ଶୁଶାନ୍ତ ନା ସୁରେଶ ? କିଏ ଦେବେ ଇସ୍ତଫା ଆଉ କିଏ ମାରିବେ ବାଜି ?
କିଏ ଦେବେ ଇସ୍ତଫା ? ବରଗଡ଼ ସାଂସଦ ସୁରେଶ ପୂଜାରୀ ନା ଭଟ୍ଲି ବିଧାୟକ ସୁଶାନ୍ତ ସିଂ ଏହାକୁ ନେଇ ଏବେ ବରଗଡ଼ ରାଜନୀତି ସରଗରମ ହୋଇଯାଇଛି । ସୁଶାନ୍ତ ଓ ସୁରେଶଙ୍କ ଆହ୍ୱାନ ଏବେ ବେଶ ଚର୍ଚ୍ଚା ସୃଷ୍ଟି କରିଛି । ପଦ୍ମପୁର ଉପନିର୍ବାଚନରେ ବାଜିମାତ କରିବା ପାଇଁ ସବୁ କଳବଳ ଲଗେଇଦେଇଛନ୍ତି ବିଜେପି ଓ ବିଜେଡି ।ହାଇ ଭୋଲ୍ଟେଜରେ ନେତାମାନେ ପରସ୍ପରକୁ ଆହ୍ୱାନ ଜଣାଇଛନ୍ତି ।
ପଦ୍ମପୁରରେ ବିଜେଡି ହାରିଲେ ରାଜନୀତିରୁ ସନ୍ୟାସ ନେବେ ବୋଲି କହିଥିଲେ ସୁଶାନ୍ତ ସିଂ । ଏହାର ପାଲଟା ଜବାବ ଦେଇଥିଲେ ସୁରେଶ ପୂଜାରୀ ସେ କହିଥିଲେ ଜେ ୨୦୨୪ରେ ବିଜେଡି ସରକାର ଆସିବା ପରେ ସୁସାନ୍ତ ଜେଲରେ ହିଁ ରହିବେ । କୁନା ପୁରୋହିତ ହିଁ ବାଜିମାତ କରିବେ ବୋଲି ସୁରେଶ କହିଥିଲେ । ସୁରେଶ ଙ୍କୁ କାଉଣ୍ଟର ଆଟକ କରିବାର ସୁଯୋଗ ଚାଡ଼ିନାହାନ୍ତି ସୁଶାନ୍ତ ସିଂ । ସୁରେଶ ଙ୍କୁ ସେ ଆହ୍ୱାନ ଦେଇଛନ୍ତି । କୁନା ପୁରୋହିତ ହାରିଲେ ସେ ଇସ୍ତଫା ଦେବେ ବୋଲି ପ୍ରଶ୍ନ କରିଛନ୍ତି ?
ତେବେ ରାଜନୀତିରେ କେବେ କେହି ଇସ୍ତଫା ଦିଅନ୍ତି ନାହିଁ କେବଳ ନିଜର ଆତ୍ମବିଶ୍ୱାସ କୁ ଦେଖାଇବା ପାଇଁ ଏଭଳି ଆତ୍ମବଳିମା ଦେଖାଇଥାନ୍ତି ବୋଲି ରାଜନୈତିକ ସମୀକ୍ଷକ ମାନେ ମତପୋଷଣ କରନ୍ତି ।