୨୦୨୪ ରେ କିଏ ନେବ ରାଜ୍ୟ ବିଜେପି ନେତୃତ୍ୱ ? ବିଜେଡି ବିରୋଧରେ କିଭଳି ସଶକ୍ତ ହେବ ଦଳ ?

bjp 2024 kor meeting

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଓ ପୌର ନିର୍ବାଚନରେ ଶୋଚନୀୟ ପ୍ରଦର୍ଶନ କରିଥିବା ବିଜେପି ଏବେଠାରୁ ୨୦୨୪ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ୨୦୨୪ ନିର୍ବାଚନରେ ଦଳର ରଣନୀତି କ'ଣ ରହିବ ତାହା ସ୍ଥିର କରିବାକୁ ଶୁକ୍ରବାର ଦଳର କୋର୍‌ କମିଟି ବୈଠକ ବସିବାକୁ ଯାଉଛି। ଏହି ବୈଠକରେ ରାଜ୍ୟ ସଭାପତି ସମିର ମହାନ୍ତି, ପ୍ରଭାରୀ ଡି.ପୁରନ୍ଦେଶ୍ୱରୀଙ୍କ ସହ ଅନ୍ୟ ନେତାମାନେ ଉପସ୍ଥିତ ଅଛନ୍ତି । ଏହି ଅବସରରେ ସାଧାରଣ ଓ ରାଜ୍ୟ ବିଧାନସଭା ନିର୍ବାଚନ ରୋଡ଼ମ୍ୟାପ ନେଇ ଆଲୋଚନା ହେବ । ଆସନ୍ତା ୩୧ ତାରିଖରେ ହେବାକୁ ଥିବା ବ୍ରଜରାଜନଗର ଉପନିର୍ବାଚନରେ ଦଳର ଚିନ୍ତନ ବୈଠକ ବସିବ ବୋଲି ଜଣାପଡ଼ିଛି । 

ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟରେ ବସିଥିବା ଏହି ବୈଠକରେ ବ୍ରଜରାଜନଗରରେ ଦଳ କିପରି ବିଜୟ ହାସଲ କରିବ ସେଥିପାଇଁ ରଣନୀତି ପ୍ରସ୍ତୁତ କରିବ । ଏଥିସହିତ ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ଦଳର ବିପର୍ଯ୍ୟୟରେ ବିଷୟରେ ଆଲୋଚନା ହେବ । ବୈଠକ ସକାଳ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଚାଲିବ । ଏହାପରେ ଜିଲ୍ଲା ସଭାପତିଙ୍କ ସହ ପ୍ରଭାରୀ ଓ ସହପ୍ରଭାରୀ ସାଙ୍ଗଠନିକ ସ୍ଥିତି ନେଇ ଆଲୋଚନା କରିବେ ।

bjp

ତେବେ ଆସନ୍ତା ମାସରେ ହେବାକୁ ଥିବା ବିଜେପିର ଚିନ୍ତନ ଶିବିରରେ ୨୦୨୪ ସାଧାରଣ ନିର୍ବାଚନ ଓ ବିଧାନସଭା ନିର୍ବାଚନ ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରିବ ଦଳ । ଏହି ବୈଠକ‌ ଶେଷ ହେବା ପରେ ସମସ୍ତ ଜିଲ୍ଲା ସଭାପତି ଓ ଜିଲ୍ଲା ପ୍ରଭାରୀମାନଙ୍କ ବୈଠକ ଅପରାହ୍ନରେ ହେବ। ଶନିବାର ବିଜେପିର ସମସ୍ତ ୭ଟି ମୋର୍ଚ୍ଚାର ବୈଠକ ହେବ। ୨୦୨୪ ସାଧାରଣ ନିର୍ବାଚନରେ କାହାର ଭୂମିକା କ'ଣ ହେବ ସେନେଇ ସମସ୍ତଙ୍କ ସହ ଆଲୋଚନା ହେବ ବୋଲି ଜଣାପଡ଼ିଛି।

Share this story