ଇଟାମାଟିରେ ରାଣୀ ଚର୍ଚ୍ଚା, ୨୪ ରେ କଣ ହେବ ?

aruna sahoo irani

ବିଭିନ୍ନ ସମୟରେ ଛେନାପୋଡ଼ ପ୍ରସିଦ୍ଧ ନୟାଗଡ଼ ଭିନ୍ନଭିନ୍ନ କାରଣ ପାଇଁ ଚର୍ଚ୍ଚାରେ ରହିଥାଏ। ଆଉ ଭୋଟ ଆସିବା ବେଳକୁ ତ ନୟାଗଡ଼ରେ ରାଜନୀତି ଅଣଚାଶ ପବନ ଏମିତି ବହେ ଯେ ସେଥିରେ ଅନେକ ନେତାଙ୍କ ଭବିଷ୍ୟତ କୁଟା ଖୁଅ ପରି ଉଡ଼ି ଯାଏ । ଶଙ୍ଖୁଆ ନେତା ତରୁଣ ଅରୁଣଙ୍କ ଗଡ଼ ନୟାଗଡ଼ରେ ଏବେ ପଦ୍ମ ଦଳରେ କୁଆଡ଼େ ଯେଉଁ ରାଜନୀତି ଅବପାତ ଦାନା ବାନ୍ଧୁଛି; ତାହା ଭବିଷ୍ୟତରେ ଭୟଙ୍କର ରୂପ ଧରିବା ଅନେକ ଆଶଙ୍କା କଲେଣି I ଗଲା ନିର୍ବାଚନ ପୂର୍ବରୁ ପଦ୍ମ ଦଳରେ ପ୍ରବେଶ କରିଥିବା ରାଣୀ ଏବେ ନୟାଗଡ଼ ଦଖଲ ପାଇଁ ନୂଆ ବ୍ୟୁହ ସୃଷ୍ଟି କରିଛନ୍ତି । 

ଯାହା ହେଲେ ବି ନୟାଗଡ଼ ଅଞ୍ଚଳରେ ପରଲୋକଗତ ସାଂସଦ ହେମେନ୍ଦ୍ରଙ୍କର କିଛି ଅନୁଗତ ଅଛନ୍ତି। ସେମାନେ ଯଦି ରାଣୀଙ୍କ ଆଡ଼କୁ ଢ଼ଳନ୍ତି, ଇରାନୀଙ୍କ ଅସ୍ତିତ୍ବ ସଙ୍କଟରେ ପଡ଼ିବାଆପାତତଃ ନିଶ୍ଚିତ । ଏଥପାଇଁ କୁଆଡ଼େ ଇରାନୀ, ତାଙ୍କ ସମର୍ଥକ ଓ ପୃଷ୍ଠପୋଷକ ବେଶ୍ ବିବ୍ରତ । ଗଲା ପଞ୍ଚାୟତ ଓ ପୌର ନିର୍ବାଚନ ସମୟରେ ନୟାଗଡ଼ରେ ପଦ୍ମ ପ୍ରଦର୍ଶନକୁ ନେଇ ଦଳ ରାଜ୍ୟ ନେତୃତ୍ବ କୁଆଡ଼େ ଯେତିକି ଚିନ୍ତିତ ନାହାନ୍ତି; ଇରାନୀଙ୍କ ପୃଷ୍ଠପୋଷକ କୁହାଯାଉଥିବା କିଛି ନେତାଙ୍କ ପାଇଁ ତାହା ଅଧ୍ବକ ଚିନ୍ତାଜନକ ହୋଇଛି। 

ତା'ଛଡ଼ା ଅରୁଣ ବି ମନ୍ତ୍ରୀମଣ୍ଡଳରୁ ଅବ୍ୟାହତି ପାଇ ପୁରା ସମୟ ନିଜ ଅଞ୍ଚଳକୁ ଦେଉଛନ୍ତି ଏବଂ ସଙ୍ଗଠନକୁ ଦୃଢ଼ କରିବାକୁ ଲାଗି ପଡ଼ିଛନ୍ତି। ଯାହାର ପ୍ରଭାବ ଖାଲି ନୟାଗଡ଼ ନୁହେଁ, ଏହାର ଆଖପାଖ ଅଞ୍ଚଳରେ ବି ବେଶ୍ ଭଲ ଭାବରେ ଅନୁଭୂତ ହେଉଛି । ଏତିକି ବେଳକୁ ରାଣୀଙ୍କ ପଦ୍ମବ୍ୟୁହ ଅରୁଣଙ୍କ ପରିବର୍ତ୍ତେ ଇରାନୀଙ୍କ ପାଇଁ ଘାତକ ହେବ ବୋଲି ଇଟାମାଟି ଅଞ୍ଚଳରେ ଚର୍ଚ୍ଚା ଚାଲିଛି।

Share this story