ପ୍ରଥମ ଥର ପାଇଁ ଅଧିବେଶନରେ ସାମିଲ ହେଲେ ବିଧାୟକ ସୂର୍ଯ୍ୟବଂଶୀ ସୁରଜ୍ 

suraj surjyabanshi

ରାଜ୍ୟରେ ଗତକାଲି ଠାରୁ ଆରମ୍ଭ ହୋଇଛି ବିଧାନସଭା ଶୀତ ଅଧିବେଶନ । ଏହା ୨୪ ନଭେମ୍ବରରୁ ଆରମ୍ଭ ହୋଇ ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ । ଏହି ଅଧିବେଶନରେ ମୋଟ ୩୩ଟି କାର୍ଯ୍ୟ ଦିବସ ରହିଛି। ଆରମ୍ଭରୁ ଦିବଙ୍ଗତ ସଦସ୍ୟମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯିବା ସହ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। 

ଧାମନଗର ଉପନିର୍ବାଚନରେ ବିଜୟ ପରେ ଆଜି ପ୍ରଥମ ଥର ପାଇଁ ସାମିଲ ହୋଇଥିଲେ ବିଧାୟକ ସୂର୍ଯ୍ୟବଂଶୀ ସୁରଜ୍ । ତେବେ ପ୍ରଥମ ଦିନରେ ଟିକିଏ ଭାବବିହ୍ୱଳ ହୋଇପଡିଥିଲେ ସୂରଜ । ସେ କହିଥିଲେ ପ୍ରଥମ ଦିନ ହୋଇଥିବାରୁ ଏହା ମୋ ପାଇଁ ସ୍ମରଣୀୟ ଦିନ ।

ଦିବଙ୍ଗତ ସଦସ୍ୟଙ୍କୁ ଗୃହରେ ଶୋକ ପ୍ରସ୍ତାବ ଆଗତ ହେଉଥିବା ବେଳେ ତନ୍ମ ମଧ୍ୟରେ ମୋ ପିତା ସ୍ୱର୍ଗତଃ ବିଷ୍ଣୁ ସେଠୀଙ୍କୁ ମଧ୍ୟ ଶ୍ରଧାଞ୍ଜଳୀ ଜ୍ଞାପନ ମୋ ପାଇଁ ଚିର ସ୍ମରଣୀୟ । ମୁଁ ଆଜି ଗୃହରେ ଭାଗ ନେଇ ଗର୍ବିତ । ମୁଁ ମଧ୍ୟ ଅନେକ ପ୍ରଶ୍ନ ରଖିଛି ଗୃହରେ । କିନ୍ତୁ ତା ମଧ୍ୟରୁ ଅନ୍ୟତମ ପ୍ରଶ୍ନ ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଅନେକ ନିର୍ବାଚନ ମଣ୍ଡଳୀକୁ ମୋର ବୋଲି କହୁଛନ୍ତି ,କିନ୍ତୁ ତାହାର କଣ ବିକାଶ ହୋଇଛି ବୋଲି ପ୍ରଶ୍ନ କରୁଥିଲି କିନ୍ତୁ ଉତ୍ତର ମିଳିଲା ନାହିଁ । ସମୟ ପରିବର୍ତ୍ତନ କରି ଉତ୍ତର ଦେବା ନିମନ୍ତେ ୨୮ ତାରିଖକୁ ରଖିଛନ୍ତି । ମୁଁ ଉତ୍ତରକୁ ରାଜ୍ୟବାସୀଙ୍କ ତରଫରୁ ଅପେକ୍ଷା କରିଛି । ବାପାଙ୍କ ସ୍ଥାନ ମୁ ପୁରଣ କରିପାରିବିନି ସତ କିନ୍ତୁ ଚେଷ୍ଟା କରିବି ।

Share this story