ଜୋ ପାୟା ପସ୍ତାୟା, ଜୋ ନେହିଁ ପାୟା ୱ ଭି ପସ୍ତାୟା

ବର୍ଷା ବର୍ଷା ବର୍ଷା ! ଓଡିଶା ରାଜନୀତିରେ ବର୍ଷାଙ୍କୁ ନେଇ ଢେର ଚର୍ଚ୍ଚା । କେବେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କ ବୋହୁ ବର୍ଷା ସୋନି ଚର୍ଚ୍ଚାରେ ଥିଲେ ତ ଆଉ କେବେ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ପତ୍ନୀ ତଥା ଓଲିଉଡ଼ କୁଇନ ବର୍ଷାପ୍ରିୟଦର୍ଶନୀଙ୍କୁ ନେଇ ଚର୍ଚ୍ଚା ହେଉଛି । ପୁଣି ଚର୍ଚ୍ଚା କୁ ଆସିଥିଲେ ବିଜେପି ପରିବାରର ବିଜେଡି ନେତ୍ରୀ ବର୍ଷା ସିଂ । ବିଜେଡି ରାଜନୀତିରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଏହି ତିନ ବର୍ଷା ବେଶ ଚର୍ଚ୍ଚିତ ।
ବର୍ଷା ସୋନିଙ୍କ ପାଇଁ ଶଶୁର ରଘୁନାଥ ମହାନ୍ତିଙ୍କର ରାଜନୈତିକ ଭବିଷ୍ୟତ ଅନ୍ଧାର ହୋଇଯାଇଥିବା ବେଳେ ବର୍ଷା ପ୍ରିୟଦର୍ଶନୀଙ୍କ ପାଇଁ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଏବେ ବିଜେଡିରେ କଣଠେସା ହୋଇଯାଇଛନ୍ତି । ବିଜେଡି ରାଜନୀତିକୁ ଦେଖିଲେ ଅତୀତରେ ବର୍ଷାଙ୍କ ପାଇଁ ଦଳ ଅକଳ ପଡିଛି । ତେବେ ଧାମନଗରରେ ହାରିବା ପରେ ବିଜେଡି ଆଉ ଜଣେ ବର୍ଷାଙ୍କ ଭରଷା କରି ସଫଳତାର ଶୀର୍ଷରେ ପହଞ୍ଚିଛି ।
ବାଲେଶ୍ୱରର ବର୍ଷା ସୋନି ୨୦୧୩ ମାର୍ଚ୍ଚ ନବୀନ ସରକାରଙ୍କର ପାୱାରଫୁଲ ଲିଷ୍ଟରେ ଥିଲେ ରଘୁନାଥ ମହାନ୍ତି । ସରକାରଙ୍କ ଆଖି କାନ ଭାବେ ସେ କାର୍ଯ୍ୟ କରୁଥିଲେ । ୧୯୯୦ରୁ ଲଗାତାର ପ୍ରାୟ ୫ଥର ବିଧାୟକ ହୋଇଥିଲେ ରଘୁନାଥ । କିନ୍ତୁ ବୋହୁ ବର୍ଷା ସୋନି ତାଙ୍କ ବିରୋଧରେ ଯୌତୁକ ନିର୍ଯାତନା ନେଇ ଆଣିଥିଲେ ସାଙ୍ଘାତିକ ଅଭିଯୋଗ । ବର୍ଷାଙ୍କ ଏତଲା ପରେ ହଠାତ ରଘୁନାଥଙ୍କ ରାଜନୈତିକ ଭବିଷ୍ୟତ ଅନ୍ଧକାର ହୋଇଯାଇଥିଲା । ଏମିତିକି ତାଙ୍କୁ ଗିରଫ କରିବା ସହ ତାଙ୍କୁ ବିଜେଡ଼ିରୁ ବହିଷ୍କାର ମଧ୍ୟ କରାଯାଇଥିଲା । ୨୦୧୬ରେ ପରିବାରରେ ଆପସ ବୁଝାମଣା ହେବ ସହ ରଘୁ ପୁଣି ବିଜେଡି ରାଜନୀତିକୁ ଫେରିଥିଲେ । କିନ୍ତୁ ଦଳ ତାଙ୍କୁ ଟିକେଟ ନ ଦେବାରୁ ସେ ବିଜେପିରେ ଯୋଗ ଦେବାକୁ ବାଧ୍ୟ ହୋଇଥିଲେ । ବିଜେପିରେ ଏବେ ସେ ସକ୍ରିୟ ଥିଲେ ବି ନିର୍ବାଚନୀ ରାଜନୀତିରେ ସଫଳ ହୋଇ ପାରିନାହାନ୍ତି ।
ଓଲିଉଡ଼ କୁଇନ ବର୍ଷା ପ୍ରିୟଦର୍ଶନୀ । ରିଲର ସୁପରହିତ ଯୋଡି ବର୍ଷା ଓ ଅନୁଭବ । ରିଅଲ ଲାଇଫରେ ସ୍ୱାମୀ ସ୍ତ୍ରୀ ହୋଇଥିଲେ । ବିଜେଡିରେ ଅନୁଭବଙ୍କର ଦବଦବା ବି ରହିଥିଲା ବୈଜନ୍ତ ପଣ୍ଡାଙ୍କୁ କେନ୍ଦ୍ରାପଡାରେ ହରାଇବା ପରେ ତାଙ୍କର ଲୋକପ୍ରିୟତା ଆକାଶ ଛୁଇଁଥିଲା । ବିଜେଡିରେ ପ୍ରଥମେ ତାଙ୍କୁ ହିଁ ଖୋଜ ଚାଲିଥିଲା କିନ୍ତୁ ୨୦୨୦ରେ ଅନୁଭବ ମହାନ୍ତି ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ଛାଡପତ୍ର ଆବେଦନ କଲେ । ଏହାପରେ ବଦଳି ଯାଇଥିଲା ଅନୁଭବଙ୍କ ଭାଗ୍ୟ । ସାମାଜିକ ଗଣମାଧ୍ୟମ ଓ ଗଣମାଧ୍ୟମରେ ବର୍ଷା ଓ ଅନୁଭାଙ୍କ ନେଇ ଏମିତି ଚର୍ଚ୍ଚା ହେଲାଯେ ଅନୁଭବ ଦଳରୁ କଣଠେସା ହୋଇଗଲେ । ବିଜେଡି ମଞ୍ଚ ଉପରେ ଏବେ ତାଙ୍କୁ ଆଉ ଦେଖିବାକୁ ମିଳୁନାହିଁ । ବର୍ଷା ଏବେ ବିଜେଡିର ପ୍ରଚର କରୁଥିବା ବେଳେ ଅନୁଭବଙ୍କ ବିଜେଡି ରାଜନୀତି ଶେଷ ହୋଇଯାଇଛି ବୋଲି କୁହାଯାଇପାରେ ।
ପଦ୍ମପୁରର ବର୍ଷା ସିଂ ବରିହା । ବର୍ଷା ହେଉଛନ୍ତି ଦିବଂଗତ ବିଜୟ ରଞ୍ଜନ ସିଂ ବରିହାଙ୍କ ଝିଅ । ଏବେ ଧାମନଗରର କ୍ଷତିକୁ ବଞ୍ଚାଇ ଦେଇଛନ୍ତି ବରିହା । ବିଜୟଙ୍କ ମୃତ୍ୟୁ ପରେ ତାଙ୍କ ବିକଳ୍ପ ଭାବେ ପଦ୍ମପୁର ପାଇଁ ପ୍ରାର୍ଥୀ ନ ପାଇବାରୁ ବର୍ଷାଙ୍କୁ ଭରଷା କରିଥିଲା । ବର୍ଷା ସିଂ ହେଉଛନ୍ତି ବିଜେପି ନେତା ତଥା ପୂର୍ବତନ ବିଧାୟକ ରମାରଞ୍ଜନ ବଳିୟାରସିଂଙ୍କ ବୋହୁ । ଖାଲି ଏତିକି ନୁହଁ ବର୍ଷାଙ୍କ ଫର୍ମୁଲାରେ ବିଜେଡି ପୁଣି ଥରେ ୨୪ ନିର୍ବଚନ ଜିତିବାକୁ ଲକ୍ଷ୍ୟ ରଖିଛି ।