୨୦୨୪ରେ ରାଜନେତାଙ୍କ ଉପରେ ବାଜିବ ଅର୍ଚ୍ଚନା ଖଣ୍ଡା !
archana nag

ନାଁ ଅର୍ଚ୍ଚନା ନାଗ । ଓଡ଼ିଶାର ୭ ରୁ ୭୦ ବର୍ଷର ଲୋକେ ବୋଧ ହୁଏ, ସଭିଏଁ ଏହି ନାଁ ସହ ଭଲ ଭାବେ ପରିଚିତ ଥିବେ । କିଛି ରାଜନେତାଙ୍କ ସହ ବି ବେଶ ପରିଚିତ ଅର୍ଚ୍ଚନା । କାହାକୁ କେତବେଳେ କି ସୁଖ ଦେଇଛି କେଜାଣି, ସଭିଏଁ ତା ପଛରେ ବାଉଳା । ତେବେ ୨୦୨୪ ନିର୍ବାଚନ ରେ ଏ ନେତା ମାନଙ୍କ ଅବସ୍ଥା କଣ ହେବ ତାକୁ ନେଇ ଏବେ ଜୋରଦାର ଚର୍ଚ୍ଚା। 

ଅଧିକାଂଶ ଭାବିଥିଲେ ଅର୍ଚ୍ଚନା ଝଡ଼ ବି ଚାଲିଯିବ। କିନ୍ତୁ କମିଶନରେଟ ପୋଲିସ ର ତଦନ୍ତ ଷ୍ଟାଇଲ ଦେଖି ଖାଲି ରାଜନେତା ନୁହଁନ୍ତି, ବରଂ ବ୍ୟବସାୟୀ, ଅଭିନେତା ସମସ୍ତେ ଘାଇଲା। ସେପଟେ ଇଡି ନାଁ ଶୁଣିବା ପରେ ଏବେ ଅର୍ଜନା ଘାଟରେ ପାଣି ପିଇଥବା ନେତାଙ୍କର ରକ୍ତଚାପ ବଢ଼ି ଯାଇଛି । ଛାତି ଧଡ଼ ଧଡ଼ ହେଲାଣି। ଏବେ ସିନା ସମାଧାନ ହେଇଯିବ, ହେଲେ ଏହି ବିପଦ ଆଗକୁ ଆହୁରି ବଢିବାର ସମ୍ଭାବନା ରହିଛି। 

କିନ୍ତୁ ସେମାନେ ବୁଝି ପାରୁନାହାନ୍ତି ଯେ ବିପଦ ଏବେ ଯେତିକି ନୁହେଁ ତାଠୁ ବେଶି ଆସିବ ଆସନ୍ତା ଇଲେକ୍ସନ ବେଳକୁ ଟିକଟ ବଣ୍ଟା ସମୟରେ । ଯେଉଁମାନେ ଅର୍ଚ୍ଚନା ଘାଟରେ ପାଣି ପିଇଛନ୍ତି ସେମାନଙ୍କ ତାଲିକା ବିଭିନ୍ନ ଦଳର ମୁଖିଆଙ୍କ ପାଖରେ ପୁଲିସ ମାରଫତରେ ପହଞ୍ଚି ସାରିଛି। କୁଆଡ଼େ ଟିକଟ ବଣ୍ଟାବେଳେ ଏମାନଙ୍କ ମୁଣ୍ଡରେ ବାଜିବ ଅର୍ଚ୍ଚନା ଖଣ୍ଡା । ପାଟି ଫିଟେଇବାକୁ ବି ହିମତ ନଥିବ। ଖାଲି ସେତିକି ନୁହେଁ ଦିହ ଓ ମୁହଁରେ ଅର୍ଚ୍ଚନା କଳା ବୋଲି ସେମାନେ ଅନ୍ୟ ଦଳକୁ ବି ଯାଇପାରିବେନି । ଘରେ ବସି ବାହୁନିବା ସାର ହେବ।

Share this story