ଶ୍ରୀମନ୍ଦିର ଭିତରେ ହବିଷ୍ୟାଳୀଙ୍କୁ ମାଡ଼ ମାରି ମୁଣ୍ଡ ଫଟାଇଦେଲେ ହାବିଲଦାର
puri habildar

ଧର୍ମ ମାସରେ ଅଧର୍ମ କାମ । ଶ୍ରୀମନ୍ଦିର ଭିତରେ ହବିଷ୍ୟାଳୀଙ୍କୁ ମାଡ଼ ମାରି ମୁଣ୍ଡ ଫଟାଇଦେଲେ ହାବିଲଦାର । ପୁରୀ ଶ୍ରୀମନ୍ଦିର ପରିସରରେ ମହିଳା ଶ୍ରଦ୍ଧାଳୁଙ୍କୁ ପୋଲିସ୍‌ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଘଣ୍ଟିଦ୍ୱାର ନିକଟରେ ପୋଲିସ ମାଡ଼ ମାରିଥିବା ଅଭିଯୋଗ ଶ୍ରଦ୍ଧାଳୁ ଜଣକ ଅଭିଯୋଗ କରିଛନ୍ତି। ହବିଷ୍ୟାଳୀଙ୍କୁ ମାଡ଼ ଘଟଣାରେ ଅଭିଯୁକ୍ତ ହାବିଲଦାର ପ୍ରଶାନ୍ତ ଦଳେଇଙ୍କୁ ନିଲମ୍ୱନ କରିଛନ୍ତି ଏସ୍.ପି କନଓ୍ୱର ବିଶାଲ ସିଂ । ତେବେ ଏହି ଘଟଣାରେ ଅଧିକ ତଦନ୍ତ ହେବ ବୋଲି ସେ ସୂଚନା ଦେଇଛନ୍ତି । ସେପଟେ ଆହତ ହବିଷ୍ୟାଳୀ ମାଧୁରୀ ଦାଶଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି । ମନ୍ଦିର ପରିସର ଭିତରେ ମାଧୁରୀଙ୍କୁ ମାଡ଼ ମାରି ମୁଣ୍ଡ ଫଟାଇ ଦେଇଥିଲେ ହାବିଲଦାର ପ୍ରଶାନ୍ତ ଦଳେଇ ।

ସୂଚନାନୁଯାୟୀ ମହିଳାଜଣକ ମାସେ ହେଲା ବାସେଳିସାହି ହବିଷ୍ୟାଳୀ ଶିବିରରେ ରହୁଥିଲେ । ଶ୍ରୀଜିଉଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ପୁଲିସ ତାଙ୍କୁ ଘଣ୍ଟି ଦ୍ୱାର ନିକଟରେ ଅଟକାଇବାରୁ ଯୁକ୍ତିତର୍କ ହୋଇଥିଲା । ପୁଲିସ କର୍ମଚାରୀ ତାଙ୍କୁ ଠେଲିଦେବାରୁ ତାଙ୍କ ମୁଣ୍ଡରେ ଫାଟିଯାଇଥିଲା ।  

ଧର୍ମର ମାସ କାର୍ତ୍ତିକ ଏହି ମାସରେ ସମସ୍ତେ ସକାଳୁ ସ୍ନାନାଦି କାଯ୍ୟ ସାରି ମନ୍ଦିରକୁ ଯାଆନ୍ତି  ଏବଂ ଲୋକମାନେ  ଭଗବାନଙ୍କ ଉପାସନା କରିବା ସହିତ ବିଭିନ୍ନ ବ୍ରତ ମଧ୍ୟ ପାଳନ କରିଥାନ୍ତି । ଏହି ମାସରେ ପ୍ରତେକ ସ୍ଥାନରେ ଭଜନ କିର୍ତ୍ତନରେ ପରିବେଶ ପ୍ରକଂମ୍ପିତ ହୋଇଥାଏ । ଲୋକ ମାନେ ଭକ୍ତିର ସହିତ ନିରାମିସ ଭୋଜନ କରିତବା ସହିତ, ହବିସ ମଧ୍ୟ କରନ୍ତି ।  ଏହି ପଞ୍ଚୁକର ଅଜିହେଉଛି ବୈକୁଣ୍ଠ  ଚତୁର୍ଦଶୀ, ଏହି ଚତୁର୍ଦଶୀ ପାଇଁ ଶ୍ରୀାକ୍ଷତ୍ର ପୁରୀରେ ଶ୍ରଧାଳୁଙ୍କ ଭିଡ ଲାଗି ରହିଛି ।  ଆଜି ଶ୍ରୀଜିୟୁ ରତ୍ନସିଂହାସନରେ ଭକ୍ତଙ୍କୁ ଲକ୍ଷ୍ମୀନୃସିଂହ ବେସରେ ଦର୍ଶନ ଦେବେ । ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଆଜି ସକାଳୁ ସକାଳୁ ବଢଦାଣ୍ଡରେ ଭକ୍ତ ମାଙ୍କର ଭିଡ ଦେଖିବାକୁ ମିଳିଥିଲା ।  

Share this story