବାହାନାରେ ତାଙ୍କ ମୁହଁରେ କିଛି ସ୍ପ୍ରେ କରିଥିଲେ। ଏହାପରେ ତାଙ୍କ ଆଖିରେ ପଟି ବାନ୍ଧି ଅପହରଣ କରିନେଇଛନ୍ତି। ପରେ ତାଙ୍କୁ ଏକ ଅଜଣା ସ୍ଥାନକୁ ନିଆଯାଇଥିଲା। କେବଳ ସେତିକି ନୁହେଁ ବଂର ତାଙ୍କୁ ବଳପୂର୍ବକ ମଦ ପିଆଇ ଶାରିରୀକ ସମ୍ପର୍କ ରଖିଥିଲେ। ଯୁବକ ଜଣକ କହିଛନ୍ତି, ସେ ବିବାହିତ ଓ ତାଙ୍କର ଗୋଟିଏ ସନ୍ତାନ ରହିଛି। ସେ ଏକ ଚମଡା କାରଖାନାରେ କାମ କରନ୍ତି। ସୋମବାର ସେ କାମ ସାରି ଘରକୁ ଫେରୁଥିବା ବେଳେ ଏହି ଘଟଣା ଘଟିଥିଲା।

ପୀଡିତ ଯୁବକ କହିଛନ୍ତି, ଦୁଷ୍କର୍ମ କରିଥିବା ଯୁବତୀଙ୍କ ବୟସ ୨୦ ରୁ ୨୩ ବର୍ଷ ଭିତରେ ରହିଛି। ଅପହରଣ ପରେ ଯେତେବେଳେ ତାଙ୍କର ହୋସ୍ ଆସିଥିଲା ସେ ନିଜକୁ କାର ଭିତରେ ହାତ-ଗୋଡ ବନ୍ଧା ଥିବା ଅବସ୍ଥାରେ ପାଇଥିଲେ। ଚାରି ଯୁବତୀ ବସିକି ମଦ ପିଉଥିଲେ। ଏହାପରେ ସେମାନେ କୌଣସି ଏକ ଅଜଣା ସ୍ଥାନକୁ ନେଇ ଯାଇ ସହିତ ଶାରିରୀକ ସମ୍ପର୍କ ରଖିଥିଲେ। ପରେ ହାତଗୋଡ ବନ୍ଧା ଅବସ୍ଥାରେ ଛାଡି ପଳାଇଥିଲେ। ଏହି ବ୍ୟକ୍ତି ଜଣକ ମାମଲା ରୁଜୁ କରିନାହାନ୍ତି। ତାଙ୍କର କହିବା ଅନୁସାରେ, ବଦନାମ୍ ହେବାର ଭୟରେ ତାଙ୍କ ପତ୍ନୀ ମାମଲା ରୁଜୁ କରିବାକୁ ମନା କରିଦେଇଛନ୍ତି। ତେବେ ମାମଲା ସାମନାକୁ ଆସିବା ପରେ ପଞ୍ଜାବ ପୋଲିସର ଗୁଇନ୍ଦା ବିଭାଗ ତଦନ୍ତ ଆରମ୍ଭ କରିଛି।

Share this story