ବାପା ଦେବେନ୍ଦ୍ରଙ୍କ ପଛପଟେ ଛୁରୀ ମାରିଥିବା ସାମଲଙ୍କ ପ୍ରତି ପ୍ରଧାନେଙ୍କ କାହିଁକି ଏତେ ଭାବ ?

Soa Ad
Spread the love

୨୦୦୦ ସେପ୍ଟେମ୍ବର ପହିଲାରେ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ନିଜ ମନ୍ତ୍ରୀ ମଣ୍ଡଳର କରିଥିଲେ ଅଦଳ ବଦଳ । କିନ୍ତୁ ବାଜପେୟୀଙ୍କ ନିଷ୍ପତି ତାଳଚେରର ପ୍ରଧାନ ପରିବାରକୁ କରିଥିଲା ଅସହଯୋଗ । ଏହାର ବଡ଼ ରାଜନୈତିକ ପ୍ରଭାବ ପଡିଥିଲା ଓଡିଶା ବିଜେପି ଉପରେ । ଦେବେନ୍ଦ୍ର ପ୍ରଧାନକୁ ମନ୍ତ୍ରୀ ପରିଷଦରୁ ବିଦା କରିବାକୁ ଭଲରେ ଗ୍ରହଣ କରିନଥିଲେ ବିଜେପି ବିଧାୟକ ଧର୍ମେନ୍ଦ୍ର ପ୍ରଧାନ । ବାପା ଦେବେନ୍ଦ୍ର ପ୍ରଧାନଙ୍କ ମନ୍ତ୍ରୀ ପଦ ଯିବା ପଛରେ ଓଡିଶା ବିଜେପିର ହାତ ରହିଛି ବୋଲି ଧର୍ମେନ୍ଦ୍ର ପ୍ରଧାନଙ୍କର ସନ୍ଦେହ ହୋଇଥିଲା । ଜୁନିୟର ଜୁଏଲ ଓରାମଙ୍କର ମନ୍ତ୍ରୀ ପଦ କାୟମ ରହିଲା ଅଥଚ ବରିଷ୍ଠ ଦେବେନ୍ଦ୍ର ପ୍ରଧାନ ମନ୍ତ୍ରୀ ପଦ ହରାଇବା ଏ ସବୁ ପଛରେ ତତ୍କାଳୀନ ଓଡିଶା ବିଜେପି ସଭାପତି ମନମୋହନ ସାମଲଙ୍କ ହାତ ରହିଥିବାର ଚର୍ଚ୍ଚା ହେଲା । ଅବଶ୍ୟ ଧର୍ମେନ୍ଦ୍ର ଓରଫ ମୁକୁଙ୍କର ସନ୍ଦେହ ହେବ ସ୍ୱାଭାବିକ କଥା କାରଣ ୨୦୦୦ ମସିହାରେ ଖୁବ ପାୱାରଫୁଲ ଥିଲେ ମନମୋହନ ସାମଲ । ରାଜ୍ୟସଭା ସାଂସଦ ପଦରୁ ଦିଲ୍ଲୀ ବିଜେପିରେ ପ୍ରଭାବ ପଡୁଥିଲା ମନମୋହନଙ୍କର । ରାଜ୍ୟ ସଭାପତି ଭାବେ ଓଡିଶା ବିଜେପିର ସର୍ବେ ସର୍ବା ଥିଲେ ମନମୋହନ ଅନ୍ୟପଟେ ଧର୍ମେନ୍ଦ୍ର ପ୍ରଧାନ ଥିଲେ ପ୍ରଥମ ଥରର ବିଧାୟକ । ଧର୍ମେନ୍ଦ୍ରଙ୍କର ଦିଲ୍ଲୀ ଦରବାରରେ ଏତେଟା ପ୍ରଭାବ ନଥିଲା ।

ତେବେ ୨୦୦୮ ମସିହାରେ ବଦଳିଗଲା ପରିସ୍ଥିତି । ବିବାଦୀୟ ପରିସ୍ଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀ ମଣ୍ଡଳରୁ ବିଦା ହୋଇଗଲେ ମନମୋହନ ସାମଲ । ବାପାଙ୍କ ପ୍ରତି ହୋଇଥିବା ଚାଲର ପ୍ରତିଶୋଧ ଅପେକ୍ଷାରେ ଥିବା ମୁକୁ ପ୍ରଧାନଙ୍କୁ ମିଳିଗଲା ସୁଯୋଗ । ସେତେବେଳକୁ ଧର୍ମେନ୍ଦ୍ର ପ୍ରଧାନ ସାଂସଦ ହୋଇ ଦିଲ୍ଲୀ ରାଜନୀତିରେ ନିଜର ସ୍ଥିତି ମଜବୁତ କରିସାରିଥିଲେ । ଅନ୍ୟପଟେ ମନମୋହନ ସାମଲ ୨୦୦୯ ମସିହାରେ ଚାନ୍ଦବାଲିରୁ ପରାଜିତ ହେଲେ । ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ପାଲଲହଡା ବିଧାନସଭା ଆସନରୁ ପରାଜିତ ହୋଇଥିଲେ । ପରାସ୍ତ ହୋଇ ମଧ୍ୟ ଦିଲ୍ଲୀ ରାଜନୀତିରେ ନିଜର ପତିଆରା ବୃଦ୍ଧି କରିବାରେ ସମର୍ଥ ହୋଇଗଲେ ମୁକୁ । ଆଉ ନିଜ ବାପାଙ୍କ ବିରୋଧୀ କ୍ୟାମ୍ପ କୁ ଚେକ କରିବାରେ ସଫଳ ହେଲେ । ପରସ୍ପରକୁ ବିରୋଧ କରିବାରୁ ନା ଧର୍ମେନ୍ଦ୍ର ପ୍ରଧାନକୁ ଓଡିଶା ରାଜନୀତିରେ ସଫଳତା ମିଳିଲା ନା ମନମୋହନ ସାମଲ ବିଧାନସଭା ନିର୍ବାଚନ ଜିଣି ପାରିଲେ ।

