ମହାତ୍ମାଙ୍କୁ ହତ୍ୟା ପାଇଁ ନାଥୁରାମଙ୍କୁ ବନ୍ଧୁକ ଯୋଗାଇଥିଲେ ସଭରକର !
ମହାତ୍ମାଙ୍କୁ ହତ୍ୟା ପାଇଁ ନାଥୁରାମଙ୍କୁ ବନ୍ଧୁକ ଯୋଗାଇଥିଲେ ସଭରକର !

ବୀର ସାଭରକରଙ୍କୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦେଇଥିବା ବୟାନକୁ ନେଇ ବିବାଦ ଥମିନଥିବା ବେଳେ ବର୍ତ୍ତମାନ ମହାତ୍ମା ଗାନ୍ଧୀଙ୍କ ଅଣନାତି ତୁଷାର ଗାନ୍ଧୀ ଟ୍ୱିଟ କରି ସାଭରକରଙ୍କ ଉପରେ ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି। ସେ ସାଭରକରଙ୍କ ଉପରେ ଅଭିଯୋଗ ଆଣି  କହିଛନ୍ତି ଯେ, ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରିବାରେ ନାଥୁରାମ ଗଡ଼ସେଙ୍କୁ ସାଭରକର ସାହାଯ୍ୟ କରିଥିଲେ।

ସୂଚନାଯୋଗ୍ୟ ଯେ, ମହାରାଷ୍ଟ୍ର ବାସିମ ଜିଲ୍ଲାରେ ଭାରତ ଯୋଡ ଯାତ୍ରା ସମୟରେ ଏକ ସାଧାରଣ ସଭାରେ ରାହୁଲ ଗାନ୍ଧୀ ସାଭରକରଙ୍କୁ ଇଂରେଜର ଗୁଲାମ ଥିଲେ ବୋଲି କହିଥିଲେ। ଏବଂ ସାଭାରକର ଜେଲରେ ଥିବା ସମୟରେ ଚିଠି ଲେଖି କ୍ଷମା ମାଗିଥିଲେ। ରାହୁଲ ଆହୁରି କହିଥିଲେ ଯେ ତାଙ୍କୁ ଆଣ୍ଡାମନ ଜେଲରେ ଦୁଇରୁ ତିନି ବର୍ଷ ରଖାଯିବା ପରେ ସାଭରକର ଚିଠି ଲେଖି ଇଂରେଜଙ୍କୁ କ୍ଷମା ମାଗିଥିଲେ। ତେବେ ରାହୁଲଙ୍କ ଏପରି ବୟାନ ଆସିବା ପରେ ରାଜନୀତି ଆରମ୍ଭ ହୋଇଥିଲା। ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଥିଲେ ଯେ ଆମ ଦଳ ବୀର ସାଭରକଙ୍କୁ ଖୁବ୍‌ ସମ୍ମାନ କରେ। ରାହୁଲଙ୍କ ଏପରି ବୟାନ ଅସ୍ୱୀକାର୍ଯ୍ୟ।

ତୁଷାର ଗାନ୍ଧୀ ଟ୍ୱିଟ କରି ଲେଖିଛନ୍ତି  ଯେ, ‘ସାଭରକର ଓ ହେଡଗୋଆର ହିନ୍ଦୁ ସଙ୍ଗଠନର ନେତା ଥିଲେ। ଏଥିପାଇଁ ପ୍ରବୋନ୍ଧକରଙ୍କ ନିକଟରେ ହତ୍ୟା ଷଡଯନ୍ତ୍ର ନେଇ ସୂଚନା ରହିଥିଲା। ଏହିପରି ଇତିହାସକୁ ଶିବସେନା ଉଦ୍ଧବ ଠାକରେଙ୍କୁ ମନେପକାଇବା ଆବଶ୍ୟକ ରହିଛି।

ପୁଣି ଅନ୍ୟ ଟ୍ୱିଟ କରି ଲେଖିଛନ୍ତି  ’ଯେ, ‘ସାଭରକର କେବଳ ଇଂରେଜଙ୍କୁ ସାହାଯ୍ୟ କରିନାହାନ୍ତି, ବରଂ ସେ ବାପୁଙ୍କ ହତ୍ୟା ପାଇଁ ନାଥୁରାମ ଗୋଡସେଙ୍କୁ ଏକ ଭଲ ବନ୍ଧୁକ ଦେବାରେ ସାହାଯ୍ୟ କରିଥିଲେ।’ ସେ ଆହୁରି କହିଛନ୍ତି ଯେ, ବାପୁଙ୍କ ହତ୍ୟାର ଦୁଇ ଦିନ ପୂର୍ବରୁ ନାଥୁରାମଙ୍କ ନିକଟରେ କୌଣସି ମାରଣାସ୍ତ୍ର ନଥିଲା। ସେହିପରି ତୁଷାର ଆଉ ଏକ ଟ୍ୱିଟରେ ଲେଖିଛନ୍ତି, ‘୧୯୩୦ ଦଶକରେ ବାପୁଙ୍କୁ ହତ୍ୟା କରିବା ପାଇଁ ଅନେକ ପ୍ରୟାସ କରାଯାଇଥିଲା। ଏନେଇ ବାଲାସାହେବ ଠାକରେଙ୍କ ପିତା ପ୍ରବୋନ୍ଧକର ଠାକରେ ଗାନ୍ଧୀଙ୍କ ସହଯୋଗୀଙ୍କୁ ପୂର୍ବରୁ ସତର୍କ କରାଇଥିଲେ। ସେ କହିଥିଲେ ଯେ ଅକୋଲା ଏବଂ ବିଦର୍ଭରେ ମହାତ୍ମା ଗାନ୍ଧୀଙ୍କୁ ହତ୍ୟା ପାଇଁ ଷଡଯନ୍ତ୍ର କରାଯାଉଛି।’

ତେବେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ବର୍ତ୍ତମାନ ମହାରାଷ୍ଟ୍ରରେ ଚାଲିଥିବା ଭାରତ ଯୋଡ଼ୋ ଯାତ୍ରାରେ ନିକଟରେ ମହାତ୍ମା ଗାନ୍ଧୀଙ୍କ ଅଣ ନାତି ତୁଷାର ଗାନ୍ଧୀ ମଧ୍ୟ ସାମିଲ ହୋଇଥିଲେ। ମହାରାଷ୍ଟ୍ର ବୁଲଢ଼ଣାରେ ଯାତ୍ରା ପହଞ୍ଚିବା ପରେ ଶୁକ୍ରବାର ରାହୁଲଙ୍କ ସହ ତୁଷାର ନଜର ଆସିଥିଲେ।

Share this story