କାହିଁକି କନକ ନ୍ୟୁଜର ପ୍ରିୟ ଅପରାଜିତା ? ଦେଖନ୍ତୁ ଏହି Exclusive ଭିଡିଓ 

aparajita

 

ଅପରାଜିତାଙ୍କୁ ଗୁରୁତ୍ୱ ଦେଉଛି କି କନକ ନିୟୁଜ ? ଅନ୍ୟ ବିଜେପି ନେତାଙ୍କୁ କାହିଁକି ଏତେ ଅଣଦେଖା ? ମନମୋହନ ବିଜେପି ସଭାପତି ଦାୟିତ୍ୱ ପାଇବା ପରେ ଭୁବନେଶ୍ୱରରେ ସମ୍ବର୍ଦ୍ଧନା ଦିଆଯାଇଛି । ବିଜେପିର ବରିଷ୍ଠ ନେତୃବୃନ୍ଦଙ୍କ ସମେତ କିଛି ସାଂସଦ ଓ  ବିଧାୟକ ମଧ୍ୟ ଏହି ସଭାରେ ମନମୋହନଙ୍କୁ ନୂଆ ଦାୟିତ୍ୱ ପାଇଁ ଶୁଭେଚ୍ଛା ଜଣାଇଥିଲେ । ବିଭିନ୍ନ ଗଣମାଧ୍ୟମରେ ଏହି ସମ୍ବର୍ଧନା ସଭାର ଲାଇଭ ଦେଖିବାକୁ ମିଳିଥିଲା । କିନ୍ତୁ ମନମୋହନଙ୍କ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ ବିଭିନ୍ନ ଗଣମାଧ୍ୟମ ଭିନ ଭିନ୍ନ ଶୈଳୀରେ ପ୍ରସାରଣ କରିଥିଲେ ଆଉ ଏହି ଲାଇଭ  ପ୍ରସାରଣକୁ ନେଇ ଏବେ ରାଜନୈତିକ ମହଲରେ ଏବେ ଚର୍ଚା ଆରମ୍ଭ ହୋଇଛି । ସବୁଠୁ ଅଧିକ ଚର୍ଚା ସୌମ୍ୟାଙ୍କ ମାଲିକାନାରେ ଥିବା କନକ ନ୍ୟୁଜକୁ ନେଇ ଆରମ୍ଭ ହୋଇଛି । କାରଣ ମନମୋହନକ ସମ୍ବର୍ଦ୍ଧନା ସଭାରେ ତାଙ୍କ ବଦଳରେ ଅପରାଜିତାଙ୍କୁ କନକ ନିୟୁଜର ଅଧିକ ଗୁରୁତ୍ୱ ମିଳିଥିବା ନେଇ ଚର୍ଚା ହେଉଛି । ନ୍ୟୁଜ ଚାନେଲରେ କଣ ପ୍ରସାରଣ ହେବ ଓ କେତେ ସମୟ ଧରି ପ୍ରସାରଣ ହେବ ତାହା ଚ୍ୟାନେଲ କତୃପକ୍ଷଙ୍କ ଉପରେ ନିର୍ଭର କରେ ଯାହା ଚ୍ୟାନେଲର ଆଭିମୁଖ୍ୟ କୁ କିଛି ମାତ୍ରାରେ ପ୍ରତିପାଦିତ କରେ ।

ଠିକ ସେଇଭଳି ମନମୋହନଙ୍କ ସମ୍ବର୍ଦ୍ଧନା ସଭାରେ ଅନେକ ବରିଷ୍ଠ ବିଜେପି ନେତା ଅଭିଭାଷଣ ରଖିଥିଲେ ମଧ୍ୟ ଅପରାଜିତାଙ୍କ ଅଭିଭାଷଣର ଲାଇଭ କନକ ନିୟୁଜର ଦେଖିବକୁ ମିଳିଥିଲା । ଅପରାଜିତା ଅଭିଭାଷଣ ଶେଷ କଲା ପର୍ଯ୍ୟନ୍ତ ଲାଇଭ ଚାଲିଥିଲା କିନ୍ତୁ ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ନିଜ ଅଭିଭାଷଣ ଆରମ୍ଭ କରିବାର କିଛି ସମୟ ମଧ୍ୟରେ ହିଁ କନକ ନିୟୁଜ ର ପରଦାରୁ ଉଭାନ ହୋଇଯାଇଥିଲେ । ଆଉ ଏହାପରେ ବିଜେପିର କୌଣସି ନେତୃବୃନ୍ଦଙ୍କ ଅଭିଭାଷଣର ଲାଇଭ କନକ ନିୟୁଜର ଦେଖିବାକୁ ମିଳିନଥିଲା ।ଏପରିକି ବିଜେପି ସଭାପତି ମନମୋହନ ସାମଲଙ୍କ ଲାଇଭ ଅଭିଭାଷଣ କନକ ନିୟୁଜର ଦେଖିବାକୁ ପାଇନଥିଲେ ଦର୍ଶକ । ଆଉ ଏହାକୁ ନେଇ ରାଜନୈତିକ ମହଲରେ ଭିନ ଚର୍ଚା ଆରମ୍ଭ ହୋଇଛି। 

ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ମାଲିକାନାରେ ଥିବା କନକ ନିୟୁଜ ହଟାତ ଏଭଳି ଅପରାଜିତାଙ୍କୁ ଅଭିଭାଷଣ କୁ ଗୁରୁତ୍ୱ ଦେବା ପଛରେ ବଡ କାରଣ କଣ ହୋଇଥାଇ ପାରେ । ଚର୍ଚା ହେଉଛି ମନମୋହନ ସଭାପତି ହେବା ପାରେ ରାଜ୍ୟ ବିଜେପି  ରାଜନୀତିରେ ଧର୍ମେନ୍ଦ୍ରଙ୍କ ପ୍ରଭାବ ପୂର୍ବାପେକ୍ଷା କମିବା ଏକ ପ୍ରକାର ନିଶ୍ଚିନ୍ତ । ଏବଂ ଅପରାଜିତା ପୁଣିଥରେ ପାୱାରଫୁଲ ହୋଇପାରନ୍ତି । ଯାହାକୁ ଦୃଷ୍ଟିରେ ରଖି ଅପରାଜିତାଙ୍କୁ ଚ୍ୟନେଲ କତୃପକ୍ଷ ଗୁରୁତ୍ୱ ଦେଇଥାଇ ପାରନ୍ତି । ଅର୍ଥାତ ବର୍ଷା ଯୁଆଡେ ଛତା ସିଆଡେ ନ୍ୟାୟରେ କନକ ନିୟୁଜ ଆଗକୁ ବଢୁଥିବା ଚର୍ଚା ହେଉଛି ।

Share this story