ଦିନେ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରିବାକୁ ପଛାଇ ନଥିଲେ ଏହି ଲେଡି ଆଇପିଏସ

ips D roopa

ନିଜର ସାହାସିକତା ଓ ଦୋଷୀଙ୍କ ପ୍ରତି ନେଉଥିବା ଦୃଢ଼  କାର୍ଯ୍ୟାନୁଷ୍ଠାନ ଯୋଗୁ ସେ ସମସ୍ତଙ୍କ ପାଇଁ ଲେଡ଼ି ସିଂଘମ୍ ଅଟନ୍ତି। ଏମିତିକି ସେ ମୁଖ୍ୟମନ୍ତ୍ରୀ ହେଉନ୍ତୁନା କାହିଁକି ପୋଲିସ ଆଖିରେ ସମସ୍ତେ ସମାନ ବୋଲି ପ୍ରମାଣ କରି ଦେଖାଇଛନ୍ତି କର୍ଣ୍ଣାଟକ କ୍ୟାଡ଼ରର ୨୦୦୦ ମସିହା ବ୍ୟାଚର ଆଇପିଏସ୍ ଡି. ରୂପା।ତାଙ୍କ ନାମ ଯେମିତି କାର୍ଯ୍ୟ ମଧ୍ୟ ସେହିଭଳି।ତାଙ୍କ ନାଁ ଶୁଣିଲେ ବଡ଼ବଡ ଅପରାଧୀ ଭୟଭୀତ ହୋଇଯାଆନ୍ତି। ସେ ପୋଲିସ ଅଧିକାରୀ ହେବା ସହିତ ଅତିରିକ୍ତ ଜେନେରାଲ ଏକ୍ସ ଅଫିସର,ସିଭିଲ ଡିଫେନ୍ସ ରେ ଆଡିସ୍ନାଲ କମାନଣ୍ଡାଣ୍ଟ ଭାବେ ପୂର୍ବରୁ କାର୍ଯ୍ୟ କରିଥିବା ବେଳେ ଟ୍ରାଫିକ୍ ଓ ରୋଡ୍ ସେଫ୍ଟି ବିଭାଗର କମିଶନର ଓ କର୍ଣ୍ଣାଟକ ଜେଲରେ ଡେ଼ପୁଟି ଇନ୍ସପେକ୍ଟର ଜେନେରାଲ ରୂପେ ନିଜର ଦାୟିତ୍ୱ ନିର୍ବାହ କରିଛନ୍ତି। 

ଡି.ରୂପା ହେଉଛନ୍ତି ଦେଶର ପ୍ରଥମ ମହିଳା ପୋଲିସ ଅଧିକାରୀ ଯିଏକି ୨୦୧୩ ମସିହାରେ ହୋଇଥିବା ସାଇବର କ୍ରାଇମ୍ ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ସହ ଏଥିରେ ସଫଳତା ମଧ୍ୟ ହାସଲ କରିଥିଲେ।ଡି.ରୂପା ସେତେବେଳେ ନିଜର କାର୍ଯ୍ୟପାଇଁ ଲୋକଲୋଚନକୁ ଆସିଲେ ଯେତେବେଳେ ସେ ୨୦୦୪ ମସିହାରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀଙ୍କୁ ସାମ୍ପ୍ରଦାୟିକତା ପ୍ରଚାର ମାମଲାରେ ଗିରଫ କରିବାକୁ ଯାଇଥିଲେ।ସୂଚନାଯୋଗ୍ୟ ଯେ ୨୦୦୪ ମସିହାରେ ଉମାଙ୍କ ବିରୋଧରେ ୧୦ ବର୍ଷ ତଳର ପୁରୁଣା ମାମଲାରେ ଜାମିନବିହୀନ ୱାରେଣ୍ଟ ଜାରି କରାଯାଇଥିଲା।୧୯୯୪ ମସିହାରେ ଉମା ଭାରତୀ କର୍ଣ୍ଣାଟକର ହୁଗୁଲିର ଏକ ଇଦଗାଦରେ ତ୍ରିରଙ୍ଗା ପତାକା ଉଡାଇ ସାମ୍ପ୍ରଦାୟିକତା ସୃଷ୍ଟି କରିଥିଲେ।ତତ୍କାଳୀନ ସମୟରେ ଡି.ରୂପା ଧରବାର୍ ଜିଲ୍ଲାର ଏସ୍ପି ଥିଲେ।ଯଦିଓ ଉମାଙ୍କୁ ଗିରଫ କରିବା ସମୟରେ ଉମା ତାଙ୍କର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।

ଏହାପରେ ପୁଣି ୨୦୧୭ରେ ଡି.ରୂପା ଶଶୀକଳାଙ୍କୁ ଜେଲରେ ଦିଆଯାଉଥିବା ଭିଆଇପି ସୁବିଧାକୁ ଲୋକଲୋଚନକୁ ଆଣି ଚର୍ଚ୍ଚିତ ହୋଇଥିଲେ।ସୂଚନାନୁଯାୟୀ ସେହି ସମୟରେ ଡି.ରୂପା ଜେଲ୍ ବିଭାଗର ଡିଆଇଜି ଥିଲେ।ତେବେ ଜେଲ୍ ନିରୀକ୍ଷଣ କରିବା ସମୟରେ ସେ ଏକ ରିପୋର୍ଟ ଦେଲେ ଯେଉଁଥିରେ ସେ ଉଲ୍ଲେଖ କରିଥିଲେ ଯେ ଶଶୀକଳାଙ୍କୁ ଜେଲ ଭିତରେ ବିଳାସମୟ ସୁବିଧା ଯେଉଁଥିରେ ୫ ବଖରା କୋଠରୀ ଓ ରୋଷେଇ ଘରର ସୁବିଧା ଉପଲବ୍ଧ।ଏହି ସମସ୍ତ ପାଇଁ ଏଆଇଏଡିମକେ ପକ୍ଷରୁ ଜେଲକୁ ୨କୋଟି ଦିଆଯାଇଛି।ଏସବୁ ସତ୍ୱେ ବହୁ ଗୁଣର ଅଧିକାରିଣୀ ଡି.ରୂପା।ସେ ଭାରତନାଟ୍ୟମ୍ ଓ ସଂଗୀତରେ ନିଜର ରୁଚି ରଖନ୍ତି।

Share this story