ଗାନ୍ଧୀଙ୍କୁ ମାରିବା ପଛରେ ନାଥୁରାମଙ୍କ ଥିଲା ଏଭଳି ଉଦ୍ଦେଶ୍ୟ, ଆଜି ବି ଅଧିକାଂଶ ଏ କାହାଣୀ ଜାଣିନଥିବେ
nathuram gadse

ମହାତ୍ମା ଗାନ୍ଧି ନିଜର ଆଦର୍ଶ ଓ ଅହିଂସାର ବାର୍ତ୍ତା ପ୍ରଦାନ କରିଥିବା ପାଇଁ ବିଶ୍ୱରେ ଆଜି ତାଙ୍କୁ ଲୋକେ ମନେ ରଖିଛନ୍ତି। ଗାନ୍ଧିଜୀ କେବଳ ଭାରତରେ ନୁହେଁ, ବରଂ ସମଗ୍ର ବିଶ୍ୱରେ ଏକ ଜଣାଶୁଣା ବ୍ୟକ୍ତିତ୍ୱ। ମହାତ୍ମା ଗାନ୍ଧି ଦେଶ ସ୍ୱାଧୀନତା ପାଇଁ ନିଜର ଜୀବନକୁ ବଳି ଦେଇଥିଲେ। ସେ କେବେ ବି କ୍ଷମତା ଓ ବ୍ୟକ୍ତିଗତ ଲାଭ ପାଇଁ ପଦପଦବି ପାଇଁ ମନ ବଳାଇ ନ ଥିଲେ। ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ନାଥୁରମ ଗଡସେ ମାରିଥିଲେ ଏହା ତ ପ୍ରତିଟି ଭାରତୀୟ ଜାଣିଛନ୍ତି । କିନ୍ତୁ କଣ ପାଇଁ ମାରିଥିଲେ ତାହା ବୋଧେ ଅନେକ ଜାଣି ନଥିବେ । ତେବେ ଆଜି ଆମେ ଆପଣ ମାନଙ୍କୁ କହିବୁ ନାଥୁରାମ ଗଡସେ କଣ ପାଇଁ ମହାତ୍ମା ଗାନ୍ଧୀଙ୍କୁ ମାରିଥିଲେ ଏବଂ କୋର୍ଟରେ ସ୍ଵୀକାର କରିଥିବା କିଛି ଅଜଣା କଥା । ବିର୍ଲା ଭବନ ଯେଉଁ ଠାରେ ପ୍ରତିଦିନ ସନ୍ଧ୍ୟା ୫ ଟାରେ ପ୍ରାର୍ଥନା ସଭା ହେଉଥିଲା ।

ଏହି ସଭାରେ ଗାନ୍ଧିଜି ସବୁଦିନ ସାମିଲ ରହୁଥିଲେ କିନ୍ତୁ ୩୦ ଜାନୁୟାରୀ ୧୯୪୮ ମସିହାରେ ଗାନ୍ଧୀଜି ସରଦାର ବଲ୍ଲବ ଭାଇ ପଟେଲଙ୍କ ସହ ବ୍ୟସ୍ତ ଥିଲେ । ଠିକ ସେହି ସମୟରେ ୫ ଟା ୧୫ରେ ଗାନ୍ଧିଜିଙ୍କ ନଜର ତାଙ୍କ ଘଣ୍ଟା ଉପରେ ପଡିଥିଲା ଏହା ପରେ ଗାନ୍ଧିଜି ପ୍ରାର୍ଥନା ସଭାକୁ ଯାଉଥିଲେ । ମନୁଙ୍କ କାନ୍ଧରେ ହାତ ଧରି ମଞ୍ଚ ଆଡକୁ ଗଲେ ସେହି ସମୟରେ ହଠାତ ନାଥୁରାମ ଗଡସେ ତାଙ୍କ ସାମ୍ନାକୁ ଆସିଥିଲେ । ବାପୁଙ୍କ ସାମ୍ନାରେ ହାତ ଯୋଡି ସେ କହିଲେ  - ନମସ୍ତେ ବାପୁ ! ଗାନ୍ଧୀଙ୍କ ସହ ଥିବା ମନୁ କହିଲେ- "ଭାଇ ସାମ୍ନାରୁ ଉଠ ବାପୁଙ୍କ ବାଟ ଛାଡିଦିଅ। ବାପୁଙ୍କର ବିଳମ୍ବ ହେଉଛି l ଏମିତିରେ ବି ବହୁତ ଡେରି ହୋଇଗଲାଣି।" କିନ୍ତୁ ଗଡସେ ମନୁଙ୍କୁ ଦୂରକୁ ଠେଲିଦେଇ ତାଙ୍କ ହାତରେ ଲୁଚି ରହିଥିବା ଏକ ଛୋଟ ବେରେଟା ପିସ୍ତଲରେ ଗାନ୍ଧୀଙ୍କ ଛାତିକୁ ଗୋଟିଏ ପରେ ଗୋଟିଏ ତିନିଟି ଗୁଳି ଗୁଳି ଚଳାଇ ଥିଲେ l  ଦୁଇଟି ଗୁଳି ବାପୁଙ୍କ ଦେହ ଦେଇ ଯାଇଥିବା ବେଳେ ଗୋଟିଏ ଗୁଳି ତାଙ୍କ ଦେହରେ ଲାଗିଥିଲା ଆଉ ଗାନ୍ଧିଜୀ ସେଠି ପଡି ଯାଇଥିଲେ। ୭୮ବର୍ଷ ବୟସରେ ମହାତ୍ମା ଗାନ୍ଧୀ ମୃତ୍ୟୁବରଣ କରିଥିଲେ ।

