ଏକଦା ସୁପର ଚିଫ ମିନିଷ୍ଟର ଏବେ ପୁତ୍ର ମୋହରେ ବାୟା

niranjana pattnaik

ରାଜନୀତିରୁ ସନ୍ୟାସ ନେବେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଏହି ଚର୍ଚ୍ଚା ଏବେ ରାଜ୍ୟ ରାଜନୀତି ରେ ଜୋର୍ ଧରିଛି । ୧୯୮୦ ମସିହାରେ କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ ନିରଞ୍ଜନ ପଟ୍ଟନାୟକ । ରାଜ୍ୟର ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ସ୍ଵର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ ମନ୍ତ୍ରୀମଣ୍ଡଳରେ ସ୍ୱାସ୍ଥ୍ୟ, ରାଜସ୍ବ, ଜଳ ସମ୍ପଦ, ଶିଳ୍ପ, ଶକ୍ତି ଭଳି ବହୁ ଗୁରୁତ୍ଵପୂର୍ଣ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ଵ ହାତେଇବାରେ ସଫଳ ହୋଇଥିଲେ। 

ସେତେବେଳେ ତାଙ୍କୁ କୁହାଯାଇ ଥିଲା “ ସୁପର ଚିଫ୍ ମିନିଷ୍ଟର' । ମାତ୍ର ଏସବୁ ସତ୍ତ୍ୱେ କେନ୍ଦୁଝର ଜିଲ୍ଲାରେ କୌଣସି ଆଖିଦୃଶିଆ କାର୍ଯ୍ୟ କରି ନଥିବା କେବଳ ତାଙ୍କର ବିରୋଧ ନୁହନ୍ତି ବରଂ କଂଗ୍ରେସ ଦଳ ବହୁ ପୁରୁଖା ନେତା ଖୋଲାଖୋଲି ମତ ପ୍ରକାଶ କରୁଛନ୍ତି । ରାଜ୍ୟ ରାଜନୀତିରେ ପ୍ରଭାବ ବିସ୍ତାର କରିବା ଲକ୍ଷ୍ୟରେ, ନିଜ ନିର୍ବାଚନ ମଣ୍ଡଳୀକୁ ଅବହେଳା କରି ଆସୁଥିବା ଚର୍ଚ୍ଚାର ବିଷୟ ହୋଇଥିବାବେଳେ, ଗତ ୨୦୧୯ ବିଧାନସଭା ନିର୍ବାଚନରେ ଘଷିପୁରା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ବିଧାୟକ ପ୍ରାର୍ଥୀ ଭାବେ ଛିଡା ହୋଇ କେନ୍ଦୁଝର ଜିଲ୍ଲାର ଅପ୍ରତିଦ୍ୱନ୍ଦୀ ବିଜେଡି ନେତା ପ୍ରଫେସର ବଦ୍ରୀ ନାରାୟଣ ପାତ୍ରଙ୍କ ଠାରୁ ୩୦ ହଜାରରୁ ଉର୍ଦ୍ଧ୍ୱ ଭୋଟରେ ହାରିବାକୁ ପଡିଛି ବୋଲି କଂଗ୍ରେସ କର୍ମୀ ମହଲରେ ଆଲୋଚନା ହେଉଛି ।

ଏତଦବ୍ୟତିତ ୨୦୧୪ ମସିହାରେ କଂଗ୍ରେସ ନେତା ଜୟଦେବ ଜେନା ପିସିସି ସଭାପତି ଥିବା ବେଳେ, ନିରଞ୍ଜନଙ୍କ ଭାଇ ତଥା ‘ସମ୍ବାଦ’ ସମ୍ପାଦକ । ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ କଂଗ୍ରେସ ଦଳରୁ ନିଲମ୍ବିତ କରାଗଲା । ଏହା ପରେ ଜୟଦେବ ଓ ନିରଞ୍ଜନଙ୍କ ମଧ୍ୟରେ ଯେଉଁ ଅଘୋଷିତ ଲଢେଇ ଆରମ୍ଭ ହେଲା ତାହା ରାଜ୍ୟ କଂଗ୍ରେସ ଇତିହାସରେ ଉଲ୍ଲେଖନୀୟ ଥିଲା। ସେହି ସମୟରେ ଜୟଦେବ ଜେନା ଓ ଶ୍ରୀକାନ୍ତ ଜେନାଙ୍କୁ ବିରୋଧ କରି ରାଜ୍ୟର ବିଭିନ୍ନ ସ୍ଥାନରେ ଶହ ଶହ କଂଗ୍ରେସ କର୍ମୀ ଦଳ ଛାଡିବା ଘଟଣା ପଛରେ କାହାର ହାତ ଥିଲା ସେ କଥା ରାଜ୍ୟବାସୀଙ୍କୁ ଆର ଅଛପା ନାହିଁ । 

ରାଜ୍ୟର ବରିଷ୍ଠ କଂଗ୍ରେସ ନେତାଙ୍କ ମତରେ ଯେଉଁ କଂଗ୍ରେସ ଦଳ ପାଇଁ ନିରଞ୍ଜନ ରାଜନୀତିର ଶିଖରରେ ପହଞ୍ଚିଲେ ନିଜର ପାରିବାରିକ ସ୍ଵର୍ଥପାଇଁ ତାକୁ ମଧ୍ୟ ବଳି ପକାଇବାକୁ ପଛାଇ ନଥିଲେ। ଜୟଦେବ ଓ ନିରଞ୍ଜନଙ୍କ ଏହି କ୍ଷମତା ଲଢ଼େଇରେ ଦଳର ଯାହା କ୍ଷତି ଘଟିଲା, ଦୀର୍ଘ ବର୍ଷ କ୍ଷମତା ବନ୍ଦରେ ରହି ମଧ୍ୟ କଂଗ୍ରେସ ଦଳର ଏତେ କ୍ଷତି ହୋଇ ନଥିଲା । ଏହାପରେ ୨୦୧୯ ମସିହା ବିଧାନସଭା ନିର୍ବାଚନରେ ପିସିସି ସଭାପତି ଦାୟିତ୍ବରେ ଥିଲେ ନିରଞ୍ଜନ। କିନ୍ତୁ ଦଳର ଶୋଚନୀୟ ପରାଜୟ ହେଲା । ପରେ ନିଜ ପୁଅକୁ ପ୍ରମୋଟ କରିବାକୁ ଯାଇ ନିରଞ୍ଜନ ସକ୍ରିୟ ରାଜନୀତି ଛାଡିବେ ବୋଲି ଚର୍ଚ୍ଚା ହେଉଛି।

Share this story