ସମ୍ବିତ ପାତ୍ରଙ୍କ ସହ କାହିଁକି ଅପରାଜିତାଙ୍କ ଗଣ୍ଡଗୋଳ ? ଦେଖନ୍ତୁ ଏହି ଭିଡିଓ

ଅପରାଜିତ ବନାମ ସମ୍ବିତ । ଶ୍ରେୟ ନେବାକୁ ପ୍ରାଣ ମୁର୍ଚ୍ଛା ଲଢେଇ । ଚିଠି ପୋଷ୍ଟ କରି ପରସ୍ପରକୁ ଦେଉଛନ୍ତି ଚେକ । ରାଜନୀତିରେ କେହି ନୁହେଁ କାହାର ଏକଥା ବାସ୍ତବ ସତ । ଶସ୍ତାରେ ଶ୍ରେୟ ନେବାକୁ ରାଜନେତା ଚାତକ ପରି ଚାହିଁ ରହିଥାନ୍ତି । ଯେଉଁଥି ପାଇଁ ବିଭିନ୍ନ ସମୟରେ ନେତା ନେତାଙ୍କ ମଧ୍ୟରେ ଶୀତଳ ଯୁଧ୍ୟ ଦେଖିବାକୁ ମିଳିଥାଏ । ଆଉ ଏହି ଧାରା ଏବେ ବିଜେପିରେ ଜୋର ସୋରରେ ଚାଲିଛି । ବିଜିପିରେ ଦୁଇ ତୁଙ୍ଗ ନେତାଙ୍କ ମଧ୍ୟରେ ଏବେ ରାସ୍ତା ନିର୍ମାଣର ଶ୍ରେୟ ନେବାକୁ ପ୍ରତିଯୋଗିତା ଆରମ୍ଭ ହୋଇଛି । ଭୁବନେଶ୍ୱରର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ପୁରୀରୁ ପରାଜିତ ହୋଇଥିବା ବିଜେପିର ସାଂସଦ ପାର୍ଥି ସମ୍ବିତ ପାତ୍ର । ଗୋଟିଏ ପ୍ରକଳ୍ପର ଶ୍ରେୟ ନେବାକୁ ଦୁଇ ନେତା ଗୋଡ କାଢି ବସିଛନ୍ତି । ସୋସିଆଲ ମିଡ଼ିଆରେ ଚିଠି ପୋଷ୍ଟ କରି ଉଭୟ ପରସ୍ପରକୁ ଚେକ ଦେବାକୁ ଅଂଟା ଭିଡିଥିବା କୁହାଯାଉଛି ।
ପ୍ରଥମେ ସମ୍ବିତ ପାତ୍ରଙ୍କ ସୋସିଆଲ ମିଡ଼ିଆ ପୋଷ୍ଟ ଉପରେ ନଜର ପକାଇଲେ ଜଣାଯାଇ ଯେ ଗତ ୧୭ ତାରିଖରେ ପୋଷ୍ଟ ହୋଇଥିବା ପୋଷ୍ଟରେ ନିତିନ ଗଡକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ସମ୍ବିତ ଏପରିକି ତାଙ୍କ ଅନୁରୋଧ ରକ୍ଷାକରି ନୂଆ ଜଗନ୍ନାଥ ସଡକକୁ ଜାତୀୟ ରାଜପଥରେ ସାମିଲ ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ନିର୍ଦେଶ ଦେଇଥିବାରୁ ଗଡ଼କରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।