ଓରାମଙ୍କୁ ଘାଇଲା କରିବାକୁ ନକ୍ସା ପ୍ରସ୍ତୁତ

juel jarja

ଆଇଜିଏଚ୍ ମେଡ଼ିକାଲ କଲେଜ, ବ୍ରାହ୍ମଣୀସେତୁ ଆଉ ଦିଲୀପ ରାୟଙ୍କୁ ଶିଡ଼ି କରି ୨୦୧୪ରେ ଦିଲ୍ଲୀ ଯାତ୍ରା କରିଥିବା ଜୁଏଲଙ୍କ ସ୍ଥିତି ଏବେ ଜିଲ୍ଲାରେ ଦୟନୀୟ I ପଞ୍ଚାୟତ ଓ ପୌରଭୋଟରେ ପ୍ରଚଣ୍ଡ ପରାଜୟ ସାଙ୍ଗକୁ ଇସ୍ପାତ କାରଖାନା ଶ୍ରମିକ ସଂଘ ନିର୍ବାଚନରେ ବି ଜୁଏଲ ଗୋଷ୍ଠୀ ଅବସ୍ଥା ଖରାପ । ଏବେ ଏହାର ଭରପୁର ସୁଯୋଗ ନେବାକୁ ବସିଛନ୍ତି ବୀରମିତ୍ରପୁର ବୀର ଜର୍ଜ । 

୨୦୧୪ ବେଳକୁ ଧରିଥିବା କଇଁଚିକୁ ଅଣ୍ଟାରେ ଖୋସି ୩/୪ ବର୍ଷ ବୁଲିଲେ ହେଲେ ସେଥିରେ ମନ ଲାଗିଲା ନାହିଁ ଯେ ସିଧା ଦିଲ୍ଲୀରେ ଯାଇ ଧରିଥିଲେ ରାହୁଳଙ୍କ ହାତ I ହାତ ଚିହ୍ନରେ ପରାଜୟ ପରେ ମୋହଭଙ୍ଗ ଜର୍ଜ ଏବେ କୁଆଡ଼େ ନୂଆ ଦଳ ସନ୍ଧାନରେ ଅଛନ୍ତି। ତାଙ୍କ ଘନିଷ୍ଠ ଅନୁଗତମାନେ କେତେବେଳେ ଜର୍ଜ ଶଙ୍ଖ ଧରିବେ ବୋଲି ଗାଇ ବୁଲୁଛନ୍ତି ତ କେତେବେଳେ ପୁଣି ଧନୁତୀର ଧରି ମଇଦାନକୁ ଓହ୍ଲାଇବେ ବୋଲି କହୁଛନ୍ତି । 

ତେବେ ଜର୍ଜ ଶଙ୍ଖ ଧରନ୍ତୁ କି ଧନୁତୀର,ଯାହା ଧରିଲେ ବି ଜୁଏଲଙ୍କ ସମସ୍ୟା ବଢ଼ିବ ବୋଲି ଅନେକ ଆକଳନ କଲେଣି ଧନୁ-ତୀର ପାର୍ଟି ଆଗାମୀ ନିର୍ବାଚନରେ ହାତ ଆଉ ଦା' ହାତୁଡ଼ି ପାର୍ଟି ସହ କୁଆଡ଼େ ମେଣ୍ଟ କରିବାକୁ ଯାଉଥିବା ଶୁଣା ଯାଉଥିବାରୁ ଜର୍ଜ କିଛି ପରିମାଣରେ ଉତ୍ସାହିତ । ବଣେଇଁ ଆଡ଼େ ଦା-ହାତୁଡ଼ି, ରଘୁନାଥପାଲି ଓ ବୀରମିତ୍ରପୁରରେ ଧନୁତୀର ସାଙ୍ଗକୁ ଜିଲ୍ଲାରେ ହାତ ପାର୍ଟି ସମର୍ଥନରେ ଜୁଏଲଙ୍କୁ ପାଣି ପିଆଇବାକୁ ଜର୍ଜ ପ୍ରସ୍ତୁତ ଥିବା କୁହାଯାଉଛି । ରାଜଗାଙ୍ଗପୁରରୁ ଦି' ଦି’ ଥର ଜିତିଥିବା ଖେଳୁଆଡ଼ ଗ୍ରୀଗୋରୀ ହାଫ୍ ପ୍ୟାଣ୍ଟ ଗଞ୍ଜି ପିନ୍ଧି ଜର୍ଜଙ୍କୁ ସାଥ୍ ଦେବାକୁ ବି ବାହାରିଥିବା ବି ଚର୍ଚ୍ଚା ହେଉଛି । ଏ କଥା ଶୁଣିବା ପରେ କୁଆଡ଼େ ଜୁଏଲ୍ ପୁରା ଲୋଡ଼ ହୋଇ ବସିଛନ୍ତି।

Share this story