କିଏ ଏହି ପିଙ୍କୁ ? କେଉଁ ବିଜେପି ନେତାଙ୍କ କଥାରେ କିଣିଥିଲେ ମାଉଜର ?
susanta

ବରଗଡ଼ ଜିଲ୍ଲା ପଦ୍ମପୁର ନିର୍ବାଚନମଣ୍ଡଳୀରେ ଉପନିର୍ବାଚନ ପାଇଁ ମତଦାନ ହେବାକୁ ଯାଉଥିବାରୁ ବର୍ତ୍ତମାନ ରାଜନୈତିକ ମାହୋଲ ସରଗରମ ଥିଲାବେଳେ ଆଜି ସାମାଜିକ 
ସୋସିଆଲ ଗଣମାଧ୍ୟମରେ ସାର୍ବଜନୀନ ହୋଇଥିବା ଜଣେ ଯୁବକଙ୍କ ପୋଷ୍ଟି  ଭୋଟରଙ୍କୁ ଭୟଭୀତ କରିଛି। ଗୋଟିଏ ବନ୍ଧୁକ ସହ ବିଧାୟକ ସୁଶାନ୍ତ ସିଂହଙ୍କ ବିରୋଧରେ ଲେଖାଥିବା  କିଛି ଧମକପୂର୍ଣ୍ଣ ଶବ୍ଦ ଓ ହତ୍ୟା ଧମକ ପୁଲିସ ପ୍ରଶାସନଠାରୁ ଆରମ୍ଭ କରି ନିର୍ବାଚନ କମିଶନ ଯାଏ ଚଳଚଞ୍ଚଳ କରିଦେଇଛି।

ଫେସବୁକରେ ପିଙ୍କୁ କମ୍ପ ନାମକ ଜଣେ ଯୁବକ ଆସନ୍ତା ୨୬ ତାରିଖ ଭୁବନେଶ୍ଵରରୁ ପଦ୍ମପୁରକୁ ଆସୁଛି, ଗୁଳିର ଜବାବ ଗୁଳିରେ ଦିଆଯିବ, କେତେ ସୁଶାନ୍ତ ସିଂହ ଓ କେତେ ସୁବ୍ରତ ସିଂହ ରଖିଛ ଦେଖିବା , ଓପନ ଚ୍ୟାଲେଞ୍ଜ...ବୋଲି ପୋଷ୍ଟ  କରାଯାଇଛି। ସେହିଭଳି ଉକ୍ତ ଯୁବକ ଜଣକ ସଂଲଗ୍ନ ଅନ୍ୟ ଏକ ପୋଷ୍ଟରେ ଗୋଟିଏ ନୂଆ ମାଉଜରର ଭିଡିଓ ମଧ୍ୟ ପୋଷ୍ଟ କରିଛି। ଯାହାକୁ ନେଇ ରାଜନୈତିକ ମାହୋଲରେ ଉଷ୍ମତା ପରିଲକ୍ଷିତ ହୋଇଛି। 

ସୂଚନାଯୋଗ୍ୟ ଯେ, ପୂର୍ବରୁ ବିଜେପୁର ଉପନିର୍ବାଚନରେ ମଧ୍ୟ ଶ୍ରୀ ସିଂହଙ୍କୁ ହତ୍ୟା ଷଡଯନ୍ତ୍ର ରଚା ଯାଇ ଗାଡି ଉପରେ ଆକ୍ରମଣ କରାଯାଇଥିଲା । କିନ୍ତୁ ସୌଭାଗ୍ୟବଶତଃ ସେହି ଗାଡ଼ିରେ ଶ୍ରୀ ସିଂହ ନଥିବାରୁ ସେ ବର୍ତ୍ତି ଯାଇଥିଲେବି ତାଙ୍କ ଡ୍ରାଇଭରଙ୍କ ଜୀବନ ଚାଲିଯାଇଥିଲା ।

Share this story