ଆଗ୍ରେସିଭ ନେତା କଣ' ଏତେ ଅଡ଼ୁଆ ?
suresh pujari

ପଦ୍ମ ନେତା ସୁରେଶ ପୂଜାରୀ ଆଗ୍ରେସିଭ୍ ବୋଲି ଅନେକ କହନ୍ତି । ମାତ୍ର ତାଙ୍କ ନିକଟରେ ପ୍ରକୃତିଦତ୍ତ ଗୋଟାଏ ଭଲ ଗୁଣ ଅଛି। ଅନ୍ୟକୁ ସମାଲୋଚନା କଲା ବେଳେ ସେ ଅନେକ କଥା ଢୋକି ଦିଅନ୍ତି ଆଉ ସ୍ପର୍ଶକାତର ପ୍ରସଙ୍ଗରେ କୌଣସି ଟିପ୍ପଣୀ ଦିଅନ୍ତି ନାହିଁ । ଯାହା ଫଳରେ ସମାଲୋଚନାର ଶିକାର ଲୋକଟି କ୍ରୋଧ ହେବାର ସୁଯୋଗ ପାଏ ନାହିଁ, ସୁରେଶ ବି ଅଶ୍ବସ୍ତିକର ପରିସ୍ଥିତିରୁ ପଡ଼ନ୍ତି ନାହିଁ । ହେଲେ ନିକଟରେ ପଦ୍ମପୁର ନିର୍ବାଚନମଣ୍ଡଳୀରେ ଏକ ସରକାରୀ କାର୍ଯ୍ୟକ୍ରମକୁ ନେଇ ସୁରେଶଙ୍କ ପରି ପୁରୁଖା ନେତାଙ୍କ କ୍ଷୋଭକୁ ନେଇ ବିଭିନ୍ନସ୍ତରରେ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। 

ତାଙ୍କରି ଦଳର ନେତା ଓ କର୍ମକର୍ତ୍ତା ବି ସୁରେଶଙ୍କ ମନ୍ତବ୍ୟକୁ ଗ୍ରହଣ କରିପାରୁ ନାହାନ୍ତି। ସରକାରୀ କାର୍ଯ୍ୟକ୍ରମଗୁଡ଼ିକ ସାଧାରଣତଃ ଅଧିକାରୀଙ୍କ ଦ୍ବାରା ପରିଚାଳିତ ହୋଇଥାଏ ଏବଂ ଅତିଥ୍‌ମାନଙ୍କ ନିମନ୍ତ୍ରଣ ଦାୟିତ୍ୱ ସ୍ଥାନୀୟ ଅଧିକାରୀମାନେ ବହନ କରିଥାଆନ୍ତି। ପଦ୍ମପୁର କାର୍ଯ୍ୟକ୍ରମକୁ ସୁରେଶଙ୍କୁ ନିମନ୍ତ୍ରଣ କରାଯାଇଥିଲା କି ନାହିଁ ସେ କଥା ଆମକୁ ଜଣାନାହିଁ । 

ମାତ୍ର ଏଥରେ ସରକାର କି ଦୋଷ କଲେ ? ଅବଶ୍ୟ ସୁରେଶ ଯେଉଁ ଦଳର ପ୍ରତିନିଧ୍ୱ କରୁଛନ୍ତି ସେହି ଦଳରେ ଉପେକ୍ଷା ଦୋଷ ପ୍ରବଳ ବୋଲି ଅନେକ କହନ୍ତି । ରାଜଧାନୀରେ ବାସ କରୁଥିବା ନିଜ ଦଳର ବଡ଼ବଡ଼ ନେତାଙ୍କୁ ରାମମନ୍ଦିର ଆଖଡ଼ାର ବଡ଼ବଡ଼ କାର୍ଯ୍ୟକ୍ରମକୁ ସୁଦ୍ଧା ନିମନ୍ତ୍ରଣ କରାଯାଏ ନାହିଁ । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟଙ୍କୁ ବି ବୈଠକ ସମ୍ପର୍କରେ ଜାଣିଶୁଣି ଅବଗତ କରାଯାଏ ନାହିଁ । ତେଣୁ ପଦ୍ମପୁର ନିମନ୍ତ୍ରଣ ପ୍ରସଙ୍ଗରେ ସୁରେଶ ନିଜ ଦଳର କାର୍ଯ୍ୟ ପରି ଭ୍ରମ ଧାରଣାର ବଶୀଭୂତ ହୋଇ ନାହାନ୍ତି ?

Share this story