ତୁମେ ମୋତେ ଘୃଣା କର, ମୁଁ କିନ୍ତୁ ମଲା ଯାଏଁ ଆପଣଙ୍କୁ ଭଲ ପାଇବି : ରାହୁଲ

ରାହୁଲ ଗାନ୍ଧୀଙ୍କ ଭାରତ ଯୋଡା ଯାତ୍ରା ବର୍ତ୍ତମାନ ରାଜସ୍ଥାନରେ ଜାରି ରହିଛି। ଭାରତ ଯୋଡା ଯାତ୍ରା ସମୟରେ ରାହୁଲ ବେଶ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ବିଗତ ୧୦୦ ଦିନରୁ ଅଧିକ ସମୟ ଧରି ରାହୁଲ ଦେଶରେ ପଦଯାତ୍ରା କରିବା ସହ ବହୁ ଲୋକଙ୍କୁ ଭେଟୁଛନ୍ତି। ଏଥି ସହିତ ରାହୁଲଙ୍କ ଏହି ଭାରତ ଯୋଡ ଯାତ୍ରାକୁ ମଧ୍ୟ ବେଶ ସଫଳତା ମିଳିବାରେ ଲାଗିଛି। ତେବେ ଏହାରି ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବେଶ ଚର୍ଚ୍ଚାରେ ରହିଛନ୍ତି,କେତେବେଳେ ଭାରତ ଯୋଡ ଯାତ୍ରା କାର୍ଯ୍ୟକ୍ରମକୁ ନେଇ ତ କେତେବେଳେ ଚୀନ ସମ୍ପର୍କରେ ବୟାନକୁ ଦେଇ।
ରାହୁଲ ଗାନ୍ଧିଙ୍କ ବୟାନକୁ ନେଇ ଭାରତ ବୈଦେଶିକ ମନ୍ତ୍ରୀ ଏସ ଜୟସଙ୍କର କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ଭାରତ ଏବେ ଯେପରି ଚାଇନା ସୀମାରେ ସୁରକ୍ଷା ବଳ ନିୟୋଜିତ କରିପାରିଛି ତାହା ଆଗରୁ ସେମିତି ପାରି ନଥିଲା। ଚାଇନା ସେନାକୁ ମୁକାବିଲା ପାଇଁ ସୀମାରେ ଭାରତ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି। ୨୦୨୦ରୁ ଭାରତ ବ୍ୟାପକ ଭାବେ ସୀମାରେ ଫୋର୍ସ ମୁତୟନ କରିଛି। ଯଦି ଆମେ ଏହାକୁ ଅସ୍ୱୀକାର କରିବା ତେବେ ସୀମାରେ ସେନା କିପରି କାମ କରୁଛି। କାରଣ ସେଠାରୁ କେବଳ ସେନା ଯାଉଛି। ରାହୁଲ ଗାନ୍ଧି ସେ ଜାଗାକୁ ଯାଉ ନାହାନ୍ତି ବୋଲି କହି ରାହୁଲଙ୍କ ଉପରେ ବର୍ଷିଥିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର।
ତେବେ ଏସବୁ ଭିତରେ ରାହୁଲ ଗତକାଲି ରାଜସ୍ଥାନରେ ଏକ ଜନସଭାରେ କହିଛନ୍ତି ଯେ ମୁଁ ଘୃଣାର ବଜାରରେ ପ୍ରେମର ଦୋକାନ ଖୋଲିଛି । ଟୁଇଟରରେ ରାହୁଲଙ୍କର ଏକ ଭିଡିଓ ଭାଇରାଲ ହୋଇଛି । ଏଥିରେ ରାହୁଲ କହିଛନ୍ତି, ‘ନଫରତ କି ବାଜାର ମେ ମୋହବ୍ବତ କୀ ଦୁକାନ ଖୋଲ ରହା ହୁଁ’ । ବିଜେପି ନେତାଙ୍କ ଉଦ୍ଦେଶ୍ୟରେ ସେ ଏହି ଦୋକାନ ଖୋଲିଥିବା ଖୋଲାଖୋଲି ଭାବେ କହିଛନ୍ତି । ଭିଡିଓରେ ରାହୁଲ କହିଛନ୍ତ, ତୁମେ ମୋତେ ଘୃଣା କର, ମୋତେ ଗାଳି ଦିଅ । ଏସବୁ ଆପଣଙ୍କ ହୃ୍ଦୟର କଥା । ଆପଣଙ୍କ ବଜାର ଘୃଣାର । ମୋ ଦୋକାନ ପ୍ରେମର’ ବୋଲି କହିଛନ୍ତି । ଏ ପ୍ରେମର ଦୋକାନ ଖାଲି ତାଙ୍କର ନୁହେଁ, ଏହା ପୁରା ସଂଗଠନର ବୋଲି କହିଛନ୍ତି ।