ଇତିହାସକୁ କଳଙ୍କିତ କରିବାର ହୀନ ପ୍ରୟାସ କରୁଛନ୍ତି କି ପ୍ରଦୀପ ?
ଜନଆନ୍ଦୋଳନର ଶତ୍ରୁଙ୍କ ମିଥ୍ୟା ପ୍ରଚାର । ଐତିହାସିକ ଗନ୍ଧମାର୍ଦ୍ଧନ ସୁରକ୍ଷା ଆନ୍ଦୋଳନ ଇତିହାସକୁ କଳଙ୍କିତ କରିବାକୁ ପ୍ରୟାସ । ଭୁଲ ତଥ୍ୟ ଦେଇ ଭୋଟ ହାତେଇବାକୁ ଛଳନା । ବିଶ୍ୱାସଘାତକଙ୍କ ହୀନ ଅପପ୍ରଚାର । କେନ୍ଦ୍ରମନ୍ତ୍ରୀଙ୍କ ଅସତ୍ୟ ବୟାନ ବାଜି ଭିତରେ ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଅପଚେଷ୍ଟା ।
ଏହା ହେଉଛି ବରଗଡ଼ ଜିଲ୍ଲା ପଦ୍ମପୁର ଉପନିର୍ବାଚନର ବିଜେପି ପାର୍ଥି ପ୍ରଦୀପ ପୁରହିତଙ୍କ କଥା । ୧୯୮୧ ରେ ଗନ୍ଧମାର୍ଦ୍ଧନ ପର୍ବତର ୩୬ ବର୍ଗ କିଲୋମିଟର ଇଲାକାରେ ବକସାଇଡ଼ି ଖନନ ଲାଗି ଦିଆଯାଇଥିଲା ଅନୁମତି । ମାତ୍ର ଏହାକୁ ବିରୋଧ କରିଥିଲେ ପରିବେଶ ପ୍ରେମୀ । ସ୍ଥାନୀୟ ଲୋକଙ୍କୁ ନେଇ ୧୯୮୨ କୁ ଗଠନ ହେଲା ଗନ୍ଧମାର୍ଦ୍ଧନ ସୁରକ୍ଷା ଯୁବ ପରିଷଦ । ପ୍ରଥମେ ନିରଞ୍ଜନ ଓ ପରେ ଗୌତମ ବିଶ୍ୱାଳ ହୋଇଥିଲେ କେନ୍ଦୀୟ ଆବାହକ । ଏହି ଐତିହାସିହ ଆନ୍ଦୋଳନ ସମ୍ପର୍କରେ ଅଗମୁଳ ଜାଣିନଥିଲେ ବାବୁ ପ୍ରଦୀପ ପୁରୋହିତ ।
ନିଜ ଅଂଚଳର ଜୀବନ ଜୀବିକାର କଥା ହୋଇଥିଲେ ମଧ୍ୟ କେବେବି ସେ ପାଟି ଖୋଲିନଥିଲେ । ଏବେ ନିର୍ବାଚନରେ ପ୍ରଚାର ଆଳରେ ବରଗଡ଼ ରାଜନୀତି ସହ ସମ୍ପୃକ୍ତ ନଥିବା ଜଣେ କେନ୍ଦ୍ରମନ୍ତ୍ରୀ ଓ ଜଣେ ସାଂସଦ ଆସି ମିଥ୍ୟା ବାହାସପ୍ତ ମାରିଛନ୍ତି ଏହାକୁ ନେଇ ବଢୁଛି ଅସନ୍ତୋଷ । ସାମରିକ ସ୍ୱାର୍ଥ ସାଧନା ପାଇଁ ବିଜେପି ନେତାଙ୍କ ଏହି ଛଳନାକୁ ସମାଲୋଚନା କରିଛନ୍ତି ଗନ୍ଧମାର୍ଦ୍ଧନ ସୁରକ୍ଷା ପରିଷଦର ପୁରୋଧା ସ୍ୱାମୀ ଶଁମ୍ବେ ସରସ୍ବତୀ । ଏପରିକି ପ୍ରଦୀପ ଗନ୍ଧମାର୍ଦ୍ଧନର ଜଣେ ଶତ୍ରୁ ଏବଂ ତାଙ୍କ ଦଲାଲ ନିତୀ ଯୋଗୁଁ ତାଙ୍କୁ ପରିଷଦରୁ ବହିଷ୍କାର କରାଯାଇଥିଲା ବୋଲି ସେ କହିଛନ୍ତି । ଯଦି ଗନ୍ଧମାର୍ଦ୍ଧନ ପ୍ରତି କେନ୍ଦୀୟନେତାଙ୍କ ଏତେ ଆଗ୍ରହ ତେବେ କାହିଁକି ଏହାକୁ ଜାତୀୟ ଅଭୟାରଣ୍ୟର ମାନ୍ୟତା ଦେଉନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ସଦସ୍ୟ ଗୋବିନ୍ଦ ପଟେଲ ।
ଗନ୍ଧମାର୍ଦ୍ଧନ ସମ୍ପର୍କରେ କାଣିଚାଏ ଜାଣିନଥିବା କେନ୍ଦ୍ର ମନ୍ତ୍ରୀ ଓ ବିଜେପି ସଂସଦ ଖେଳିଥିଲେ ଫେକ କାର୍ଡ ଲୋକ କିନ୍ତୁ ଲୋକ ଜାଣିଛନ୍ତି ଜଣେ ପ୍ରତାରକ ଙ୍କୁ କିପରି ଦିଆଯାଉଛି ମିଛ ସରଟିଫିକେଟ । ଇତିହାସକୁ ବଦଳାଇବା ,ସତ ଘଟଣାରେ ମିଛ ଯୋଡିବା ବିଜେପିର ଜନ୍ମ ଗତ ଚରିତ୍ର । କେନ୍ଦ୍ର ମନ୍ତ୍ରୀ ,ସାଂସଦ ଓ ବାବୁ ପ୍ରଦୀପ ଏଥିରୁ ବାଦ ପଡିବେ କିପରି ବୋଲି ଆନ୍ଦୋଳନକାରି କହିଛନ୍ତି ।