ପ୍ରଧାନମନ୍ତ୍ରୀ ହୋଇଥାନ୍ତେ ମୁଲାୟମ, ହେଲେ କିଏ କଲା ଷଡଯନ୍ତ୍ର ?

mulayam yadab

ରାଜନୀତି ଅଖାଡାର ପହିଲମାନ ଥିଲେ ମୁଲାୟମ ସିଂହ ଯାଦବ। ବିରୋଧୀଙ୍କୁ ଚିତ୍ କରିବାର କୌଶଳ ତାଙ୍କୁ ବେଶ୍ ଭଲ ଭାବେ ଜଣାଥିଲା। ସେ ଉତ୍ତର ପ୍ରଦେଶର ତିନି ଥର ମୁଖ୍ୟମନ୍ତ୍ରୀ ଥିଲେ। କିନ୍ତୁ ତାଙ୍କୁ ଶେଷ ମୁହୂର୍ତ୍ତରେ ସମର୍ଥନ ମିଳିନଥିଲା। ୧୯୯୬ରେ ୟୁନାଇଟେଡ୍‌ ଫ୍ରଣ୍ଟ୍‌ (ମିଳିତ ସାମ୍ମୁଖ୍ୟ) ଯେତେ‌ବେଳେ ସରକାର ଗଠନ ‌ହୋଇଥିଲା ସେ ସମୟରେ ମିଳିତ ସାମ୍ମୁଖ୍ୟର ଜ‌ଣେ ବରିଷ୍ଠ ନେତା ମୁଲାୟମଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିଥିଲେ। କୁହାଯାଏ ଯେ ୧୯୯୬ରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ତାଲିକାରେ ମୁଲାୟମ ଆଗରେ ଥିଲେ। କିନ୍ତୁ ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଏବଂ ଶରଦ ଯାଦବଙ୍କ ବି‌ରୋଧ ଦ୍ବାରା ମୁଲାୟମ ପ୍ରଧାନମନ୍ତ୍ରୀ ହୋଇପାରିନଥିଲେ।

୧୯୯୬ରେ କଂଗ୍ରେସର ପରାଜୟ ହୋଇଥିଲା।  ଉକ୍ତ ଲୋକସଭା ନିର୍ବାଚନରେ କଂଗ୍ରେସ ଶୋଚନୀୟ ପରାଜୟ ଭୋଗିଥିଲା। କଂଗ୍ରେସ ଖାତାକୁ ୧୪୧ ସିଟ୍ ଆସିଥିବା ବେଳେ ବିଜେପି ହାତେଇଥିଲା ୧୬୧ ସିଟ୍। ଅଟଳ ବିହାରୀ ବାଜପେୟୀଙ୍କୁ ସରକାର ଗଠନ କରିବାକୁ ନିମନ୍ତ୍ରଣ ମିଳିଥିଲା। ସେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ, କିନ୍ତୁ ୧୩ ଦିନ ପରେ ସରକାର ଭାଙ୍ଗି ଯାଇଥିଲା। ଏବେ କଂଗ୍ରେସ ନିକଟରେ ସରକାର ଗଢିବାର ସୁଯୋଗ ଥିଲା। କିନ୍ତୁ କଂଗ୍ରେସ ବିଭିନ୍ନ ଦଳକୁ ନେଇ ସରକାର ଗଢିବା ମୁଡରେ ନଥିଲା। ଆଉ ଭିପି ସିଂହ ପ୍ରଧାନମନ୍ତ୍ରୀ ହେବାକୁ ମନା କରି ଦେଇଥିଲେ। ଆଉ ପ୍ରଧାନମନ୍ତ୍ରୀ ନାମ ହିସାବରେ ସେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରି ଜ୍ୟୋତି ବସୁଙ୍କ ନାମ ପ୍ରସ୍ତାବ କରିଥିଲେ ହେଁ ତାହା ନାମଞ୍ଜୁର ହୋଇଥିଲା।

ଭିପି ସିଂହ ପଶ୍ଚିମବଙ୍ଗର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁଙ୍କ ନାମ ଦେଇଥିଲେ। କିନ୍ତୁ ସେ ଭିପି ସିଂହଙ୍କ ଅଫର୍‌କୁ ପ୍ରତ୍ୟାଖ୍ୟାନ କରିଥିଲେ। ଏହାପରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ମୁଲାୟମ ସିଂହ ଏବଂ ଲାଲୁ ପ୍ରସାଦ ଯାଦବଙ୍କ ନାମକୁ ନେଇ ଚର୍ଚ୍ଚା ହୋଇଥିଲା। ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁଙ୍କ ନାଁ ଉଠିବାପରେ ସେ ଏଥିରୁ ଓହରିଯାଇଥିଲେ। ଏହାପରେ ହରକିଶନ ସିଂହ ସୁରଜିତଙ୍କୁ ମେଣ୍ଟ ସରକାର ଗଠନର ଦାୟିତ୍ବ ଦିଆଯାଇଥିଲା। ସୁରଜିତ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ମୁଲାୟମଙ୍କ ନାଁ ଦେଇଥିଲେ। କିନ୍ତୁ ଲାଲୁ ଏବଂ ଶରଦ ଯାଦବ ଏହାକୁ ବିରୋଧ କରିଥିଲେ। ଫଳରେ ମୁଲାୟମ ପ୍ରଧାନମନ୍ତ୍ରୀ ହୋଇପାରିନଥିଲେ।

୧୯୯୯‌ରେ ପୁଣିଥରେ ନିର୍ବାଚନ ‌ହୋଇଥିଲା। ମୁଲାୟମ ସିଂହ ସମ୍ଭଲ ଏବଂ କନୌଜ ୨ଟି ଆସନରୁ ଜିତିଥିଲେ। ଏହାପରେ ପୁଣିଥରେ ତାଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରାଇବାପାଇଁ ବିଚାରବିମର୍ଶ ହୋଇଥିଲା। କିନ୍ତୁ ୧୯୯୬ ପରି ୧୯୯୯ରେ ମଧ୍ୟ ବରିଷ୍ଠ ଯାଦବ ନେତାମାନେ ମୁଲାୟମଙ୍କୁ ସମର୍ଥନ କରିନଥିଲେ। ଏଭଳି ଭାବେ ମୁଲାୟମ ୨ଥର ପ୍ରଧାନମନ୍ତ୍ରୀ ହେବାର ସମ୍ଭାବନା ଥାଇ ବି ହୋଇପାରିନଥିଲେ।

Share this story