ଅପରାଜିତାଙ୍କୁ ଡାଉନ କରିବାକୁ ଜଗନ୍ନାଥଙ୍କୁ ମୁଣ୍ଡେଇ ବୁଲୁନାହାନ୍ତି ତ ସମ୍ବିତ ?

aparajita sambit

ଦିଲ୍ଲୀରେ  ନିର୍ଦେଶକ, ବଡଦାଣ୍ଡ  ରେ  କଳାକାର । ଦିଲ୍ଲୀରେ ମିଳିଥିବା  ନିର୍ଦେଶ  ଅନୁଯାଇ ପୁରୀ ବଡଦାଣ୍ଡରେ ନାଟକ ହେଉଛି କି ? ଆଉ ଏହି ନାଟ୍ୟକାର ହେଉଛନ୍ତି କୁହାଳିଆ ବିଜେପି ନେତା ସମ୍ବିତ ପାତ୍ର । ନିର୍ବାଚନ ବେଳେ ବି ଏଭଳି ନାଟକ ଦେଖିବାକୁ ମିଳିଥିଲା । ଜଗନ୍ନାଥଙ୍କୁ ଛାତିରେ ଧରି ବୁଲିଥିଲେ, ଭୋଟ ମାଗିଥିଲେ କିନ୍ତୁ ମହାପ୍ରଭୁ ସହିଲେନି ବୋଲି  ଅତି ପାଖରୁ ହାରିଗଲେ । ତା ପରେ ଫେରିଗଲେ ଦିଲ୍ଲୀ ଭୁଲି ଗଲେ ଜଗନ୍ନାଥଙ୍କୁ ,ଭୁଲି ଗଲେ ଜଗନ୍ନାଥଙ୍କ ସୁରକ୍ଷା । କୋଟି କୋଟି ଭକ୍ତ ଯେବେ ପ୍ରକଳ୍ପକୁ  ନେଇ  ଏହି ବଡ ଦେଉଳ ପ୍ରତି ଥିବା ବିପଦ ସମ୍ପର୍କରେ  ସ୍ପଷ୍ଟ ଚିତ୍ର ଚାହୁଁଥିଲେ ସେତେବେଳେ  ମାମଲା କୋଟରେ ଅଛି କହି ଖସି ଯାଇଥିଲେ ସମ୍ବିତ । ଲାଗିଲା ବିଜେଡ଼ିକୁ ସେ ବିରୋଧ କରିବେ ନାହିଁ । ଯେମିତି ତାଙ୍କୁ ଉପରୁ ନିର୍ଦେଶ ଆସିଛି ବିଜେଡି ସହ ସଲାସୁତୁରା କରି ଚାଲ, ଏକଥା ବିଜେପି ଵାଲା  କହୁଥିଲେ ।

ଅନ୍ୟ ପଟେ ସଲାସୁତୁରା ଠାରୁ ଦୂରରେ ଥିବା କହୁଥିବା ବିଜେପି ନେତ୍ରୀ ତଥା ଭୁବନେଶ୍ୱର ସାଂସଦ  ଅପରାଜିତା ଷଡଙ୍ଗୀ  ବଡ ଦେଉଳ ସୁରକ୍ଷାକୁ ନେଇ ସରକାରଙ୍କୁ ନୂଆ ଡ୍ରାମା ଆରମ୍ଭ କଲେ । ସଂସଦରେ ପ୍ରସଙ୍ଗ ଉଠାଇ ଲୋକଙ୍କୁ ସ୍ପଷ୍ଟ  ଚିତ୍ର ଦେଖାଇବାକୁ ଚେଷ୍ଟା କଲେ । ବିଜେପି ନିରବଥିବାରୁ ବିଜେପିର ନେତା ବୋଲାଉଥିବା ଧର୍ମେନ୍ଦ୍ରଙ୍କ  ପ୍ରତି ଲୋକଙ୍କ ଅସନ୍ତୋଷ ବଢ଼ିବା ଆଶଙ୍କା ସୃଷ୍ଟି ହେଲା । ଅପରାଜିତାଙ୍କ ଲୋକପ୍ରିୟତା ବଢୁଥିବା ଭାବି ଚିନ୍ତା ପ୍ରକଟ କଲେ ବିଜେପିର ତଥା କଥିତ ମୁଖିଆମାନେ । ଏଏସଆଇ ଟେକନିକାଲ ରିପୋର୍ଟ ଦେବା  ପରେ ଅପରାଜିତାଙ୍କ ଗ୍ରହଣୀୟତା ଆହୁରି ବଢ଼ିଲା ଭାବି ଡରିଗଲେ ବିଜେପି କ୍ୟାମ୍ପ । ଇତସ୍ତତ ହୋଇଗଲେ କଥାକଥିତ ନେତାମାନେ, ତାପରେ ଆସିଲା ନିର୍ଦେଶ ନାଟକ କର ।ଅପରାଜିତାଙ୍କ ଲୋକପ୍ରିୟତାକୁ କ୍ଷୁର୍ଣ୍ଣ କରିବା ପାଇଁ ଆରମ୍ଭ ହୋଇଛି ନାଟକ ।

