ଅର୍ଚ୍ଚନାଙ୍କ ସ୍ୱାମୀଙ୍କୁ ଉଠାଇନେଲା ପୁଲିସ୍‌; ହାତରେ ଲାଗିଛି ବିସ୍ଫୋରକ ତଥ୍ୟ

archana nag husband

ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ଗିରଫ କଲା ପୋଲିସ । ଚର୍ଚ୍ଚିତ ମହିଳା ଅର୍ଚ୍ଚନା ନାଗଙ୍କ ଫାଶରେ କେତେ ହେଭିୱେଟ୍‌ ଫସିଛନ୍ତି ତାହାର ହିସାବ ନାହିଁ । ସେ ଏବେ ଝାରପଡ଼ା ଜେଲ୍‌ରେ ଥିବାବେଳେ ଆଜି ସକାଳୁ ହଠାତ ଭୁବନେଶ୍ୱର ସ୍ଥିତ ସତ୍ୟବିହାର ଘରୁ ଜଗବନ୍ଧୁକୁ ଉଠାଇନେଇଥିଲା କମିଶନରେଟ୍ ପୋଲିସର ସ୍ୱତନ୍ତ୍ର ଟିମ୍ । ଏ ସମ୍ପର୍କରେ ପୁଲିସ୍‌ ହାତରେ ଲାଗିଛି ବିସ୍ଫୋରକ ତଥ୍ୟ । 

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସ୍ୱାମୀକୁ ପୋଲିସର ସ୍ୱତନ୍ତ୍ର ଟିମ୍ ଗିରଫ କରିଛି । ଅଧିକ ତଥ୍ୟ ପାଇଁ ଜଗବନ୍ଧୁଙ୍କୁ କରିପାରେ ଜେରା । ପ୍ରାୟ ୨ ସପ୍ତାହ ହେବ ଜେଲ୍‌ର କାଳ କୋଠରୀରେ ସମୟ କାଟୁଛନ୍ତି ବହୁ କେଳେଙ୍କାରୀର ମାୟାବିନୀ ଅର୍ଚ୍ଚନା। ଲେଡି ବ୍ଲାକ୍‌ମେଲର୍ ଜେଲରେ ବନ୍ଦୀ ଥିବା ବେଳେ ବାହାରେ ଖୁଲମଖୁଲା ବୁଲୁଥିଲା ତା’ ସ୍ୱାମୀ ଜଗବନ୍ଧୁ। ହେଲେ ହଠାତ୍‌  ଏତେ ଦିନ ପରେ ଚଳଚଞ୍ଚଳ ହୋଇ ଉଠିଥିବା ପୁଲିସ୍‌ ଆଜି ସକାଳୁ ସକାଳୁ ଜଗବନ୍ଧୁଙ୍କୁ ଉଠାଇ ନେଇ ପରେ ତାକୁ ଗିରଫ କରିଛି।

ଜଗବନ୍ଧୁ  ନିଜ ସତ୍ୟବିହାରସ୍ଥିତ ଘରେ ଥିବା ବେଳେ କମିଶନରେଟ ପୁଲିସ୍‌ର ଏକ ସ୍ୱତନ୍ତ୍ର ଟିମ୍‌ ଆଜି ସକାଳୁ ତାଙ୍କୁ ସେଠାରୁ ଉଠାଇ ନେଇ ଏକ ଗୁପ୍ତ ସ୍ଥାନରେ ରଖିଥିଲା। ସେଠାରେ ତାଙ୍କୁ କିଛି ଉଚ୍ଚପଦସ୍ତ ଅଧିକାରୀ ପଚରାଉଚରା କରୁଥିବା ଜଣାଯାଇଛି । ଅର୍ଚ୍ଚନାର କଳା କାରନାମା ତଥା ଏତେ ବଡ଼ ସାମ୍ରାଜ୍ୟ ପଛରେ ଜଗବନ୍ଧୁର ଭୂମିକାକୁ ନେଇ ଏବେ ଘାଣ୍ଟୁଛି ପୁଲିସ୍‌।  ଆଜି ଦିନ ୧୧.୪୭ରେ ହାଇକୋର୍ଟରେ ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁଙ୍କ ଆଗୁଆ ଜାମିନ ଆବେଦନ କରିଥିଲେ ତାଙ୍କ ଓକିଲ ହେଲେ ଏହା ପୂର୍ବରୁ ତାଙ୍କୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି ।


 

Share this story