୨୦୨୪ ରେ ଓଡ଼ିଶାରେ କିଏ ମାରିବ ବାଜି ? ୩ ଦଳର କସରତ ଆରମ୍ଭ
୨୪ ପାଇଁ ତିନି ଦଳର କସରତ । ପଦ୍ମପୁର ଅଭିଜ୍ଞତାକୁ ନେଇ ଲଢିବ ବିଜେପି । ସୁନୀଲ ବଂଶଲଙ୍କ ବୈଠକ ପରେ ବିଜେପି ନେବ ଆକ୍ସନ । ସାଧାରଣ ନିର୍ବାଚନ ପାଇଁ ତିନି ଦଳ କସରତ ଆରମ୍ଭ କରିଦେଇଛନ୍ତି । ଉପନିର୍ବାଚନ ଠାରୁ ଆରମ୍ଭ କରି ପଂଚାୟତ ନିର୍ବାଚନ ଓ ପୌର ନିର୍ବାଚନ ପରେ ବିଜେଡି ଗୋଟିଏ ପରେ ଗୋଟିଏ ନିର୍ବାଚନରେ ଜିତିଚାଲିଛି । ତେବେ ଧାମନଗର ଝଟକା ବିଜେଡି ପାଇଥିଲେ ମଧ୍ୟ ପଦ୍ମପୁରରେ ବିଜେପି ବିରୋଧରେ ପ୍ରତିଶୋଧ ନେଲା । ତେବେ ଆଗାମୀ ସାଧାରଣ ନିର୍ବାଚନରେ ପୁଣି ଥରେ ବିଜେଡି ବ୍ୟବସ୍ଥିତ ଢଙ୍ଗରେ ଲଢିବାକୁ ପ୍ରୟାସ ଜାରି ରଖିଛି ।
ତୃଣମୂଳ ସ୍ତରରେ ନିର୍ବାଚନ ପରିଚାଳନା କଲା ବେଳେ କି କି ଅସୁବିଧାର ସାମ୍ନା କରିବାକୁ ପଡ଼ିଲା, ତାହାର ଏକ ଚିତ୍ର ମଧ୍ୟ ଉପସ୍ଥାପନ କରାଯିବ । ଏହି ଅଭିଜ୍ଞତାକୁ ଆଧାର କରି ୨୦୨୪ ପାଇଁ ରଣନୀତି ପ୍ରସ୍ତୁତ କରିବ ବିଜେଡି । ତେଣୁ ଏହି ବୈଠକ ଦଳ ପାଇଁ ବେଶ୍ ଗୁରୁତ୍ୱ ବହନ କରୁଛି । ପଦ୍ମପୁର ଉପନିର୍ବାଚନରେ ବିଜେପିର ଶୋଚନୀୟ ପରାଜୟ ପରେ ୨୦୨୪ ପାଇଁ ବିଜେପିର ରଣନୀତି କ’ଣ ହେବ ସେନେଇ ପ୍ରସ୍ତୁତି କରିବାକୁ କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲ, ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ଆସନ୍ତା ୧୭ତାରିଖରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ । ଅପରପକ୍ଷେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ପଦ୍ମପୁର ଗସ୍ତରେ ଯାଇ ବିଜେପି ପ୍ରାର୍ଥୀଙ୍କ ପରାଜୟର ସମୀକ୍ଷା କରୁଛନ୍ତି ।
ତେବେ ୨୪ ନିର୍ବାଚନ ପାଇଁ କଂଗ୍ରେସ ମଧ୍ୟ ପଛରେ ପଡିନାହିଁ । ଏଥିରେ ଓଡ଼ିଶା ପ୍ରଭାରୀ ଏ.ଚେଲାକୁମାରଙ୍କ ସମେତ ରାଜ୍ୟ କଂ ଗ୍ରେସ ସଭାପତି ଶରତ ପଟ୍ଟନାୟକ ଓ ଅନ୍ୟ ନେତୃବନ୍ଦ ଯୋଗଦେବେ । ଦେଶବ୍ୟାପୀ କଂଗ୍ରେସର ‘ଭାରତ ଯୋଡ଼ୋ’ ଯାତ୍ରା ପରେ ଏବେ ‘ହାଥ୍ ସେ ହାଥ୍ ଯୋଡ଼ୋ’ ଅଭିଯାନ ଆରମ୍ଭ ହେବାକୁ ଯାଉଛି । ଏହି ଅଭିଯାନ ଓଡ଼ିଶାରେ କିଭଳି କାର୍ଯ୍ୟକାରୀ ହେବ ତାହା ବିଷୟରେ ଆଲୋଚନା ହେବ ବୋଲି କଂଗ୍ରେସ ସୂତ୍ରରୁ ସୂଚନା ମିଳିଛି ।