ଆଉ ଏହି ପୋଷ୍ଟ କରି ସମ୍ବିତ କେବଳ ମାଇଲେଜ ନେଇନାହାନ୍ତି ବରଂ ଲୋକଙ୍କ ଦୀର୍ଘ ଦିନ ଦାବିକୁ ପୂରକରିବାକୁ ଅହରହ ଉଦ୍ୟମ କରୁଥିବା ନେଇ ସଂକେତ ଦେଇଛନ୍ତି । କିନ୍ତୁ ସେହି ସମାନ ଦାବିକୁ ତିନି ମାସ ତଳେ ନିତିନ ଗଡ଼କରୀଙ୍କୁ ଭେଟିଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା । ଏପରିକି ନୂଆ ଜଗନ୍ନାଥ ସଡ଼କକୁ ଜାତୀୟ ରାଜପଥରେ ସାମିଲ ଦାବି ଜଣାଇବା ନେଇ ସୋସିଆଲ ମିଡିଆରେ ପୋଷ୍ଟ ଶେୟାର କରିଥିଲେ ।କିନ୍ତୁ ଅପରାଜିତାଙ୍କ ଏହି ସୋସିଆଲ ମିଡ଼ିଆ ପୋଷ୍ଟ ସମ୍ବିତଙ୍କୁ ସବୁଠୁ ଅଧିକ କ୍ଷତାକ୍ତ କରିଥିଲା ବୋଲି କୁହାଯାଏ । କାରଣ ନୂଆ ଜଗନ୍ନାଥ ସଡ଼କଟି ପୁରୀ ସହ ଭୁବନେଶ୍ୱର ସାଂସଦୀଅ କ୍ଷେତ୍ର ଭିତରେ ଆସୁଛି । କିନ୍ତୁ ଅପରାଜିତା ସମସ୍ତ ଶ୍ରେୟ ନେଇଯିବେ ସେଥିପାଇଁ ସମ୍ବିତ ମଧ୍ୟ ଏହି ଶ୍ରେୟ ପ୍ରତିଯୋଗିତାରେ ସାମିଲ କରିଥିଲେ ।
ଦିଲ୍ଲୀରେ ରହୁଥିଲେ ମଧ୍ୟ ନିତିନ ଗଡ଼କରୀଙ୍କୁ ଭେଟିବା ପରିବର୍ତେ ଚିଠି ଲେଖିଥିଲେ । କିନ୍ତୁ ଗଡ଼କରୀଙ୍କ ପାଖରୁ ସେହି ସମାନ ଉତ୍ତର ସାମ୍ନାକୁ ଆସିଥିଲା । ଅନୁଧ୍ୟାନ କରି ପଦକ୍ଷପ ନେବୁ ଯେହେତୁ ଆଗକୁ ନିର୍ବାଚନ ଅଛି ତେଣୁ ସମ୍ବିତ ଏବେ ଠାରୁ ପୁଣି ଥରେ ପୁରୀ ଅଂଚଳରେ ଡେରା ପକାଇବା ଆରମ୍ଭ କରିଛନ୍ତି । ଅନ୍ୟ ପଟେ ଅପରାଜିତା ୨୦୨୪ରେ ଭୁବନେଶ୍ୱର ଲୋକସଭା ନିର୍ବାଚନ ନଲଢ଼ିବା ନେଇ ଚର୍ଚ୍ଚା ହେଉଛି ।ତେଣୁ ଏଭଳି ସ୍ତିତିରେ ଅପରାଜିତା ଯଦି ପୁରୀ ଆଡକୁ ମୁହାଁନ୍ତି ତେବେ ସମ୍ବିତଙ୍କ ପାଇଁ ସଂଘାତିକ ସ୍ତିତି ଉପୁଜି ପାରେ। ତେଣୁ ଅପରାଜିତା ଯେପରି ପୁରୀ ସଂସଦୀୟ କ୍ଷେତ୍ରକୁ ଏକାକୀ କୌଣସି ପ୍ରକଳ୍ପରେ ଶ୍ରେୟ ନେଇ ନପାରିବେ ସେଥିପାଇଁ ସମ୍ବିତ ଏହି ଶ୍ରେୟରେ ଚିଠି ଲେଖି ଭାଗ ବସାଇବା ଚର୍ଚ୍ଚା ହେଉଛି ।