ଚା ଖଟିରେ ଚର୍ଚ୍ଚା : ୨୦୨୪ରେ ବିଜେଡି ଟିକେଟରୁ ଲଢ଼ିବେ ରାଜୁ
niveen bjd

ବିଜେଡିରେ ମିଶିବେ କି ରାଜୁ । ରାଜୁଙ୍କୁ ଆପାଣାଇବେ କି ନବୀନ ? ୨୪ରେ ରାଜୁଙ୍କ ମିଳିବ କି ଧାମନଗରରୁ ଟିକେଟ୍ ? ଧାମନଗରରେ ବିଜେଡିର ପରାଜୟ ପରେ ଏବେ ଦଳକୁ ଚେତା ପଶିଛି । ୨୦୨୪ ନିର୍ବାଚନରେ ରାଜୁଙ୍କ ଷ୍ଟ୍ରାଟେଜି ବିଜେଡିକୁ ମହଙ୍ଗା ପଡିପାରେ । ଧାମନଗରରେ ରାଜେନ୍ଦ୍ର ଦାସ ସ୍ୱାଧିନ ଭାବେ ଠିଆ ହୋଇ ଅବନ୍ତୀ ଦାସଙ୍କ ଭୋଟକୁ ମାଇନସ କରିଥିଲେ । ଯାହା ଫଳରେ ବିଜେଡି ଭୋଟ ଦୁଇ ଭାଗ ହୋଇଥିଲା । ଅନ୍ୟପଟେ ରାଜୁ ପ୍ରଚାର ସମୟରେ ନବୀନଙ୍କ ବିରୋଧରେ ପଦେ ଅଧେବି କହିନଥିଲେ ।

ପୂର୍ବ ଉପନିର୍ବାଚନ ଗୁଡିକରେ ବିଜେଡି ଅପ୍ରତିଦ୍ୱନ୍ଦୀ ଭାବେ ବିଜୟ ହାସଲ କରିଥିଲା । କିନ୍ତୁ ଧାମନଗର ନିର୍ବାଚନ ସବୁ ଗଣିତକୁ ଓଲଟ ପାଲଟ କରିଦେଲେ ରାଜୁ ଦାସ । ପ୍ରାର୍ଥୀ ଚୟନରେ ହୋଇଥିବା ମତଭେଦ ପାଇଁ ରାଜୁ ଦାସ ବିଜେଡିରୁ ଅଲଗା ହୋଇ ସ୍ୱାଧିନ ପ୍ରାର୍ଥୀ ହୋଇଥିଲେ । ତେବେ ଏଥିପାଇଁ ବିଜେଡିକୁ ମହଙ୍ଗା ପଡିଥିଲା । ୨୪ ନିର୍ବାଚନରେ ଆଶାୟୀଙ୍କ ସଂଖ୍ୟା ମଧ୍ୟ ଅନେକ ରହିଛି । ତେବେ ୨୪ରେ ଟିକେଟ ନମିଳିଲେ ରାଜୁଙ୍କ ଭଳି ବିଜେଡିରେ ଅନେକ ବିଦ୍ରୋହୀ ସ୍ୱାଧିନ ଭାବେ ଲଢିପାରନ୍ତି । ଆଉ ଯାହାର ଫଳସୂରୁପ ବିଜେଡି ଏଥିପାଇଁ ଅନେକ କ୍ଷତି ସହିପାରେ । ତେଣୁ ଏଭଳି ପରିସ୍ଥିତି ସୃଷ୍ଟି ନହେଉ ତାହାକୁ ଆଖିରେ ରଖି ଖୁବ ଶୀଘ୍ର ରାଜୁ ଦାସଙ୍କୁ ବିଜେଡିରେ ସାମିଲ କରିପାରନ୍ତି ହାଇକମାଣ୍ଡ । ୨୦୨୪ରେ ଧାମନଗରରେ ପୁଣି ଥରେ ରାଜୁଙ୍କୁ ବିଜେଡି ପାର୍ଥୀ କରିପାରେ । ଆଉ ଏଥିପାଇଁ କାଳେ ଉପର ମହଲରୁ ଆଭାସ ଆସିଲାଣି ।ଧାମନଗରେରେ ବିଜେଡିର ଏଭଳି ସ୍ଥିତିର ପୁନରାବୃତ୍ତି ନହେଉ ସେଥିପାଇଁ ଏବେଠାରୁ ପ୍ରସ୍ତୁତିରେ ଲାଗିପଡିଛନ୍ତି ହାଇକମାଣ୍ଡ ।

ତେବେ ବିଜେଡି ଧାମନଗରରେ ଏଥର ସମୀକ୍ଷା କରିବ । ବିଜେଡି ନେତୃତ୍ୱରେ ଧାମନଗର ପରାଜୟର କାରଣ ଖୋଜିବ । ଯଦିଓ ଉପସଭାପତି ଦେବୀ ମିଶ୍ର ଆଭୟନ୍ତରୀଣ ସମୀକ୍ଷା କଥା କହିଛନ୍ତି ତଥାପି ପରାଜୟର ଯେଉଁ ସବୁ କାରଣ ଜଳଜଳ ହୋଇ ବାହାରକୁ ଦେଖାଯାଉଛି । ତେବେ ଧାମନଗର ପରାଜୟ ଯୋଗୁଁ ପଦ୍ମପୁର ଉପନିର୍ବାଚନକୁ ନେଇ ଛାନିଆ ହୋଇଗଲାଣି ଶାସକ ଦଳ । ଏବେ ବିରାଟ ମାନସିକ ଦ୍ୱନ୍ଦରେ ଘାରି ହେଉଛି ବିଜେଡି । ତେବେ ଏଭଳି ପରିସ୍ଥିତିରେ ଦଳ କେଉଁ ନିଷ୍ପତ୍ତି ନେଉଛି ତାହା ଦେଖିବାକୁ ବାକିରହିଲା ।

Share this story