ଗଡସେଙ୍କ ଜନ୍ମ ପୁନେରେ ହୋଇଥିଲା ଗଡସେ ଗାନ୍ଧିଜିଙ୍କ ବିଚାର ଧାରାକୁ ବହୁତ ଭଲ ପାଉଥିଲେ । ହେଲେ ପରବର୍ତ୍ତୀ ସମୟରେ ନାଥୁରାମ ଗାନ୍ଧୀଜିଙ୍କ ବିଚାରା ଧାରାର ଘୋର ବିରୋଧ କରିବାକୁ ଲାଗୁଥିଲେ । ଏମିତି କଣ ପାଇଁ ହେଲା ଏହା ପଛରେ ଗୋଟିଏ ନୁହେଁ ଅନେକ କାରଣ ରହିଛି । ଗଡସେଙ୍କ ବିଚାର ଧାରା ଗାନ୍ଧିଜିଙ୍କ ପ୍ରତି ଗୋଟିଏ ଦିନରେ ବଦଳି ନଥିଲା ଗଡସେଙ୍କୁ ଲାଗୁଥିଲା ଗାନ୍ଧିଜି ହିନ୍ଦୁ ବିରୋଧୀ ବୋଲି । ଏହା ସହ ଗାନ୍ଧିଜି ଏମିତି ଅନେକ କାମ କରିଥିଲେ ଯେଉଁଥିରେ ଗଡସେଙ୍କ ସହମତି ନଥିଲା । ଗାନ୍ଧିଜିଙ୍କ ପ୍ରତି ଗଡସେଙ୍କ ବିଚାର ଧାରା ବଦଳିବାର ଟର୍ନିଙ୍ଗ ପଏଣ୍ଟ ୧୯୩୮ ମସିହାରେ ଆରମ୍ଭ ହୋଇଥିଲା । ଏହା ପରେ ଗାନ୍ଧିଜି ବିଚାର ଧାରା ଓ ଗଡସେ ବିଚାର ଧାରାରେ ଆକାଶ ପାତାଳ ଫରକ ଆସିଯାଇଥିଲା । ଗଡସେଙ୍କ ଅନୁଯାଇ ଗାନ୍ଧିଜିଙ୍କ ପ୍ରଥମ ଭୁଲ ଥିଲା ସେ ଖିଲାପଥ ଆନ୍ଦୋଳନର ସାଥ ଦେଇଥିଲେ । ଜିନା ଅଲ୍ଲିଙ୍କୁ ଗାନ୍ଧି ପୁରା ଅଧିକାର ଦେଇଥିଲେ ବୋଲି ସେ କୋର୍ଟରେ କହିଥିଲେ ।

