ରାଷ୍ଟ୍ରପତି ରେସକୁ ନେଇ ଭାରି ଚର୍ଚ୍ଚା : ହେଲେ କେମିତି ହୁଏ ଏହି ନିର୍ବାଚନ ?

President Election

ଆଗାମୀ ଜୁଲାଇ ୨୪ ତାରିଖରେ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ସମାପ୍ତି ହେବାକୁ ଯାଉଛି । ତେବେ ନୂଆ ରାଷ୍ଟ୍ରପତି କିଏ ହେବେ ଏହାକୁ ନେଇ ବହୁତ କଳ୍ପନା ଜଳ୍ପନା  ମଧ୍ୟ କରାଯାଉଛି । ତେବେ ଏ ଦାଇତ୍ୱ କାହାକୁ ମିଳିବ ସେ ନେଇ ବହୁତ ଚର୍ଚା ମଧ୍ୟ  ହେଉଛି । ରାଷ୍ଟପତିଙ୍କ କାର୍ଯ୍ୟକାଳ ସମାପ୍ତ ହେବ ପୂର୍ବରୁ ହିଁ ନୂତନ ରାଷ୍ଟପତି ଚୟନ କରାଯିବ ,ସେ ଲାଗି  ବିଧିବଦ୍ଧ  ଭାବେ ଜୁଲାଇ  ୧୦ ତାରିଖରେ ତାରିଖ ମଧ୍ୟ ଘୋଷଣା କରାଯାଇଛି  । ଜୁଲାଇ ୧୮ ତାରିଖରେ ହେବ ରାଷ୍ଟ୍ରପତି ନିର୍ବାଚନ ଓ ଜୁଲାଇ ୨୧ ରେ ଭୋଟ ଗଣତି ହେବ । ଏହା ପୂର୍ବରୁ  ଆସନ୍ତୁ ଜାଣି ରଖିବା କିପରି ନିର୍ବାଚିତ ହୁଅନ୍ତି ଆମ ଦେଶର ରାଷ୍ଟ୍ରପତି ।

ଆମ ଦେଶର ରାଷ୍ଟପତି ଇଲେକ୍ଟ୍ରୋ କଲେକଟରାଲ ସୁପାରୀଷିଙ୍କ କ୍ରମେ ନିର୍ବାଚିତ ହୁଅନ୍ତି । ଏଥିରେ ଲୋକ ମାନେ ପ୍ରତେକ୍ଷ ଭାବେ ନୁହେଁ ବରଂ ପରୋକ୍ଷ  ଭାବେ ଭୋଟ ଦେଇଥାନ୍ତି  । ଅର୍ଥାତ ଜଣସାଧାରଣଙ୍କ ଦ୍ୱାରା ଚୟନ କରାଯାଇଥିବା ରାଜ୍ୟସଭା ଓ ଲୋକସଭା ସଦସ୍ୟଙ୍କ ଦ୍ୱାରା ଚୟନ କରାଯାଇଥାନ୍ତି । ଏଥିରେ ବିଧାନପରିଷଦ ସଦସ୍ୟ ମାନେ ମତ ଦାନ କରିନଥାନ୍ତି ।ପ୍ରତିରାଜ୍ୟର ବିଧାୟକଙ୍କ  ଭୋଟ ମଧ୍ୟ ଭିନ୍ନ ଥାଏ । ରାଜ୍ୟର ଜନସଂଖ୍ୟା ହିସାବରେ ବିଧାୟକଙ୍କୁ  ଭୋଟର ମୂଲ୍ୟ ଧାର୍ଯ୍ୟ କରାଯାଇଥାଏ । ତେବେ ୧୯୭୧ ମସିହା ଜନଗଣନା ଆଧାରରେ ବିଧାୟମାନଙ୍କର ଭୋଟର ମୂଲ୍ୟ ହିସାବ କରାଯାଇଥାଏ ।

