ଦିନେ ସେ କଥାରେ ଅମ୍ଳଜାନ ଦେଉଥିଲେ, ଏବେ ସେ ଓଡିଶା ପାଇଁ ଗର୍ବ

ଅନେକ ସମ୍ପତ୍ତିର ମାଲିକ କିନ୍ତୁ ନିଜ ଜୀବନ କାଳରେ ସେ କାହାକୁ ଶାନ୍ତିରେ ଦୁଇ ମୁଠା ଖାଇବାକୁ ଦେଇନଥିବେ। ଏଭଳି ଅନେକ ଚରିତ୍ର ଆପଣ ନୀତିଦିନ ଦେଖୁଥିଲେ। କିନ୍ତୁ ଦାନ କରିବାରେ ଦେଶରେ ନିଜର ନାଁ ବନାଇଥିବା କିଛି ବଦାନ୍ୟ ବ୍ୟକ୍ତିଙ୍କ କଥା ଆସନ୍ତୁ ଜାଣିବା। ସମାଜର କଲ୍ୟାଣ ପାଇଁ ନିଜ ସମ୍ପତ୍ତି ଦାନ କରିବାରେ ଏଚ୍ସିଏଲ୍ର ମୁଖ୍ୟ ଶିବ ନାଦାର ଏକ ନମ୍ବର ସ୍ଥାନରେ ରହିଛି। ସେ ବାର୍ଷିକ ୧,୧୬୧ କୋଟି ଟଙ୍କା ଦାନ କରୁଛନ୍ତି ବୋଲି ହୁରୁନ୍ ଇଣ୍ଡିଆ ରିପୋର୍ଟରୁ ଜଣାପଡ଼ିଛି। ଦୈନିକ ସେ ୩ କୋଟି ଟଙ୍କା ଦାନ କରୁଛନ୍ତି। ବାର୍ଷିକ ୪୮୪ କୋଟି ଟଙ୍କାର ଦାନ ସହ ୱିପ୍ରୋର ଅଜିମ୍ ପ୍ରେମ୍ଜୀ ଦ୍ବିତୀୟ ସ୍ଥାନକୁ ଖସି ଆସିଛନ୍ତି।
ଗତ ଦୁଇ ବର୍ଷ ଧରି ସେ ଏକ ନମ୍ବର ସ୍ଥାନରେ ଥିଲେ। ଦାନ କରୁଥିବା ଧନୀଙ୍କ ତାଲିକାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ମୁଖ୍ୟ ମୁକେଶ ଅମ୍ବାନି, ଆଦିତ୍ୟ ବିର୍ଲା ଗ୍ରୁପ୍ର ମୁଖ୍ୟ କୁମାର ମଙ୍ଗଳମ୍ ବିର୍ଲା, ମାଇଣ୍ଡ୍ଟ୍ରିର ସୁବ୍ରତ ବାଗ୍ଚୀ ଓ ସସ୍ମିତା ବାଗ୍ଚୀ, ମାଇଣ୍ଡଟ୍ରିର ରାଧା ଓ ଏନ୍ଏସ୍ ପାର୍ଥସାରଥୀ, ଆଦାନି ଗ୍ରୁପ୍ର ମୁଖ୍ୟ ଗୌତମ ଆଦାନି, ବେଦାନ୍ତର ଅନିଲ ଅଗ୍ରୱାଲ୍, ଇନ୍ଫୋସିସ୍ର ନନ୍ଦନ ନିଲେକାନି ଏବଂ ଏଲ୍ଆଣ୍ଡ୍ଟିର ଏଏମ୍ ନାଏକ୍ଙ୍କ ନାମ ରହିଛି। ଜିରୋଧାର ମୁଖ୍ୟ ନିତୀନ କାମାଥ୍ ସର୍ବକନିଷ୍ଠ ଧନୀ ଭାବେ ୧୦୦ କୋଟି ଟଙ୍କା ଦାନ କରିଛନ୍ତି। ତାଲିକାରେ ନୂତନ ଭାବେ ସଞ୍ଜୀବ ଗୋଏଙ୍କା, ବିନ୍ନି ବଂଶଲ, ସଜ୍ଜନ ଜିନ୍ଦଲ, ସାଇରସ୍ ପୁନାୱାଲା, ସଜ୍ଜନ ଜିନ୍ଦଲ, ରାକେଶ ଗଙ୍ଗୱାଲ ସାମିଲ ହୋଇଛନ୍ତି।
ତେବେ ଓଡିଶାରୁ ବାଗଚି ଦମ୍ପତ୍ତି ଙ୍କ ନାଁ ପଢି ଅନେକ ଗର୍ବ କରୁଥିବେ ନିଶ୍ଚୟ । ଏକଦା କୋଭୋଡ଼ ବେଳେ ଲୋକଙ୍କ ପାଇଁ କଥାରେ ଅମ୍ଳଜାନ ଯୋଗାଉଥିବା ଏହି ପରିବାର ପାଇଁ ସାରା ଓଡିଶା ଆଜି ଗର୍ବିତ ।