nathuram gadse

ଏହି ଖିଲାପଥ ଆନ୍ଦୋଳନ ପାଇଁ ଭାରତରେ ଜବରଦସ୍ତି ଧର୍ମ ପରିବର୍ତ୍ତନ କରଯାଇଥିଲା । ଗଡସେଙ୍କ ରାଗ ଭାରତ-ପାକିସ୍ତାନ ବିଭାଜନକୁ ନେଇ ମଧ୍ୟ ହୋଇଥିଲା । ଗଡସେଙ୍କ କହିବା କଥା ଗାନ୍ଧିଜି କେବଳ ଭାରତକୁ ଅଲଗା କରି ନଥିଲେ ରିଜର୍ବ ବାଙ୍କକୁ ବି ବିଭାଜନ କରିଦେଇଥିଲେ । ତେବେ ଏହି ସବୁ କାରଣ ପାଇଁ ସେ ଗାନ୍ଧିଜିଙ୍କୁ ହତ୍ୟା କରିଥିଲେ ।

ଏହା ପୂର୍ବରୁ ମଧ୍ୟ ନାଥୁରମ ଦୁଇ ଦୁଇ ଥର ବାପୁଙ୍କ ମାରିବାର ଯୋଜନା କରିଥିଲେ ଓ ସେ ସେଥିରେ ବିଫଳ ହୋଇଥିଲେ l ବିର୍ଲା ଭବନରେ ପ୍ରାର୍ଥନା ସଭା ସମୟରେ ଗାନ୍ଧୀଙ୍କୁ ୧୦ ଦିନ ପୂର୍ବରୁ ମଧ୍ୟ ଆକ୍ରମଣ କରାଯାଇଥିଲା। ମଦନଲାଲ ପହୱା ନାମକ ଜଣେ ପଞ୍ଜାବୀ ଶରଣାର୍ଥୀ ଗାନ୍ଧୀଙ୍କୁ ଟାର୍ଗେଟ କରି ଏକ ବୋମା ଫିଙ୍ଗିଥିଲେ କିନ୍ତୁ ସେହି ସମୟରେ ଗାନ୍ଧୀ ଅଳ୍ପକେ ବର୍ତ୍ତି ଯାଇଥିଲେ। ଯୋଜନାରେ ବିଫଳ ହେବ ପରେ ନାଥୁରମ ଆପ୍ଟେ ସହିତ ବମ୍ବେ (ମୁମ୍ବାଇ) କୁ ଫେରିଛନ୍ତି।  ଦତ୍ତାତ୍ରେ ପାରଚୁର ଏବଂ ଗଙ୍ଗାଧର ଦାଣ୍ଡଭେଟଙ୍କ ସହ ମିଶି ଦୁହେଁ ବେରେଟା ନାମକ ଏକ ପିସ୍ତଲ କିଣିଥିଲେ। ବାହୁବଳୀ ସହିତ ଦୁହେଁ ୨୯ ଜାନୁୟାରୀ ୧୯୪୮ ରେ ଦିଲ୍ଲୀରେ ପହଞ୍ଚି ଦିଲ୍ଲୀ ଷ୍ଟେସନର ୬ ନମ୍ବର କୋଠରୀରେ ରହିଲେ। ଶେଷରେ, ଅବଶିଷ୍ଟ ପାଞ୍ଚଜଣ ଅଭିଯୁକ୍ତଙ୍କ ମଧ୍ୟରୁ ତିନିଜଣ - ଗୋପାଳ ଗୋଡସେ, ମଦନଲାଲ ପହୱା ଏବଂ ବିଷ୍ଣୁ ରାମକୃଷ୍ଣ କର୍କାରେ ଆଜୀବନ କାରାଗାରରେ ଥିଲେ ଏବଂ ଦୁଇଜଣ - ନାଥୁରାମ ଗୋଡସେ ଏବଂ ନାରାୟଣ ଆପ୍ଟେଙ୍କୁ ଫାଶୀ ଦିଆଯାଇଥିଲା। କୋର୍ଟରେ ନାଥୁରାମ ଗୋଡସେ ଦେଇଥିବା ବିବୃତ୍ତି ଅନୁଯାୟୀ ଗାନ୍ଧୀଙ୍କୁ ହତ୍ୟା କରାଯାଇଥିବା ପିସ୍ତଲକୁ ଦିଲ୍ଲୀର ଜଣେ ଶରଣାର୍ଥୀ କିଣିଥିଲେ।

Share this story