 ଆସନ୍ତୁ ଜାଣିବା କିପରି ବିଧାୟକଙ୍କ ଭୋଟ ଗଣନା କରାଯାଇଥାଏ ? ଏଥିପାଇଁ  ରାଜ୍ୟର ଜନସଂଖ୍ୟାକୁ ରାଜ୍ୟର ବିଧାୟକ ସଂଖ୍ୟାରେ ଭାଗ କରାଯାଇଥାଏ, ଏହା  ପରେ ଯେଉଁ ଫଳ ବାହାରେ ତାହାକୁ ପୁନର୍ବାର ଏକ ହଃଜ଼ାରରେ  ଭାଗ  କରାଯାଏ । ଏହା ପରେ ଜଣେ ବିଧାୟକଙ୍କ  ଭୋଟରେ ମୂଲ୍ୟ ବାହାରିଥାଏ । ଯଦି ଉଦାହରଣରେ ଆମେ ଓଡ଼ିଶାର ନିର୍ଵାଚଚଂ ଭୋଟକୁ    ନିଆଯିବ ତେବେ  ୧୯୭୧ ମସିହା ଜନଗଣନା ଅନୁସାରେ ଓଡ଼ିଶାର ଜନସଂଖ୍ୟା ଥିଲା ୨,୧୯,୪୪,୬୧୫ ରହିଛି ।ଏବଂ ରାଜ୍ୟରେ ନିର୍ବାଚିତ ବିଧାୟକଙ୍କ ସଂଖ୍ୟା ୧୪୭ ଜଣ ରହିଛନ୍ତି । ତେବେ ବିଧାୟକ ଙ୍କ ଭୋଟ ଜାଣିବାକୁ ହେଲେ  ।ମୋଟ ଜନଗଣନା ହରଣ ମୋଟ ବିଧାୟକଙ୍କ  ସଂଖ୍ୟା ହରଣ  ୧୦୦୦ । ତେବେ ଏଥିରେ ଜଣେ ବିଧାୟକଙ୍କ  ମୂଲ୍ୟ ହେଉଛି ୧୪୯ । ତେବେ ମୋଟ ବିଧାୟକଙ୍କ  ମୂଲ୍ୟ ହେଉଛି ୧୪୭ x ୧୪୯ =୨୧୯୦୩ । ସେହିପରି ସାଂସାଦ ମାନଙ୍କ ଭୋଟ ମଧ୍ୟ ଏହିପରି ଗଣନା କରାଯାଏ ।

ତେବେ କିପରି ହୋଇଥାଏ ସାସଂଦ ମାନଙ୍କ ଭୋଟ ଗଣତି ଆସନ୍ତୁ ଜାଣିବା ? ଏଠାରେ ରାଜ୍ୟସଭା ଓ ଲୋକସଭା ସଦସ୍ୟ  ମାନଙ୍କୁ ମିଶାଇ ଦିଆଯାଇଥାଏ ଏହାପରେ  ଏହି ଯୋଗ ଫଳକୁ ବିଧାୟକ  ମାନଙ୍କ ଭୋଟରେ ହରଣ କରାଯାଇଥାଏ । ଏହା ଦ୍ୱାରା ପ୍ରତି ସାଂସଦ ମାନଙ୍କ ଭୋଟର  ମୂଲ୍ୟ ୭୦୮ ହୋଇଅଛି । ଏହା ସହ ବିଧାନସଭାର ମୋଟ ୪୩୩ ଜଣ ଭୋଟ ଦେଇଥାନ୍ତି ଏହି ହିସାବରେ ଇଲେକ୍ଟ୍ରୋ କଲେଜର ମୋଟ ଭୋଟର ମୂଲ୍ୟ ୧୦ ଲକ୍ଷ ୮୬ ହଜାର ୪୩୧ ହୋଇଥାଏ କିନ୍ତୁ ଚଳିତ ବର୍ଷ ଜାମ୍ମୁ ଓ କାଶ୍ମୀର  ବିଧାୟକଙ୍କ  ଭୋଟ ଏଥିରେ ମିଶିବ  ନାହିଁ । କାରଣ ବର୍ତ୍ତମାନ ଏହା ଦୁଇଟି କେନ୍ଦ୍ରଶାସିତ ଅଂଚଳ ରେ ବିଭକ୍ତ ହୋଇଥିବାରୁ, ଜାମ୍ମୁ ଓ କାଶ୍ମୀର ୬୨୬୪ଟି ଭୋଟ  ଏଥର କମିଯିବ ।

ତେବେ ମତଦାନ କିପରି ଗଣନା କରାଯାଇ ଆସନ୍ତୁ ଜାଣିବା ? ରାଷ୍ଟପତି ନିର୍ବାଚନରେ ଯିଏ ଅଧିକ  ଲୋକଙ୍କ ପ୍ରଶଂନୀୟତା ଅର୍ଥାତ ଯାହାକୁ  ଅଧିକ ଲୋକଙ୍କ ଭୋଟ ମିଳିଥାଏ ସେ ବିଜୟ ହୋଇନଥାନ୍ତି ବରଂ ଭୋଟର ମୂଲ୍ୟ ଆଧାରରେ ଯିଏ ଅଧିକ ମୂଲ୍ୟ ପାଇଥାନ୍ତି ସେ ବିଜୟ ହୋଇଥାନ୍ତି । ମତଦାତାଙ୍କ ଭୋଟ ମୂଲ୍ୟ ଆଧାରରେ ଭୋଟ ଗଣାଯାଇଥାଏ ରିଟର୍ଣ୍ଣିଙ୍ଗ ଅଫିସର ତତ୍ୱାବଧାନରେ ମତ ଗଣନା କରାଯାଇଥାଏ । ମତଦାତା ମାନେ ନିଜ ପସନ୍ଦ ମତ ଦେଇ ପ୍ରଥମ ,ଦ୍ଵିତୀୟ ଓ ତୃତୀୟ ପସନ୍ଦ ସାବ୍ୟସ୍ତ କରିଥାନ୍ତି । ସର୍ବାଧିକ ପ୍ରଥମ ପସନ୍ଦ ପାଇଥିବା ପାର୍ଥି ଏଥିରେ ବିଜୟ ହୋଇଥାନ୍ତି ।

Share this story