ପ୍ରଥମ ପାଳିରେ ଓଲ୍ଲାଇଛନ୍ତି  ସମ୍ବିତ ପାତ୍ର।ଦୁଇ ଦିନ ତଳେ ପୁରୀ ଆସି ସମ୍ବିତ  ପାତ୍ର ଜଗନ୍ନାଥଙ୍କୁ  ଦର୍ଶନ କରିଥିଲେ  । ଜଗନ୍ନାଥଙ୍କୁ କୋଳରେ ଧରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ମଙ୍ଗଳବାର  ଦିଲ୍ଲୀରେ ସାମ୍ବାଦିକ  ସମ୍ମିଳନୀ  କରିବା ଅବସରରେ ଜଗନ୍ନାଥ ମୂର୍ତିଙ୍କୁ ମୁଣ୍ଡରେ ଧରିଥିବା ବେଳେ ବୁଧବାର ପୁରୀରେ ଜଗନ୍ନାଥ ମୂର୍ତି ଧରି ଶ୍ରୀମନ୍ଦିର ଯାଇ ଏକ ନାଟକୀୟ ପରିବେଶ ସୃଷ୍ଟି କରିଥିଲେ । କେବଳ ବଡଦାଣ୍ଡ ନୁହେଁ, ଶ୍ରୀମନ୍ଦିର ବୁଲି ସାରିବା ପରେ ପ୍ରକଳ୍ପ ସ୍ଥଳରେ ମଧ୍ୟ ଜଗନ୍ନାଥ ମୂର୍ତି ଧରି ବୁଲିଥିଲେ ସମ୍ବିତ ପାତ୍ର ।ଏହି ନାଟକ କେବଳ ସମ୍ବିତଙ୍କ  ପାଖରେ ସରିନି, ଅପରାଜିତାଙ୍କୁ  କାଉଣ୍ଟର  କରିବାକୁ ଦ୍ଵିତୀୟ ପର୍ଯ୍ୟାୟରେ ଓଲ୍ଲାଇପାରନ୍ତି ଅନ୍ୟ ମୁଖିଆ ମାନେ। ଶ୍ରୀ ମନ୍ଦିର ସୁରକ୍ଷା ନେଇ ବିଜେପି ଆଗକୁ  କି  କି  ନାଟକ କରୁଛି ତାହା ଦେଖିବାକୁ ବାକି ରହିଲା । ସ୍ଥାନୀୟ ବିଧାୟକ ମନ୍ଦିର ଚତୁର୍ପାର୍ଶ୍ବ କାମକୁ ଠିକ ବୋଲି କହୁଥିବା ବେଳେ ଅପରାଜିତା ଓ ସମ୍ବିତ ଙ୍କ ମଧ୍ୟରେ ଚୋର ପୋଲିସ୍ ଖେଳକୁ ଲୋକେ କିଭଳି ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

Share this story