ଓଡ଼ିଶାରେ ଏଭଳି କଣ' କରିଛନ୍ତି ୫ଟି ସଚିବ ? ଯାହାକୁ ନେଇ ସର୍ବଦା ସେ ଚର୍ଚ୍ଚାରେ

pandian

ଭି. କେ. ପାଣ୍ଡିଆନ । ଗୋଟିଏ ନାଁ କୋଟିଏ ଲୋକଙ୍କ ବିଶ୍ୱାସ । ଓଡ଼ିଶାର ସେବା ସମର୍ପଣ ଓ ଶାସନରେ ସୁଦୀର୍ଘ ଅଧ୍ୟାୟରେ ଯେଉଁ ନାଁଟି ଲୋକଙ୍କର ମୁଖସ୍ତ ହୋଇଛି, ଯିଏ ସାଡେ ଚାରି କୋଟି ଲୋକଙ୍କର ହୃଦୟ ଜିଣିଛନ୍ତି ସେ ପାଣ୍ଡିଆନ । ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ସଚିବ ତଥା ଫାଇଭ ଟି ସଚିବ। ଜଣେ ଅଣ ଓଡ଼ିଆ କିପରି ଓଡ଼ିଆ ବନିଯାଆନ୍ତି ଜାତିର ନ ହୋଇବି କେମିତ ଜାତିର ଉନ୍ନତି ପାଇଁ ନିଜ ଜୀବନ  ଲଗାଇଦିଅନ୍ତି । ଓଡ଼ିଶାର ନ ହୋଇ ବି ନବୀନ ଓଡିଶା ଗଠନର ବିନ୍ଧାଣି ସାଜନ୍ତି, ତାର ଏକ ମାତ୍ର ଆଉ ଶ୍ରେଷ୍ଠ ଉଦାହରଣ ଭି କାର୍ତ୍ତିକେୟନ ପାଣ୍ଡିଆନ। ତାଙ୍କର ଆଉ ଏକ ସୁନ୍ଦର ପରିଚୟ ହେଉଛି, ସେ ହେଉଛନ୍ତି ଓଡ଼ିଶାର ଜ୍ୱାଇଁ । କେନ୍ଦ୍ରାପଡ଼ାର ପ୍ରତିଷ୍ଠିତ ଡାକ୍ତର ଅକ୍ଷୟ କୁମାର ରାଉତଙ୍କ ଝିଅ ତଥା ବର୍ତ୍ତମାନର ମିଶନ ଶକ୍ତିର  ନିର୍ଦ୍ଦେଶିକା ଆଇଏଏସ ସୁଜାତା ରାଉତଙ୍କୁ ବିବାହ କରିଛନ୍ତି କାର୍ତ୍ତିକ । ଓଡିଶା ସହ ତାଙ୍କର ଏହି ବଳିଷ୍ଠ ସମ୍ପର୍କ ତାଙ୍କୁ ଓଡିଶା ପ୍ରତି ସେବା କରିବାର ଇଚ୍ଛାକୁ ଆହୁରି ବଢ଼ାଇଦେଇଛି।

 ଯାହାଙ୍କ ନିଶ୍ୱାସରେ ଓଡିଶାର ବିକାଶ ଆଉ ପଦେ ପଦେ ପ୍ରଗତିର ପଦ ଚି଼ହ୍ନ ସବୁ ବେଳେ ବାରି ହୋଇ ରହିଛି । ଓଡ଼ିଶାରେ ଉତ୍କର୍ଷ ଓ ଇତିହାସରେ ପାଣ୍ଡିଆନ ଏକ ଉଜ୍ୱଳ ଅଧ୍ୟାୟ । ଭୋକର ଭୂଗୋଳରୁ ସମୃଦ୍ଧ ଓଡିଶା ଯାତ୍ରାରେ ସେ ପାଲଟିଛନ୍ତି ନବୀନଙ୍କ ସାରଥୀ । ଆମର ଐତିହ, ସଂସ୍କୃତି ,ପରମ୍ପରା ଓ ଭାଷାକୁ ସତେ ଯେମିତି ନିଜର କରିନେଇଛନ୍ତି ଭି. କେ. ପାଣ୍ଡିଆନ। ଓଡିଶାକୁ ଗଢୁଛନ୍ତି ଓଡିଆଙ୍କ ସେବା ପାଇଁ ସମର୍ପିତ ହେଇଛନ୍ତି।

 ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଆଦର୍ଶ ଓ ଜଗତର ନାଥ ଜଗନ୍ନାଥ ତାଙ୍କ ଆରାଧ୍ୟ । ପ୍ରଶାସନିକ ଅଧିକାରୀ ଭାବେ ସେ ଯେତିକି ଜଣାଶୁଣା ଓଡ଼ିଆଙ୍କ ପ୍ରତିଟି ସମସ୍ୟାକୁ ସମାଧାନ କରି ସେ ପାଲଟିଛନ୍ତି ସେତିକି ଆପଣାର । ରାଜ୍ୟକୁ ନବୀନ ଦେଇଥିବା ପ୍ରତିଶୃତି ପ୍ରତିପାଳନର ପୃଷ୍ଟପୋଷକ ହେଉଛନ୍ତି ପାଣ୍ଡିଆନ । ଓଡିଶା ରୂପାନ୍ତର ର ନାୟକ ନବୀନ ଜଣେ ପଚ୍ଛଦପଟ ର ରୂପକାର ପାଣ୍ଡିଆନ ପ୍ରତିଭାଙ୍କୁ ଚିହିଁବା ଓ ସୁଯୋଗ ଦେବାରେ ମାହିର । ବଦଳିଥିବା ଓଡିଶାର ଝଟକୁ ଥିବା କୀର୍ତିରାଜୀ, ସ୍ମାର୍ଟ ହେଉଥିବା ସହର, ସମୃଦ୍ଧ ହେଉଥିବା ଶିକ୍ଷା, ସୁସ୍ଥ ଓଡିଶା, ବେକାରୀଠୁ ଦରିଦ୍ର ଦୂରୀକରଣ ପର୍ଯ୍ୟନ୍ତ ସବୁଥିରେ ନବୀନ ନକ୍ସାରେ ରହିଛି ପାଣ୍ଡିଆନଙ୍କ ସ୍ପର୍ଶ।

 ଅଧରାତ୍ରିରେ ବିକାଶର ସମୀକ୍ଷା ହେଉ କି ପାହାନ୍ତି ପ୍ରହରରେ ସମସ୍ୟାର ଅନୁଧ୍ୟାନ,  ଅଟକି ଥିବା କାମକୁ ତ୍ୱରାନ୍ୱିତ କରିବାରେ ପାଣ୍ଡିଆନଙ୍କ ଭୂମିକା ଅତୁଳନୀୟ। ସେ ଟାର୍ଗେଟ ଦିଅନ୍ତି କ୍ଵାଲିଟିକୁ ଫୋକାସ କରି କଡା ଗଣ୍ଡାର ହିସାବ ବି ରଖନ୍ତି। ମୋଷ୍ଟ ପାୱାରଫୁଲ୍ଲ ଅଫିସର ହୋଇବି ତାଙ୍କ ଚାଲିଚଳନ ବେଶଭୂଷା ସମସ୍ତଙ୍କ ପାଇଁ ଯେତିକି ଆଶ୍ଚର୍ଯ୍ୟ ସେତିକି ପ୍ରେରଣାଦାୟୀ ମଧ୍ୟ। ଫାର୍ମାଲ ପ୍ୟାଣ୍ଟ ଉପରେ ସାଧା ଧଳା ସାର୍ଟ । ବିନା ଇନରେ ନିଆରା ବ୍ୟବହାରରେ ଓଡିଶାର ପ୍ରତିଟି ମଣିଷର ମନ କିଣି ପାରୁଥିବା ପ୍ରିୟ ଆଇଏଏସ ଅଫିସର ହେଇଉଛନ୍ତି ଭି କେ ପାଣ୍ଡିଆନ। 

ଜଣେ ନେତା ଲୋକଙ୍କ ଭରସା ଜିତେ, ଜନତାଙ୍କ ହୃଦୟରେ ରାଜ କରେ । ହେଲେ ପାଣ୍ଡିଆନ ନାଁ ଜଣେ ନେତା ନାଁ ଜଣେ ସାମାଜିକ କର୍ମୀ । ତଥାପି ଓଡ଼ିଆଙ୍କ ମନରେ ଓ ହୃଦୟରେ ସେ ତିଆରି କରିଛନ୍ତି ସ୍ୱତନ୍ତ୍ର ସ୍ଥାନ। ପ୍ରତିଟି ଅଭାବି ଙ୍କ ପାଇଁ ସାଜିଛନ୍ତି ଆଶା ଗରିବଙ୍କ ପାଇଁ ସାଜିଛନ୍ତି ଭରଷା । ଓଡି଼ଆଙ୍କ ପ୍ରବ୍ଲେମ ସଲ୍ୟୁସନର ନୂଆ ନାଁ ଭି କେ ପାଣ୍ଡିଆନ । ଏମିତି କେତେ ଅଫିସର ଆସୁଥିବେ ଆଉ ଯାଉଥିବେ ହେଲେ ପାଣ୍ଡିଆନଙ୍କ ପାରି ପ୍ରଶାସନିକ ଅଧିକାରୀ ସଦାସର୍ବଦା ଓଡ଼ିଆଙ୍କ ହୃଦୟରେ ରହିବେ ଓ ତାଙ୍କ ନାଁ ସଦାସର୍ବଦା ଇତିହାସରେ ଲିପିବଦ୍ଧ ହୋଇ ରହିବ।

Share this story