ଆଇପିଏସ ବାବୁଙ୍କ ଅଜବ ନିଶା : କାମ କମ୍ ବୁଲା ଅଧିକ

ips

କଂଗ୍ରେସର ଅଭିଯୋଗ ପରେ IPS ବାବୁଙ୍କ ବିଦେଶ ବୁଲାର ବଡ ଖୁଲାସା । ଆଇଜି ଦୀପେଶ ପଟ୍ଟନାୟକଙ୍କ ପ୍ରୋଫାଇଲ ହିଁ କହୁଛି ବାବୁ ବିଦେଶ  ବୁଲିବାକୁ କେତେ ପସନ୍ଦ କରନ୍ତି । ତେବେ ବାବୁଙ୍କର ଏହି ବିଦେଶ ବୁଲିବା ଘଟଣା ସାମ୍ନାକୁ ଆସିବା ପରେ ଇନଷ୍ଟାଗ୍ରାମ ପ୍ରୋଫାଇଲରୁ କିଛି ଭିଡ଼ିଓ ଓ ଫୋଟୋ  ଡିଲେଟ କରିଦେଇଛନ୍ତି କିନ୍ତୁ ପ୍ରୋଫାଇଲ ଟି ଏବେବି  ଓପନ ଅଛି । 

ତେବେ ଆଇଜି ସାର ଅପ୍ଲୋଡ କରିଥିବା ପ୍ରୋଫାଇଲେ ଅନୁସାରେ ୨୪ ମାର୍ଚ୍ଚ ୨୦୨୧ରେ ଇଜିପ୍ଟ ,୧୩ ଅକ୍ଟୋବରଠୁ ୧୯ ଅକ୍ଟୋବର ୨୦୨୧ ପର୍ଯ୍ୟନ୍ତ  ସେ ଲଣ୍ଡନରେ ଥିଲେ ।  ୩୧ ଡ଼ିସେମ୍ବର ୨୦୨୧ ରେ ଦୁବାଇ, ୧୯ ଏପ୍ରିଲ ୨୦୨୨ରେ ପୁଣି ଥରେ ଲଣ୍ଡନ ଯାଇଥିଲେ , ୨୮ ଏପ୍ରିଲ ୨୦୨୨ ରେ ଇଟାଲୀ, ୧ ମେ ୨୦୨୨ରେ ଇଟାଲୀର ପୁଗଲିଆର ସାଲେନଟୋ ଓସ୍ତୁନିରେ ଥିଲେ ସେହି ଭଳି ୫ ମେ ୨୦୨୨ରେ ଲଣ୍ଡନ,୧୯ମେ ୨୦୨୨ରେ ସ୍ପେନର ବାରସୋଲୋନା, ୩୦ ଜୁନ  ୨୦୨୨ ସ୍ପେନ , ୪ ଜୁଲାଇ  ୨୦୨୨ ରେ ପୁଣି ଲଣ୍ଡନ, ୧୨ ଜୁଲାଇ ୨୦୨୨ ରେ ସ୍ପେନରେ ରହିଥିବା ବାବୁଙ୍କ ପ୍ରୋଫାଇଲ  ଫୋଟୋ ଓ ଲୋକେସନରୁ ଜଣାପଡୁଛି । 

କୋଭିଡ ପରେ ପରେ ଓ ୨୦୨୨ ମସିହା ରେ ବାବୁ ଦୀପେଶ ପଟ୍ଟନାୟକ କୁଆଡେ ସର୍ବାଧିକ ଥର ବିଦେଶ ଗ୍ରସ୍ତ କରିଛନ୍ତି । ଏକଥା ଆମେ କହୁନୁ ବରଂ ଏହି ଇନ୍ସଟାଗ୍ରାମ  ପୋଷ୍ଟ ସବୁ କହୁଛି ବାବୁ କେତେବେଳେ କେଉଁଠିକୁ ବୁଲିବାକୁ ଯାଇଛନ୍ତି । ଜଣେ IPS  ଅଧିକାରୀ ଯଦି ଏତେ ବୁଲା ବୁଲି କରନ୍ତି  କାମ କେତେବେଳେ କରୁଛନ୍ତି ତାକୁ ନେଇ ଏବେ ସାଧାରଣରେ ଚର୍ଚା ହେଉଛି । ସେପଟେ ଏନେଇ କଂଗ୍ରେସ ଅଭିଯୋଗ ଆଣିଛି  IPS ଅଫିସରଙ୍କୁ ଏତେ ଛୁଟି ଦେଉଛି କିଏ ଓ ଏତେ ବୁଲାବୁଲି ପାଇଁ ଅର୍ଥ ଆଣୁଛନ୍ତି କୋଉଠୁ ? ଏହା ପଛରେ ଆଉ କାହାର ହାତ ଥିବା କହିଛି କଂଗ୍ରେସ । ଏହାର ଜବାବରେ ଦୀପେଶ ତାଙ୍କର ମତ ରଖିଛନ୍ତି ଯେ  ଏହା ତାଙ୍କର ପ୍ରଶନାଲ କଥା ।

Share this story