ସତରେ କଣ' ମୋଦିଙ୍କୁ ମାରିବା ପାଇଁ ଦାଉଦ କରୁଛି ଷଡଯନ୍ତ୍ର ?
modi

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନ ପ୍ରତି ବିପଦ ରହିଛି। ତାଙ୍କୁ ହତ୍ୟା କରିବାକୁ ଭାରତର ମୋଷ୍ଟ ୱାଣ୍ଟେଡ ଅପରାଧୀ ତଥା ଅଣ୍ଡରୱାଲ୍ଡ ଡନ୍‌ ଦାଉଦ୍ ଇବ୍ରାହିମ ଦୁଇଜଣ ଆତଙ୍କବାଦୀଙ୍କୁ ସୁପାରି ଦେଇଛି। ମୁମ୍ବାଇ ପୁଲିସକୁ ଏ ସଂକ୍ରାନ୍ତ ମେସେଜ୍ ମିଳିବା ପରେ ସୁରକ୍ଷା ଏଜେନ୍ସି ଗୁଡ଼ିକୁ ଆଲର୍ଟ କରିଦିଆଯାଇଛି।
ମୁମ୍ବାଇ ଟ୍ରାଫିକ ପୁଲିସକୁ ଦ୍ଵାଟସଆପରେ ଏକ ଅଡିଓ ମେସେଜ୍ ଆସିଛି। ଏକ ଭାରତୀୟ ମୋବାଇଲ ନମ୍ବରରୁ ହିନ୍ଦୀରେ ଏହି ମେସେଜ ଆସିଛି। ଯେଉଁଥିରେ କୁହାଯାଇଛି କି ମୋଦିଙ୍କୁ ମାରିବାକୁ ପାକିସ୍ତାନରେ ଆତ୍ମଗୋପନ କରିଥିବା ପଳାତକ ଅପରାଧୀ ଦାଉଦ୍ଇବ୍ରାହିମ ଷଡ଼ଯନ୍ତ୍ର ରଚିଛି। ଏଥିପାଇଁ ଭାରତରେ ସକ୍ରିୟ ଥିବା ଦୁଇଜଣ ଆତଙ୍କବାଦୀଙ୍କୁ ସେ ସୁପାରି ଦେଇଛି । ସେମାନେ ହେଲେ ମୁସ୍ତଫା ଅହମ୍ମଦ ଓ ନଓ୍ବାଜ । 

ଏହି ମେସେଜ ପାଇବା ପରେ ଟ୍ରାଫିକ ପୁଲିସ ପକ୍ଷରୁ ଉପରିସ୍ଥ ଅଧିକାରୀଙ୍କୁ ତୁରନ୍ତ ସୂଚନା ଦିଅଯାଇଥିଲା। ୱର୍ଲି ଥାନାରେ ଏ ସଂକ୍ରାନ୍ତରେ ଏଫଆଇଆର ରୁଜୁ କରାଯାଇଛି । ମେସେଜ୍ ଦେଇଥିବା ବ୍ୟକ୍ତିଙ୍କୁ ଧରିବାକୁ ପୁଲିସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। । ଉକ୍ତ ଅଡିଓ ମେସେଜ ସହ ଏକ ଫଟୋ ମଧ୍ୟ ପଠାଯାଇଛି। ପୁଲିସ ଯାଞ୍ଚରୁ ଜାଣିବାକୁ ପାଇଛି କି ଉକ୍ତ ଫଟୋ ସୁପ୍ରଭାତ ୱେଜ ନାମକ ବ୍ୟକ୍ତିଙ୍କର । ସମ୍ପୃକ୍ତ ବ୍ୟକ୍ତି ମୁମ୍ବାଇରେ ଜଣେ ହୀରା ବ୍ୟବସାୟୀଙ୍କ ପାଖରେ କାର୍ଯ୍ୟ କରୁଥିଲେ। ପୁଲିସ ହୀରା ବ୍ୟବସାୟୀଙ୍କୁ ପଚରାଉଚୁରା କରିଛି। ହୀରା ବ୍ୟବସାୟୀ ଜଣକ ତାଙ୍କ ପାଖରେ ସୁପ୍ରଭାତ କାମ କରୁଥିବା ମାନିଛନ୍ତି। କିନ୍ତୁ ସୁପ୍ରଭାତର ବ୍ୟବହାର ଓ ହାବଭାବ ସନ୍ଦେହଜନକ ହେବାରୁ ତାଙ୍କୁ ସେ ବାହାର କରିଦେଇଥିବା କହିଛନ୍ତି। ମୋଦି ଏବେ ନିଜ ଗୃହ ରାଜ୍ୟ ଗୁଜରାଟ ବିଧାନସଭା ନିର୍ବାଚନ ପ୍ରଚାରରେ ବ୍ୟସ୍ତ ଅଛନ୍ତି।

 ଏଭଳି ଧମକ ପରେ ତାଙ୍କ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି। ଗତ ଅଗଷ୍ଟରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରିବାକୁ ଧମକ ଦିଆଯାଇଥିଲା। ସେହି ସମୟରେ ଏକ ଇ-ମେଲ୍‌ ପଠାଯାଇଥିଲା। ସେଥିରେ କୁହାଯାଇଥିଲା କି ମୋଦିଙ୍କୁ ମାରିବାକୁ ଆତଙ୍କବାଦୀଙ୍କ ସ୍ଟିପର ସେଲ୍‌ର ୨୦ ଜଣ ସଦସ୍ୟଙ୍କୁ ଦାୟିତ୍ବ ଦିଆଯାଇଛି । ଏହି ସ୍ଟିପର ସେଲ୍ ପାଖରେ ୨୦ କି.ଗ୍ରା ଆରଡିଏକ୍ସ ମଧ୍ୟ ରହିଛି। ଇ-ମେଲ୍ ପଠାଇଥିବା ବ୍ୟକ୍ତି ଜଣକ କହିଥିଲେ କି ତାଙ୍କର ଆତଙ୍କବାଦୀଙ୍କ ସହ ଲିଙ୍କ୍ ରହିଛି । 

ଏହି ଷଡ଼ଯନ୍ତ୍ରର ପର୍ଦାଫାସରୁ ବର୍ତ୍ତିବା ପାଇଁ ସେ ଆତ୍ମହତ୍ୟା କରୁଛନ୍ତି। ସେହିଭଳି ୨୦୧୮ ଜୁନ୍‌ରେ ପୁନେ ପୁଲିସ ସ୍ବତନ୍ତ୍ର କୋର୍ଟରେ ଏକ ଚିଠି ଦାଖଲ କରିଥିଲା। ପୁଲିସ ଦାବି କରିଥିଲା କି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ହତ୍ୟା କରିବା ଭଳି ମୋଦିଙ୍କୁ ହତ୍ୟା କରିବା ଲାଗି ମାଓବାଦୀମାନେ ଯୋଜନା କରୁଛନ୍ତି। ୨୦୧୮ ଜାନୁଆରୀରେ ଭୀମା କେରେଗାଓଁ ହିଂସା ଘଟଣାରେ ଗିରଫ କରାଯାଇଥିବା ୫ ଜଣ ଅଭିଯୁକ୍ତଙ୍କୁ ଜେରା ସମୟରେ ଏହା ଜଣାପଡ଼ିଥିବା ପୁଲିସ ଦାବି କରିଥିଲା।

Share this story