ଝାରସୁଗୁଡା ପଛେ ଯାଉ, ପ୍ରଧାନମନ୍ତ୍ରୀଙ୍କ ଆସିବା ଖବର ଶୁଣି ଖୁସିରେ ବିଜେପି କ୍ୟାମ୍ପ

modi

ଖୁବଶୀଘ୍ର ଓଡିଶା ଆସିବେ ମୋଦି । ୨୦୨୪ ପାଇଁ ୨୦୨୩ରୁ କରିବେ ପ୍ରଚାର । ନେତାଙ୍କ ମନବଳକୁ କରିବେ ସୁଦୃଢ । ହାୱଡ଼ାରୁ ପୁରୀ ମଧ୍ୟରେ ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ୍ । ଯାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକାର୍ପଣ କରି ପାରନ୍ତି । ପୁରୀ ରେଲୱେ ଷ୍ଟେସନରେ ବନ୍ଦେ ଭାରତ ଏକ୍ସପ୍ରେସକୁ ପ୍ରଧାନମନ୍ତ୍ରୀ ଲୋକାର୍ପଣ କରିବା ନେଇ ଆଶାବାଦୀ ରହିଥିବା କହିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି, ଦେଶର ବିଭିନ୍ନ ସ୍ଥାନରେ ପ୍ରଧାନମନ୍ତ୍ରୀ ମୋଦି ବନ୍ଦେ ଭାରତ ଏକ୍ସପ୍ରେସର ଲୋକାର୍ପଣ କରିଛନ୍ତି ।

ଆମେ ବି ଆଶା ରଖୁଛୁ ପ୍ରଧାନମନ୍ତ୍ରୀ ଓଡ଼଼ିଶା ଆସି ପୁରୀରେ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବେ । ତେବେ ପୁରୀରୁ ଆସନ୍ତା ୧୫ରୁ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ ନେଇ ଚର୍ଚ୍ଚା ହେଉଥିବା ବେଳେ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଏଯାଏ ତାରିଖ ନିର୍ଦ୍ଧାରଣ ହୋଇନି । ଖୁବଶୀଘ୍ର ହୋଇଯିବ ବୋଲି ଆଶା ରହିଛି ।

ତେବେ ଆଗକୁ ୨୦୨୪ ସାଧାରଣ ନିର୍ବାଚନ ଥିବା ବେଳେ ମୋଦୀଙ୍କ ଏହି ଗସ୍ତ ନିହାତି ଭାବରେ ରାଜନୈତିକ ମୈଦାନ ଉପରେ ଫଳ ପକାଇବ । ଏହାପୂର୍ବରୁ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଆଉ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ମଧ୍ୟ ଓଡିଶା ଗସ୍ତରେ ଆସିଛନ୍ତି । 

ସେପଟେ ବିରୋଧୀ ମାନଙ୍କୁ ଏକ ଜୁଟ କରିବା ପାଇଁ ବିରୋଧୀ ନଳ ନେତା ମାନେ ମଧ୍ୟ ଓଡିଶା ମୁହାଁ ହେଉଛନ୍ତି । ତେଣୁ ପରିସ୍ଥିତି ଦେଖି ଲାଗୁଛି ଓଡିଶା ଗସ୍ତରେ ମୋଦୀ ନିହାତି ଭାବରେ ଆସିବେ। ତେବେ ମୋଦୀଙ୍କ ଏହି ଗସ୍ତ ରାଜ୍ୟ ରାଜନୀତି ଉପରେ ବହୁ ପ୍ରଭାବ ପକେଇବ ଏଥିରେ ସନ୍ଦେହ ନାହିଁ ଏହା ସହିତ ନିର୍ବାଚନ ପୂର୍ବରୁ ବିଜେପିର ଏଭଳି ମାରାଥନ ପ୍ରସ୍ତୁତି ନିହାତି ଶାସକ ଦଳଙ୍କ ନିଦ ହଜେଇବାରେ କିଛିଟା ସଫଳ ହେଇପାରେ ।

Share this story