ତେବେ ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କର ଅକାଳ ବିୟୋଗ ମୁକୁ ମନମୋହନଙ୍କୁ ଏକାଠି ହେବା ପାଇଁ ସୁଯୋଗ ସୃଷ୍ଟି କଲା । ଓଡିଶା ରାଜନୀତିରେ ପ୍ରଭାବହୀନ ହୋଇପଡିଥିବା ମୁକୁ ମନମୋହନ ସନ୍ଧି କଲେ ବୋଲି ଶୁଣିବାକୁ ମିଳିଲା । ୨୧ ବର୍ଷ ତଳେ ଆରମ୍ଭ ହୋଇଥିବା ଶୀତଳ ଯୁଧ୍ୟର ଅନ୍ତଃ ଘଟିଲା । ମନମୋହନ ସାମଲଙ୍କ ନେତୃତ୍ୱରେ ଧାମନଗର ଉପନିର୍ବାଚନ ଲଢ଼ିବାକୁ ସ୍ଥିର ହେଲା । ମନମୋହନକ ରଣନୀତିରେ ପ୍ରଚାର ଚାଲିଲା ମୁକୁ ମଧ୍ୟ ମନମୋହନକ ବ୍ଲୁ ପ୍ରିଣ୍ଟ ଅନୁସାରେ ରୋଡ଼ ସୋ କଲେ । ନିଜର ପତିଆରା ଫେରାଇ ଆଣିବାକୁ ମୁକୁ ମନମୋହନ ଧାମନଗର ନିର୍ବାଚନ ମଣ୍ଡଳୀର ଗାଁ ଗାଁ ରେ ବୁଲିଲେ ମୁକୁ ମନମୋହନଙ୍କ ଏକାଠି ହେବ ମାହଙ୍ଗା ପଡିଲା ବିଜୁ ଜନତା ଦଳକୁ । ପଂଚାୟତ ଏବଂ ପୌର ନିର୍ବାଚନରେ ବିରାଟ ବିଜୟ ପାଇଥିବା ବିଜେଡ଼ିକୁ ଲାଗିଲା ଶକ୍ତ ଝଟକା । ନବୀନ ପଟ୍ଟନାୟକ ଅପରାଜୟ ଏହି ସ୍ଲୋଗାନ ହେଲା ପାଣିଚିଆ । ଉପନିର୍ବାଚନରେ ବିଜେଡିର ବିଜୟ ରେକର୍ଡରେ ଲାଗିଲା ବ୍ରେକ ।

ଅନ୍ୟପଟେ ଗୋଷ୍ଠୀ ବିବାଦରେ ଛନ୍ଦି ହୋଇପଡିଥିବା ଓଡିଶା ବିଜେପି ଧାମନଗର ଉପନିର୍ବାଚନରେ ଏକ ହୋଇଗଲା । ଦଳର ପୁରୁଣା ନେତାଙ୍କୁ ମିଳିଲା ଗୁରୁତ୍ୱ । ବିଜେପିକୁ ଅଳ୍ପ ଦିନ ହେବା ଆସିଥିବା ଜାତୀୟ ସ୍ତରର ନେତାଙ୍କୁ ପ୍ରଚାରଠାରୁ ଦୁରେଇ ରଖାଗଲା । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ସାଂସଦ ଅପରାଜିତା କିମ୍ବା ବୈଜନ୍ତ ପଣ୍ଡାଙ୍କୁ ନା ଡାକି ମନମୋହନ ସାମଲଙ୍କ ଉପରେ ଆସ୍ଥା ରଖିଲେ ମୁକୁ । ମିଳିଲା ସଫଳତା । ଭାଙ୍ଗିପଡିଥିବା ଓଡିଶା ବିଜେପିର ଦମ୍ଭ ବଢ଼ିଲା । ମୁକୁ ଏବଂ ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜ ଧାମନଗର ବିଜୟ କ୍ରେଡିଟ ଦେଲେ ମନମୋହନଙ୍କୁ । ଯାହା ଫଳରେ ତାଙ୍କୁ ମିଳିଲା ବିଜେପି ରାଜ୍ୟ ସଭାପତି ପଦ।

Leave a Reply

Your email address will not be published. Required fields are marked *